ମାର୍ଚ୍ଚ ୩୧ ପରେ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର !

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି । ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି । ଶୁକ୍ରବାର ଭାରତୀୟ ଅଶୋଧିତ ତୈଳ ବାସ୍କେଟର ମୂଲ୍ୟ ବ୍ୟାରେଲ ପିଛା ୧୩୬.୫୬ ଡଲାରରେ ପହଞ୍ଚିଛି, ଯାହା ଯୁଦ୍ଧ ପୂର୍ବରୁ ମାତ୍ର ୭୦.୯ ଡଲାର ଥିଲା ।ବର୍ତ୍ତମାନ ପାଇଁ ତୈଳ କମ୍ପାନୀଗୁଡ଼ିକ ଖୁଚୁରା ମୂଲ୍ୟ ସ୍ଥିର […]

ଅସୁରକ୍ଷିତ ଗହୀରମଥା ଅଭୟାରଣ୍ୟ;ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ

ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପାଇଁ ଗହୀରମଥାକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯାଇଛି । ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏ କଟକଣା ସମୟରେ ସମୁଦ୍ରରେ ମାଛ ଧରିବା ପାଇଁ ବାରଣ କରାଯାଇଛି । ତା’ ପରେ ମଧ୍ୟ ଟ୍ରଲର୍‌ଗୁଡ଼ିକ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଞ୍ଚଳରେ ପଶି ମାଛ ଧରୁଛନ୍ତି । ଫଳରେ ଟ୍ରଲର୍‌ ମାଡ଼ରେ ଅକାଳରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି । ତେବେ ଚଳିତ ବର୍ଷ ଗୋଟିଏ ଦିନରେ ୬୦ରୁ ଅଧିକ କଇଁଛ […]

କଟକ ଏସସିବି ଅଗ୍ନିକାଣ୍ଡ: ୧୨କୁ ବଢ଼ିଲା ମୃତ୍ୟୁସଂଖ୍ୟା

କଟକ ଏସସିବି ଅଗ୍ନିକାଣ୍ଡର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ବାଳଙ୍କୁ ବିଚାରବିଭାଗୀୟ ତଦନ୍ତ ଦାୟିତ୍ବ ଦିଆଯାଇଛି । ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ସୂଚନାମୁତାବକ ରବିବାର ବିଳମ୍ବିତ ରାତିରେ ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗି ୧୨ ଜଣ ରୋଗୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ […]

କାଳବୈଶାଖୀ ପ୍ରଭାବରେ ୨୦ ଯାଏଁ ବର୍ଷା

ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି। ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।୧୮ ତାରିଖରେଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିସ୍ଥାନରେ ଝଡ଼ ବର୍ଷା ହୋଇପାରେ ।୧୯ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପକିଛି ସ୍ଥାନରେ ବର୍ଷା ହୋଇପାରେ । ୨୦ ତାରିଖରେ ଉତ୍ତର ଓ ଦକ୍ଷିଣଓଡ଼ିଶାର […]

୪୬ ହଜାର ମାଟ୍ରିକ ଟନ୍ ଏଲପିଜି ଧରି ଗୁଜରାଟରେ ପହଞ୍ଚିଲା ଶିବାଲିକ୍ ଜାହାଜ

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି ଦିଆଯାଇଥିଲା। ଏହି ଜାହାଜ ମଧ୍ୟରୁ ଗୋଟିଏ ଶିବାଲିକ, ଯିଏ ସୋମବାର (ମାର୍ଚ୍ଚ ୧୬) ରେ ଏଲପିଜି ଗ୍ୟାସ ନେଇ ଭାରତରେ ପହଞ୍ଚିଛି। ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିବା ଶିବାଲିକ ଏବେ ଅନଲୋଡ ହେବ।ଦ୍ୱିତୀୟ ଜାହାଜ ନନ୍ଦା ଦେବୀ ମାର୍ଚ୍ଚ ୧୭ ତାରିଖରେ କାଣ୍ଡଲା ବନ୍ଦରରେ ପହଞ୍ଚିବ। ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୋଟିଏ […]

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ଏମିତି କହିଲେ ଦିଲ୍ଲୀପ

ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି।ବିଜୟ ପରେ ଦିଲ୍ଲୀପ ରାୟ କହିଛନ୍ତି ଯେ, ଏହି ବିଜୟ କେବଳ ତାଙ୍କର ନୁହେଁ, ବରଂ ଏହା ରାଜନୈତିକ ସୀମା ବାହାରେ ସମସ୍ତ ବିଧାୟକଙ୍କ ଭରସା ଓ ସଦିଚ୍ଛାର ପ୍ରତିଫଳନ। ସେ ଭାଜପା ବିଧାୟକଙ୍କ ଅକୁଣ୍ଠ ସମର୍ଥନ ପାଇଁ ଧନ୍ୟବାଦ ଦେବା ସହ ବିଜେଡି, କଂଗ୍ରେସ ଏବଂ ସ୍ୱାଧୀନ ବିଧାୟକ ଯେଉଁମାନେ ତାଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି, ସେମାନଙ୍କ ନିକଟରେ କୃତଜ୍ଞତା […]

ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ‘ଚକ୍ରବ୍ୟୁହ’ରେ ବାନ୍ଧି ହୋଇଗଲେ ଦର୍ଶକ

