ବିହାରରେ ‘ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

ଦୀର୍ଘ ୨୦ ବର୍ଷ ଧରି ବିହାର ଚାଲିଥିବା ନୀତିଶ ଯୁଗର ସମାପ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କ୍ୟାବିନେଟ୍ ଭଙ୍ଗ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି କେବଳ ବିହାରରେ ନୁହେଁ ବରଂ ଦେଶର ସମଗ୍ର ରାଜନୈତିକ ଦୃଶ୍ୟପଟରେ ଝଡ଼ ସୃଷ୍ଟି କରିଛି, କାରଣ ନୀତିଶ କୁମାର ଦଶନ୍ଧି ଧରି ରାଜ୍ୟ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି। ବିହାର ରାଜନୈତିକ […]

ବାଲେଶ୍ବର FM କଲେଜ ପୁଣି ଚର୍ଚ୍ଚାରେ ! ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ଓଡ଼ିଆ ବିଭାଗ ଏଚ୍ଓଡି

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ବିଭାଗୀୟ ମୁଖ୍ୟ । ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ସମସ୍ତ ସ୍ଥିତି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ଯାଞ୍ଚ ହୋଇଥିବାବେଳେ ଅଭିଯୋଗ ଆଧାରରେ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ବିଭାଗର ଏଚ୍ଓଡିଙ୍କୁ ପଦରୁ ବହିଷ୍କାର କରାଯାଇଛି । ।୨୦୨୫ ଜୁଲାଇ ୧୨ରେ ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ଘଟଣା ମନରୁ ନ ଲିଭୁଣୁ ପୁନର୍ବାର ଏଭଳି ଘଟଣା ସମସ୍ତଙ୍କ ଚକିତ କରିଛି ।ଛାତ୍ରୀଙ୍କ ଅଭିଯୋଗ କ୍ରମେ […]

ହର୍ମୁଜକୁ ଅବରୋଧ ପାଇଁ ବ୍ୟାପକ ସୈନ୍ୟ ଓ ଯୁଦ୍ଧ ଜାହାଜ ପଠାଇଲେ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକା ସେନା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବା ପାଇଁ ୫ ହଜାର ମାରିନ ସୈନିକ, ବିଧ୍ୱଂସକ ଜାହାଜ ଏବଂ ସୋନାର ଜାହାଜ ମୁତୟନ କରିଛି । ଆମେରିକାର ସେନା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବା ପାଇଁ ଏଫ୍-୩୫-ବି ଲଢୁଆ ବିମାନ, ଏମଭି-୨୨ ଓସପ୍ରେସ୍ ଏବଂ ୧୫ ଯୁଦ୍ଧଜାହାଜ ମୁତୟନ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଜଣେ ଆମେରିକୀୟ ସେନା ଏହି ପଦକ୍ଷେପ ନେଇଛି।ପାକିସ୍ତାନରେ ଇରାନ୍ ସହ ଆଲୋଚନା ବିଫଳ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଇଲେ..ମଲ୍ଲିକାର୍ଜୁନ ! ଆଉ କଣ କହିଲେ ଏମିତି ଯେ …

ଆମ୍ବେଦକର ଜୟନ୍ତୀ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ନେତାମାନେ ସଂସଦ ପରିସରରେ ଥିବା ‘ପ୍ରେରଣା ସ୍ଥଳ’ରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ଭାବେ ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ମଲ୍ଲିକାର୍ଜୁନ ଖଡଗେଙ୍କ ସହ ହାତଇ ମିଳାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଦୁହିଁଙ୍କ ମଧ୍ୟରେ କିଛି […]

ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସିପଡ଼ି ଯୁବକ ମୃତ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି ୩୬ ଗାଁରେ ଅଘଟଣ। ଖଜୁରି ଗଛରେ ଚଢି ପୂଜା କରିବା ବେଳେ ୨୦ ଫୁଟ ତଳକୁ ଖସି ପଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନାମୁତାବକ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି ୩୬ ଗ୍ରାମରେ ବଙ୍ଗୀୟ ସମ୍ପ୍ରଦାୟ ଲୋକଙ୍କ ପକ୍ଷରୁ ଗାଁରେ ଚଡକ ପୂଜା ଚାଲିଥିଲା । ତେବେ ପୂଜା ନିମନ୍ତେ ଏମଭି ୭୨ ଗ୍ରାମ ନିକଟରେ ଥିବା ଏକ ଖଜୁରି ଗଛରେ ଚଢି ଏମପିଭି ୩୬ […]

ପାରାଦୀପ ବନ୍ଦରରେ ଆସି ଲାଗିଲା ତୈଳ ଟ୍ୟାଙ୍କର ଜାହାଜ ଜୟା

ଯୁଦ୍ଧ ସମୟରେ ଇରାନରୁ ଅଶୋଧିତ ତୈଳ ବୋଝେଇ କରି ପାରାଦୀପ ବନ୍ଦରରେ ଲାଗିଲା ପ୍ରଥମ ସରକାରୀ ତୈଳ ଟ୍ୟାଙ୍କର ଜାହାଜ ଜୟା । ତୈଳ ଟ୍ୟାଙ୍କର ଜାହାଜ ଜୟା ଇରାନରୁ ତେଲ ବୋଝେଇ କରି ପାରାଦୀପ ବନ୍ଦରରେ ଲାଗିଛି । ସେହିପରି ଆଉ ଏକ ତୈଳ ଟ୍ୟାଙ୍କର ଜାହାଜ ଗୁଜୁରାଟର ଶିକ୍କା ବନ୍ଦରରେ ଲାଗିଥିବା ସୂଚନା ମିଳିଛି ।ଆମେରିକାର କଟକଣା ଛାଡ଼ ସମୟରେ ଇରାନ ଜଳପଥରୁ ଆସିଥିବା ଜୟା ତୈଳ ଜାହାଜ ପାରାଦୀପରେ ପହଁଚିଛି । IOCLପାରାଦ୍ୱୀପ […]

୯ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୪ ଦିନରେ ୪ ଡିଗ୍ରୀ ବଢିବ ପାରଦ

ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ଆହୁରି ବଢ଼ିବ ଖରା । ଆସନ୍ତା ୪ଦିନରେ ଆହୁରି ୪ଡିଗ୍ରୀ ବଢ଼ିପାରେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୯ ତାରିଖ ଯାଏ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ । ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା […]

ଆଜି ରାଷ୍ଟ୍ରପୁରୁଷ ଭାରତ ରନ୍ନ ଡଃ. ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ

ଆଜି ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ । ପ୍ରତିବର୍ଷ ଏପ୍ରିଲ ୧୪ ତାରିଖ ଅର୍ଥାତ ଆଜିର ଦିନକୁ ସମାନତା ଦିବସ ବା ଜ୍ଞାନ ଦିବସ ରୂପେ ପାଳନ କରାଯାଏ । ଭୀମରାଓ ଆମ୍ବେଦକରଙ୍କ ଜନ୍ମ ମଧ୍ୟପ୍ରଦେଶର ମହୁ ଅଂଚଳରେ ଏକ ମରାଠୀ ପରିବାରରେ ୧୮୮୯ ମସିହା ଆଜିର ଦିନରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ମାଲୋଜି ସକପାଳ ଓ ମା’ଙ୍କ ନାମ ଥିଲା ଭୀମାବାଇ । ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର […]

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି! ଏପ୍ରିଲ ୧୫ ରୁ ୩୦ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ 

