ଗାଁ ମିଳିବ ସହରୀ ସୁବିଧା । ପଞ୍ଚାୟତକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ ପାଇଁ ସରକାର ପର୍ଯ୍ୟନ୍ତ ଖର୍ଚ୍ଚ କରିବେ । ଖେଳ ପଡ଼ିଆ ସହ ଯୁବକମାନଙ୍କ ପାଇଁ ଜିମ୍ର ବ୍ୟବସ୍ଥା ମଧ୍ୟ ରହିବ । ଏହା ଗ୍ରାମାଞ୍ଚଳର ଯୁବପିଢ଼ି ପାଇଁ ଏକ ବଡ଼ ସୁବିଧା ହେବ ।ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ପ୍ରାୟ ୭୦.୩୨ ଫୁଟ୍ ଅଞ୍ଚଳରେ ଏହା ନିର୍ମାଣ ହେବ ।ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହାବ୍ୟତୀତ ପ୍ରତିବର୍ଷ ପ୍ରତି ଗାଁରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନେଇ ମଧ୍ୟ ଯୋଜନା ରହିଛି । ଗ୍ରାମସଭାର ପ୍ରସ୍ତାବ ଆଧାରରେ ଏହି ସବୁ ପ୍ରକଳ୍ପକୁ ଆଗକୁ ନିଆଯିବ । ମୋଟାମୋଟି ଭାବେ, ଗାଁରେ ସହରୀ ସୁବିଧା ଯୋଗାଇ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ନୂଆ ରୂପ ଦେବା ଉପରେ ଫୋକସ୍ କରିଛି ପଞ୍ଚାୟତିରାଜ ବିଭାଗ ।