ନୟାଗଡ଼,(ଓଡ଼ିଶା ଦର୍ପଣ): ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟକୁ ବାନ୍ଧି ରଖିଥିଲା ବାରିପଦା ‘ନୂପୁର’ ନାଟ୍ୟାନୁଷ୍ଠାନର ଲୋକପ୍ରିୟ ନାଟକ ‘ଚକ୍ରବ୍ୟୁହ’। ଡଃ କୁମରମଣି ନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକ ମଣିଷ ଜୀବନର ଭାଗ୍ୟ, ଜ୍ୟୋତିଷ ଶାସ୍ତ୍ର ଏବଂ ଅଦୃଶ୍ୟ ନିୟତିର ଖେଳକୁ ନେଇ ବେଶ ଗତିଶୀଳ।କଣ ଏହି ‘ଚକ୍ରବ୍ୟୂହ’? ମଣିଷ ଯେତେବେଳେ ଦୁଃଖ ଓ ଅଶାନ୍ତିରେ ଘାଣ୍ଟି ହୁଏ, ସେ ଭାଗ୍ୟକୁ ପରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାରା […]

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ବିଜେପିର ୩, ବିଜେଡି ଗୋଟିଏରେ ବିଜୟୀ

ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି।  ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । ଅନ୍ୟପଟେ ବିଜେଡ଼ିର ସନ୍ତୁପ୍ତ ମିଶ୍ର ମଧ୍ୟ ବିଜୟୀ ହୋଇଛନ୍ତି। ଓଡ଼ିଶା ବିଧାନସଭାର ସମସ୍ତ ୧୪୭ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ପରେ ଏହି ଫଳାଫଳ ରାଜ୍ୟ ରାଜନୀତିରେ ଦଳର […]

ପାହାଡ଼ ଚଢ଼ି ଲୋକଙ୍କ ମୌଳିକ ସୁବିଧା ବୁଝିଲେ ଜିଲ୍ଲାପାଳ ।ପ୍ରଥମଥର ପାଇଁ ଦୁଇ ଭାରତୀୟ ପ୍ରଶାସନିକ ଅଧିକାରୀ ଅପହଞ୍ଚ ଇଲାକାକୁ ଗସ୍ତ ।

ଗୁଡାରି / ଗୁଣପୁର ତା୧୬-୦୩-୨୦୨୬ରିଖ ଦିନ ଗୁଡାରି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ସରିବା ପରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଗୁଡାରି ବ୍ଲକ ମଧୁବନ ପଞ୍ଚାୟତର ପାହାଡ଼ ଶିଖର ଗ୍ରାମ କର୍ଲଗୁଡି, ରେଙ୍ଗାପଦର ଓ କେପିଟି ଆଦି ଗସ୍ତ କରିଥିଲେ । ଦୀର୍ଘ ୦୫ ରୁ ୦୭କିମି ପାଦରେ ଚାଲି ପାହାଡ଼ ଚଢି ନାଳ ପାର ହୋଇ ସମସ୍ତ ଗ୍ରାମ ଗସ୍ତ କରି ଲୋକଙ୍କ […]

କବି ଗିରିଜା କୁମାର ବଳିୟାରସିଂ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ପୁସ୍ତକ ‘ପାଦପୂରଣ’ ପାଇଁ ୨୦୨୫ ମସିହା ନିମନ୍ତେ ସମ୍ମାନ ଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ସେ ମନୋନୀତ ହୋଇଛନ୍ତି । ୨୦୨୦ ମସିହାରେ ପ୍ରକାଶିତ ଗିରିଜା କୁମାର ବଳିୟାରସିଂଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲି, କନ୍ନଡ଼, […]

LPG ବଦଳରେ PNG: ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ ଗ୍ୟାସ’ ବା PNG ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ, ନୂଆ PNG ସଂଯୋଗ ନେଲେ ଗ୍ରାହକଙ୍କୁ ମିଳିବ ଆକର୍ଷଣୀୟ ରିହାତି ଓ କ୍ୟାସବ୍ୟାକ୍।ଏଲପିଜି ଗ୍ୟାସ୍ ସଙ୍କଟ ଧୀରେ ଧୀରେ ବଢୁଥିବା କାରଣରୁ ପିଏନଜି ଗ୍ୟାସକୁ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ଏଥିରେ ଆଇଜିଏଲ […]

ଆକ୍ସନ ମୋଡ଼ରେ ନିର୍ବାଚନ କମିଶନ, ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୪ ଆଇପିଏସ ଅଫିସରଙ୍କୁ ବଦଳି

ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏବେ ପୁରା ଆକ୍ଟିଭରେ ନିର୍ବାଚନ କମିଶନ। ଘୋଷଣା ମାତ୍ର ଦିନକ ଭିତରେ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଏବଂ ଗୃହ ସଚିବଙ୍କୁ ବଦଳି କରିବା ପରେ ନିର୍ବାଚନ କମିଶନ ଏବେ ଚାରି ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ଟ୍ରାନ୍ସଫର କରିଛନ୍ତି। ଟ୍ରାନ୍ସଫର ନେଇ କମିଶନ ସେମାନଙ୍କର ନିର୍ଦ୍ଦିଷ୍ଟ ପୋଷ୍ଟିଂ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ୧୯୯୨ ବ୍ୟାଚର ଆଇପିଏସ […]