ଲୋମଟାଙ୍କୁରା ହତ୍ୟା ! ଗୁଣିଗାରେଡ଼ି ପାଇଁ ସାଙ୍ଗକୁ ବଳି

ଘର ଭିତରେ ତମ୍ବା ନାଗ। ପଥରରେ ଲାଗିଛି ସିନ୍ଦୂର। ତଳେ ପଡ଼ିଛି ଫୁଲ ଏବଂ ପୂଜା ସାମଗ୍ରୀ। ପାଖରେ ପୋତା ଯାଇଛି କଟା ମୁଣ୍ଡ। ପାରିପାର୍ଶ୍ବିକ ଅବସ୍ଥାରୁ ନରବଳି ଦିଆଯାଇଘରେ ଗୁଣିଗାରେଡ଼ି ବିଦ୍ୟା କରୁଥିବା ସନ୍ଦେହ । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଦେଲା। ମୁଣ୍ଡକୁ ପୂଜାପାଠ କରୁଥିବା ଘର ଭିତରେ ପୋତିଦେଇ ଗଣ୍ଡିକୁ ପୋଖରୀରେ ଫିଙ୍ଗି ଦେଇଥିଲା। ୫ଦିନ ପରେ ମୁଣ୍ଡବିହୀନ ଗଳିତ ଶବ ପାଣିରେ ଭାସିବା ପରେ ଘଟଣା ସାମ୍ନାକୁ […]

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ମନଇଚ୍ଛା ନେଇପାରିବେନି SIM

ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନଙ୍କ ଗ୍ରାହକମାନେ ଯେପରି ନିଜ ନାମରେ ସ୍ଥିରୀକୃତ ସୀମାରୁ ଅଧିକ ସିମ୍ କାର୍ଡ ନ ପାଆନ୍ତି। ଏନେଇ ଅଗଷ୍ଟ ୧୭ରେ ଟେଲିକମ୍‌ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ମୋବାଇଲ୍‌ କନେକ୍ସନ୍‌ ରହିପାରିବ। ଏହି ସୀମା […]

ଆସୁଛି ଆଉ ଏକ ଲଘୁଚାପ:୨୫ରେ ଘୂର୍ଣ୍ଣିବଳୟ, ୨୭ରେ ଲଘୁଚାପ

ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ହେଲେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଶୁକ୍ରବାରଠାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା […]

ଇଭି, ମେଥାନଲ୍ ଏବଂ ଇଥାନଲ୍ ଚାଳିତ ଗାଡ଼ିକୁ ପରମିଟ୍ ଫି’ ଛାଡ଼

ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନ ଗୁଡ଼ିକୁ ପରମିଟ୍ ଫି’ ଛାଡ କରାଯିବ । ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିନା କୌଣସି ପରମିଟ୍ ଦେୟରେ ଉପଯୁକ୍ତ ପରମିଟ୍ ପ୍ରଦାନ କରାଯିବ । ତେବେ ୩୦୦୦ କିଲୋଗ୍ରାମରୁ କମ୍ GVW ଥିବା ମାଲ୍ ପରିବହନ ଗାଡ଼ିଗୁଡ଼ିକ ଏହି ଫି’ ଛାଡ଼ […]

କଟକ ବଜାରରେ ଅପମିଶ୍ରିତ ଛେନା ପନିର ଜବତ!ବୁଧବାର ପୁଣି ୫୦ କୁଇଣ୍ଟାଲ

କଟକ ବଜାରରେ ଅପମିଶ୍ରିତ ପନିର ଯାହାକୁ ଯେତେ। ମଙ୍ଗଳବାର ୬୦ କିଲୋ ପରେ ବୁଧବାର ପୁଣି ୫୦ କୁଇଣ୍ଟାଲ ପନିର ଜବତ କରିଛି ମହାନଗର ନିଗମ ଫୁଡ୍ ସେଫ୍‌ଟି ଟିମ୍ । ଚଢ଼ାଉ କରିବା ପରେ ଦୋକାନରେ ବିକ୍ରୀ ପାଇଁ ରଖାଯାଇଥିବା ପନିରର କିଛି ଅଂଶକୁ ଏକ ଥାଳିରେ ବାହାର କରାଯାଇଥିଲା । ସମ୍ପୃକ୍ତ ଥାଳିରେ ଥିବା ପନିରରେ ଆୟୋଡିନ୍ ମିଶାଯିବା ପରେ ପନିରର ରଙ୍ଗ ବଦଳି ଯାଇଥିଲା । ଆଉ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ […]

ଆଳୁ ଓ ପିଆଜ ଦର ବଢ଼ିଲା, ଗୋଦାମରେ ରେଡ୍

ରାଜଧାନୀରେ ଆଳୁ ଓ ପିଆଜ ଦର ବୃଦ୍ଧି ପରେ ଯୋଗଣ ବିଭାଗ ପକ୍ଷରୁ ରେଡ। ଭୁବନେଶ୍ୱର ଆଇଗିଣିଆ ଆଳୁଗଦି ଥିବା ଆଳୁ, ପିଆଜ ଗୋଦାମ ରେ ଚାଲିଛି ରେଡ । କେତେ ପରିମାଣରେ ପିଆଜ,ଆଳୁ ଅଛି । ଖୋଲା ବଜାରରେ ତୁଳନାରେ ଗୋଦାମ ରେ କେତେ ଟଙ୍କା ରହିଛି ସବୁକୁ ନେଇ ଚାଲିଛି ଯାଞ୍ଚ। ତେବେ ପିଆଜ ଆମଦାନୀ ଜାଗାରେ ଦର ବଢୁଥିବାରୁ କିଣା ଦର ବଢ଼ିଛି। ଯାଞ୍ଚ ସମୟରେ କୌଣସି ଗୋଦାମରେ ଅତିରିକ୍ତ ମହଜୁଦ୍ ନାହିଁ। […]

