ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଭିମନପୁର୍ ଗାଁ ନିକଟସ୍ଥ ଜଙ୍ଗଲରେ ମାଫିଆମାନେ କୁଡ଼ିଆ ଘରଗୁଡିକରେ ମାଟି ତଳେ ବିପୁଳ ପରିମାଣର ଗଂଜେଇ ପୋତି ରଖିଥିଲେ।ଖବର ପାଇବା ପରେ ଆର.ଉଦୟଗିରୀ SDPOଙ୍କ ନେତୃତ୍ବରେ ପୋଲିସ ଟିମ୍ ଚଢ଼ାଉ କରିଥିଲା। ବିପୁଳ ପରିମାଣର ଗଞ୍ଜେଇକୁ ମାଟି ଖୋଳି ଜବତ କରିଛି ପୋଲିସ। ମାଟି ଖୋଳି ତଳୁ ବଡ ଟ୍ରଙ୍କ ଓ ଡ୍ରମ୍ ଗୁଡିକରେ ଥିବା ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇକୁ ଏକଜୁଟିଭ […]
ଇସଲାମାବାଦରେ ମାରାଥନ ଆଲୋଚନାରେ କୌଣସି ସହମତି ନମିଳିବା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଇରାନକୁ ଶାନ୍ତି ଆଲୋଚନାରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ପଡିବ । ଭାନ୍ସ ଜୋର ଦେଇ କହିଛନ୍ତି ଯେ, ଏକ ସମ୍ଭାବ୍ୟ ଚୁକ୍ତି ପାଇଁ ଇରାନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଇରାନ ହାତରେ ସବୁକିଛି ରହିଛି ।ଦୁଇ ସପ୍ତାହ ଧରି ଚାଲିଥିବା ଆମେରିକା-ଇରାନ ଅସ୍ତ୍ରବିରତିର ମିଆଦ ଶେଷ ହେଉଥିବାବେଳେ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବାକୁ ଧମକ […]
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ । ଚଳିତ ବର୍ଷ ଏଲନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ହାରାହାରି ୯୨ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି ।ସାଧାରଣତଃ ଏହି ସମୟରେ ହେଉଥିବା ବର୍ଷା (LPA) ତୁଳନାରେ ଏହା କମ୍ । ଦେଶର ଅଧିକାଂଶ ଭାଗରେ କମ୍ ବର୍ଷା ହେବାକୁ ଥିବାବେଳେ ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଭାରତର କିଛି […]
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଏବେ ସ୍ୱର୍ଣ୍ଣିମ ଯୁଗଆଡ଼କୁ ଅଗ୍ରସର ହେଉଛି। ବିକଶିତ ଭାରତର ସ୍ୱପ୍ନ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହି ବିକାଶମୂଳକ କାର୍ଯ୍ୟରେ ମହିଳମାନଙ୍କ ପୂର୍ଣ୍ଣ ଯୋଗଦାନ ରହିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବାକୁ ଯାଉଛି। ଏହି ଅଧିନିୟମ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ମହିଳାଙ୍କ ସଂରକ୍ଷଣକୁ ସୁନିଶ୍ଚିତ କରାଇବ। ସମ୍ବିଧାନରେ ଏହି ସଂଶୋଧନ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏପ୍ରିଲ ୧୬ରୁ ୧୮ ପର୍ଯ୍ୟନ୍ତ […]
ରାଜ୍ୟରେ ସ୍ୱଗଣନାରେ ସାମିଲ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତିା ଏନେଇ ସୂଚନା ଦେଲେ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । ଏପ୍ରିଲ ପହିଲାରୁ ଆଜି ଯାଏ ୧ ଲକ୍ଷ ୭୬ ହଜାର ସ୍ୱଗଣନାରେ ସାମିଲ ହୋଇଛନ୍ତି । କଟକରେ ସର୍ବାଧିକ ୨୭ ହଜାର, ଖୋର୍ଦ୍ଧାରେ ୧୭ ହଜାର କରିଛନ୍ତି ସ୍ୱଗଣନା ।ବାଲେଶ୍ୱରରେ ୧୦ ହଜାର, ବଲାଙ୍ଗିରରେ ୫ ହଜାର, ନୂଆପଡାରେ ୨ ହଜାର ରହିଛନ୍ତି । ପ୍ରଥମ ଥର ହୋଇଥିବା ସ୍ୱଗଣନାରେ […]
ରାୟଗଡ / କଲ୍ୟାଣସିଂପୁର ୧୩.୦୪.୨୦୨୬: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ ଆରକ୍ଷୀ ଆଧକ୍ଷ ଶ୍ରୀ […]
ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ରାଜଧାନୀରେ ସିବିଆଇ ପକ୍ଷରୁ ପ୍ରଥମ ରେଡ୍ । ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ ଘରୋଇ କଲେଜରେ ରେଡ୍ । ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ପ୍ରମାଣ ପାଇବା ପରେ ଚାଲିଛି ରେଡ୍ । ଏହି ସ୍କାମ ସହ ସମ୍ପୃକ୍ତ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ ସହିତ ୧୭ଜଣ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ୧୫ଲକ୍ଷ ଟଙ୍କା ନେଇ […]
ଇରାନ ସହ ଆମେରିକାର ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି | ଏବେ ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି । ପେଟ୍ରୋଲ ପମ୍ପ ପରେ ଏବେ ଷ୍ଟେସନ ପାଖରେ ମିଳିବ ଗ୍ୟାସ୍ । ପୂର୍ବରୁ ୫ କେଜିଆ ଗ୍ୟାସ୍କୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ […]
ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବା କେବେ ବି ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ ନୁହେଁ। ସରକାର ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡ଼ିକ୍ସନ୍ ସେସ୍ ଲଗାଇବା ପାଇଁ ଯୋଜନା କରିଛନ୍ତି।ଏହା ଦ୍ୱାରା ମଦ୍ୟପାନ ନକରିବା ପାଇଁ ଏକ ସଚେତନତା ବାର୍ତ୍ତା ପ୍ରସାର କରିହେବ । ଏଥି ସହିତ ପୂର୍ବରୁ ଥିବା […]
ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଅବସରପ୍ରାପ୍ତ ଜିଲ୍ଲା ଜଜ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ଟିମ୍ ଏସ୍ସିବି ମେଡିକାଲ ଯାଇ ଅନେକଙ୍କୁ ପଚରାଉଚରା କରିଛନ୍ତି।ଟିମ୍ ଅଗ୍ନିକାଣ୍ଡ ସମ୍ପର୍କରେ ନର୍ସ ଓ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି। ସୂଚନା ଅନୁଯାଇ, ମାର୍ଚ୍ଚ ୧୬ ତାରିଖରେ ଏସ୍ସିବି ମେଡିକାଲ୍ ଆଇସିୟୁରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଟ୍ରମା ବିଲ୍ଡିଂରେ ପ୍ରଥମ ମହଲାରେ ଥିବା ଆଇସିୟୁରେ ଛାରଖାର ହୋଇଯାଇଥିବା ବେଳେ ଏହାର ସମ୍ମୁଖରେ ଥିବା ଅପରେସନ୍ ଥିଏଟର (ଓଟି)ରେ […]
ଛେନା ପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ । ନୟାଗଡ଼ ଛେନାପୋଡ଼ GI ଟ୍ୟାଗ ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ଏହିକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର ଅପ୍ରେଲ୍ ୧୧ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ […]
ବିଜେଡି- କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତି ବଡ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଖଡ୍ଗେ ଜୀ ଏବଂ ରାହୁଲ ଗାନ୍ଧୀ ଚାହିଁବେ । ଆଉ ଏପଟେ ବିଜେଡି ସୁପ୍ରିମୋ ବି ଯଦି ଚାହିଁବେ । ତେବେ ମେଣ୍ଟ ନେଇ କିଛି ଘଟିପାରେ ।ରାଷ୍ଟ୍ରର ହିତ ପାଇଁ ବିଜେଡି ସହିତ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ […]
