ରାୟଗଡ଼ାରେ ଉତ୍କଳ ସାମ୍ବାଦିକ ସଂଘର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡ଼ା: ତା ୨୧/୦୮/୨୬ (ନିପ୍ର) ରାୟଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିଅମରେ ଆୟୋଜିତ ହୋଇଯାଇଛି ଉତ୍କଳ ସାମ୍ବାଦିକ ସଂଘର ୭ମ ବାର୍ଷିକ ଉତ୍ସବ। ସାମ୍ବାଦିକଙ୍କ ଅଧିକାର, ସାମାଜିକ ବିକାଶ, ମର୍ଯ୍ୟାଦା ଓ ସମାଜ ପ୍ରତି ଗଣମାଧ୍ୟମର ଦାୟିତ୍ୱକୁ ନେଇ ଏହି ଅବସରରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ସୁଦୂର ନୂଆଦିଲ୍ଲୀରୁ ପେଷାଦାର ପତ୍ରକାର ମହାସଂଘର ଉପସଭାପତି ହେମନ୍ତ ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ କରିଥିଲେ। ସେହିପରି ପେଷାଦାର ପତ୍ରକାର ମହାସଂଘର ସାଧାରଣ ସମ୍ପାଦକ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କୋଷାଧ୍ୟକ୍ଷ ରାଜନ ଚୌଧୁରୀ, ଜିଲ୍ଲା ସଭାପତି ସୁରେଶ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକିରି, ରାଜ୍ୟ ସଦସ୍ୟ ରାଜୀବ ଦାଶ ଓ ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।
ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଶାଖାର ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ମଞ୍ଚାସୀନ ଅତିଥିମାନେ ସାମ୍ବାଦିକତାର ବିଭିନ୍ନ ଦିଗ, ସାମ୍ବାଦିକଙ୍କ ସମସ୍ୟା ଓ ଗଣମାଧ୍ୟମର ଭୂମିକା ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ।
ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମେତ ଜିଲ୍ଲା ବାହାରୁ ବହୁ ସାମ୍ବାଦିକ ଯୋଗଦେଇଥିଲେ। ଏହା ସହ ବିଭିନ୍ନ ସାମାଜିକ ସଂଗଠନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସାମ୍ବାଦିକମାନଙ୍କ ଏକତା ଓ ରାୟଗଡ଼ାରେ ଉତ୍କଳ ସାମ୍ବାଦିକ ସଂଘର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡ଼ା: ତା ୨୧/୦୮/୨୬ (ନିପ୍ର) ରାୟଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିଅମରେ ଆୟୋଜିତ ହୋଇଯାଇଛି ଉତ୍କଳ ସାମ୍ବାଦିକ ସଂଘର ୭ମ ବାର୍ଷିକ ଉତ୍ସବ। ସାମ୍ବାଦିକଙ୍କ ଅଧିକାର, ସାମାଜିକ ବିକାଶ, ମର୍ଯ୍ୟାଦା ଓ ସମାଜ ପ୍ରତି ଗଣମାଧ୍ୟମର ଦାୟିତ୍ୱକୁ ନେଇ ଏହି ଅବସରରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ସୁଦୂର ନୂଆଦିଲ୍ଲୀରୁ ପେଷାଦାର ପତ୍ରକାର ମହାସଂଘର ଉପସଭାପତି ହେମନ୍ତ ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ କରିଥିଲେ। ସେହିପରି ପେଷାଦାର ପତ୍ରକାର ମହାସଂଘର ସାଧାରଣ ସମ୍ପାଦକ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କୋଷାଧ୍ୟକ୍ଷ ରାଜନ ଚୌଧୁରୀ, ଜିଲ୍ଲା ସଭାପତି ସୁରେଶ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକିରି, ରାଜ୍ୟ ସଦସ୍ୟ ରାଜୀବ ଦାଶ ଓ ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।
ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଶାଖାର ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ମଞ୍ଚାସୀନ ଅତିଥିମାନେ ସାମ୍ବାଦିକତାର ବିଭିନ୍ନ ଦିଗ, ସାମ୍ବାଦିକଙ୍କ ସମସ୍ୟା ଓ ଗଣମାଧ୍ୟମର ଭୂମିକା ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ।
ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମେତ ଜିଲ୍ଲା ବାହାରୁ ବହୁ ସାମ୍ବାଦିକ ଯୋଗଦେଇଥିଲେ। ଏହା ସହ ବିଭିନ୍ନ ସାମାଜିକ ସଂଗଠନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସାମ୍ବାଦିକମାନଙ୍କ ଏକତା ଓ ସଂଗଠନକୁ ଆହୁରି ମଜବୁତ କରିବା ସହ ନିରପେକ୍ଷ ଓ ଦାୟିତ୍ୱବାନ ସାମ୍ବାଦିକତା ପାଇଁ ସମସ୍ତେ ଏକାଠି କାମ କରିବାକୁ ଆହ୍ୱାନ ଦିଆଯାଇଥିଲା। ଶେଷରେ ସାମ୍ବାଦିକ, ଅତିଥି ଓ ସଂଘର ସଦସ୍ୟମାନଙ୍କ ସହଯୋଗରେ ୭ମ ବାର୍ଷିକ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସଂଗଠନକୁ ଆହୁରି ମଜବୁତ କରିବା ସହ ନିରପେକ୍ଷ ଓ ଦାୟିତ୍ୱବାନ ସାମ୍ବାଦିକତା ପାଇଁ ସମସ୍ତେ ଏକାଠି କାମ କରିବାକୁ ଆହ୍ୱାନ ଦିଆଯାଇଥିଲା। ଶେଷରେ ସାମ୍ବାଦିକ, ଅତିଥି ଓ ସଂଘର ସଦସ୍ୟମାନଙ୍କ ସହଯୋଗରେ ୭ମ ବାର୍ଷିକ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଅଧିକ ପଢନ୍ତୁ