ହାଇଦ୍ରାବାଦରେ ଏମ୍ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଯୁବତୀଙ୍କ ନାଁ ଭାରତୀ ମୁଖୀ । ବୟସ ୨୬ ବର୍ଷ । ସେ ହାଇଦ୍ରାବାଦର ଏକ ମଲ୍ ରେ ସେଲ୍ସ ଗାର୍ଲ ଭାବେ କାମ କରୁଥିଲେ । ସେଦିନ ନିଜର ଜଣେ ସହଯୋଗୀଙ୍କ ସହିତ ଖାଇବା ଆଣିବା ଲାଗି ବାହାରକୁ ଯାଇଥିବା ବେଳେ ସାଂସଦଙ୍କ ପୁଅ ଲିଙ୍ଗାମନେନି ସଞ୍ଜୁଷଙ୍କ କାର୍ ତାଙ୍କ ଧକ୍କା ଦେଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ମଲ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରିଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କ ରକ୍ତ ନମୁନା FSLକୁ ପଠାଯାଇଛି।ଅନ୍ୟପକ୍ଷେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବା ଜଣାପଡିଛି। ଏପଟେ ଭାରତୀ ଓଡ଼ିଆ ଝିଅ ହୋଇଥିବାରୁ ଓଡ଼ିଶାରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୋଲିଦ୍ କହିବା ଅନୁଯାୟୀ ସଞ୍ଜୁଷାଙ୍କର ଡ୍ରଗ୍ ଓ ଆଲାକାହଲ୍ ଟେଷ୍ଟ ହୋଇଥିଲା । ସେ କୌଣସି ନିଶା ସେବନ କରି ନଥିଲେ । ତେବେ ତାଙ୍କ କାରକୁ ଜବତ କରାଯାଇଛି । ଅନ୍ୟପକ୍ଷରେ ଭାରତୀଙ୍କର ପୋଷ୍ଟମର୍ଟମ ହେବା ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