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାହେଲେ ବିପିଏମ

ଭିଜିଲାନ୍ସ ଜାଲରେ କୁଜଙ୍ଗ ମେଡିକାଲର ବିପିଏମ୍ ମନୋଜ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ।ଜଗତସିଂହପୁରଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବ୍ଲକ ପ୍ରୋଗ୍ରାମିଂ ଅଫିସର(ବିପିଏମ) ଆଜି ମଧ୍ୟାହ୍ନ ସମୟରେ ଜନୈକା ଆଶା କର୍ମୀ ଠାରୁ ମେଡିକାଲ ପରିସର ମଧ୍ୟରେ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି | କୁଜଙ୍ଗ ବ୍ଲକ ଫତେପୁର ଗ୍ରାମର ରୀନା ଲେଙ୍କା ଆଶା କର୍ମୀ ଭାବେ କାର୍ଯ୍ୟ […]

ଦିଲ୍ଲୀ ଛାତ୍ର ଆନ୍ଦୋଳନରେ ହିଂସା, ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୀଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଦିଲ୍ଲୀର ଜନ୍ତରମନ୍ତର ସମେତ ବିଭିନ୍ନ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ଓ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ, ପାରାମିଲିଟାରୀ ଏବଂ ସୁରକ୍ଷାବଳ ଦ୍ଵାରା ଅତ୍ୟାଚାର ଓ ମାତ୍ରାଧିକ ବଳପ୍ରୟୋଗ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟ ଗୁରୁବାର ଏକ ୫-ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି (ଏଚପିଇସି) ଗଠନ କରିଛନ୍ତି। ବିଶେଷ କରି ମହିଳା ଆନ୍ଦୋଳନକାରୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର, ଯୌନ ନିର୍ୟାତନା ଏବଂ ଗୁରୁତର ଆହାତ ମାମଲାଗୁଡ଼ିକୁ ପ୍ରାଥମିକତା ଦେଇ ତଦନ୍ତ […]

ବନ୍ୟା ପ୍ରଭାବିତ 4 ଜିଲ୍ଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍‌ ଚାଉଳ ଯୋଗାଣ ନିର୍ଦ୍ଦେଶ

ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍‌ ଚାଉଳ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ରାଜେଶ ପ୍ରଭାକର ପାଟିଲ ।ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ ଦର୍ଶାଯାଇଛି, “ଲଗାଣ ବର୍ଷା ଯୋଗୁଁ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରୁ ଏକାଧିକ ତଳିଆ ଗ୍ରାମ ପଞ୍ଚାୟତ ଓ ଗାଁ ଜଳମଗ୍ନ […]

ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

ନନ୍ଦନକାନନକୁ ଆସୁଛନ୍ତି ନୂଆ ବିଦେଶୀ ଅତିଥି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ। ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ତଥା ପରିଚିତ ମାର୍ସୁପିଆଲ୍ ରେଡ୍ କଙ୍ଗାରୁ ଖୁବଶିଘ୍ର ନନ୍ଦନକାନନରେ ପହଞ୍ଚିବେ।ଏମାନଙ୍କ ରହଣି ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମକ ଏକ ସ୍ୱତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯାଇଛି। ନିଜର ଶକ୍ତିଶାଳୀ ଡିଆଁ ଏବଂ ସ୍ୱତନ୍ତ୍ର ଥଳି ପାଇଁ ଜଣାଶୁଣା ଏହି କଙ୍ଗାରୁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ। ତେବେ ଦୁଇହଳ ରେଡ କଙ୍ଗାରୁ […]

ସୋରେନ୍‌ ସରକାରଙ୍କୁ ଶକ୍ତ ଝଟକା, JPSC ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରହିତାଦେଶ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଝାଡ଼ଖଣ୍ଡ ହାଇକୋର୍ଟ JPSC ପରୀକ୍ଷା ରଦ୍ଦ କରିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଏହାସହ ଏହି ମାମଲାରେ ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଗତ ୧୭ ଅଗଷ୍ଟରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ରାଜ୍ୟ କ୍ୟାବିନେଟ୍ JSSC-CGL ସମେତ TDPL ଦ୍ୱାରା ୨୦୧୪ରୁ କରାଯାଇଥିବା ନିଯୁକ୍ତି ପରୀକ୍ଷାଗୁଡ଼ିକ ମଧ୍ୟରୁ ୨୨ଟିକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। […]

ଚାଷୀଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୩୧ ଯାଏଁ ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି

ଚାଷୀଙ୍କ ପାଇଁ ଖୁସି ଖବର । ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ ୨୦୨୬ ପାଇଁ ପଞ୍ଜୀକରଣ ଅବଧି ତାରିଖକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଅବଧିରେ ଫସଲ ବୀମା ପଞ୍ଜୀକରଣ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ କେବଳ ଋଣୀ ଚାଷୀମାନଙ୍କ […]