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।ଇଚ୍ଛୁକ ଶିକ୍ଷକମାନେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଜିଲ୍ଲା ଅନ୍ତର୍ଗତ ବଦଳି ଓ ଅନ୍ୟ ଜିଲ୍ଲାକୁ(ଅନ୍ତଃ ଜିଲ୍ଲା) ବଦଳି କରାଯିବ । ଜୁଲାଇ ୧୮ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ ହେବ । ଏଥିସହ ଅଧିକ ଶିକ୍ଷକ ଥିବା ସ୍କୁଲରୁ ଶିକ୍ଷକଙ୍କୁ କମ ଶିକ୍ଷକ ଥିବା ସ୍କୁଲକୁ ମଧ୍ୟ ବଦଳି କରାଯିବ । ୟୁଏଏସ୍ ପୋର୍ଟାଲରେ ଶିକ୍ଷକଙ୍କ ପ୍ରୋଫାଇଲ୍ […]

ଗ୍ରୀଷ୍ମକାଳୀନ 8 ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ଇଷ୍ଟକୋଷ୍ଟ ରେଳବାଇ

ଗ୍ରୀଷ୍ମ ଋତୁରେ ରେଳଯାତ୍ରୀଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ଏବଂ ଯାତ୍ରାକୁ ସୁଗମ, ସହଜ କରିବା ପାଇଁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ଇଷ୍ଟକୋଷ୍ଟ ରେଳବାଇ । ଏହି ଟ୍ରେନ୍ ଗୁଡ଼ିକ ଆନନ୍ଦ ବିହାର–ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର–କୋଲକାତା, ବିଶାଖାପାଟଣା–ଶାଲିମାର, ସମ୍ବଲପୁର–ଶାଲିମାର, ପାଟନା–ଖୋର୍ଦ୍ଧା ରୋଡ୍ ଏବଂ ପୁରୀ–ପାଟନା ପରି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବାକୁ ସ୍ଥିର କରାଯାଇଛି ।ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭାରତୀୟ ରେଳବାଇର ସରକାରୀ ୱେବସାଇଟ୍ କିମ୍ବା ନିକଟସ୍ଥ ରେଳ […]

ମାଟି ତଳୁ ବାହାରିଲା ୨ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ

ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଭିମନପୁର୍ ଗାଁ ନିକଟସ୍ଥ ଜଙ୍ଗଲରେ ମାଫିଆମାନେ କୁଡ଼ିଆ ଘରଗୁଡିକରେ ମାଟି ତଳେ ବିପୁଳ ପରିମାଣର ଗଂଜେଇ ପୋତି ରଖିଥିଲେ।ଖବର ପାଇବା ପରେ ଆର.ଉଦୟଗିରୀ SDPOଙ୍କ ନେତୃତ୍ବରେ ପୋଲିସ ଟିମ୍ ଚଢ଼ାଉ କରିଥିଲା। ବିପୁଳ ପରିମାଣର ଗଞ୍ଜେଇକୁ ମାଟି ଖୋଳି ଜବତ କରିଛି ପୋଲିସ। ମାଟି ଖୋଳି ତଳୁ ବଡ ଟ୍ରଙ୍କ ଓ ଡ୍ରମ୍ ଗୁଡିକରେ ଥିବା ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇକୁ ଏକଜୁଟିଭ […]

ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା, ତେହେରାନକୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ପଡ଼ିବ କହିଲେ ଜେଡି ଭାନ୍ସ

ଇସଲାମାବାଦରେ ମାରାଥନ ଆଲୋଚନାରେ କୌଣସି ସହମତି ନମିଳିବା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଇରାନକୁ ଶାନ୍ତି ଆଲୋଚନାରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ପଡିବ । ଭାନ୍ସ ଜୋର ଦେଇ କହିଛନ୍ତି ଯେ, ଏକ ସମ୍ଭାବ୍ୟ ଚୁକ୍ତି ପାଇଁ ଇରାନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଇରାନ ହାତରେ ସବୁକିଛି ରହିଛି ।ଦୁଇ ସପ୍ତାହ ଧରି ଚାଲିଥିବା ଆମେରିକା-ଇରାନ ଅସ୍ତ୍ରବିରତିର ମିଆଦ ଶେଷ ହେଉଥିବାବେଳେ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବାକୁ ଧମକ […]