ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତାକାଲି ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ବ୍ରଜମୋହନ ରାମ ଆଜି ପୂର୍ବାହ୍ଣ ୧୧ଟା ୩୦ରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନରେ ବାହାରି ଅପରାହ୍ନ ୧୨ଟା ୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା […]

ରାମଲୀଳା ମଇଦାନରେ ରାବଣଙ୍କ ସହ ଜଳିବ ୩୦ ଫୁଟର କକ୍ରୋଚ୍

ଜାତୀୟ ରାଜଧାନୀ ଦିଲ୍ଲୀର ଏକ ରାମଲୀଳାରେ ଏଥର ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପୁତଳା ସହ ୩୦ ଫୁଟ୍ ଉଚ୍ଚର ‘କକ୍ରୋଚ୍’ ପୁତଳା ମଧ୍ୟ ଦାହ କରାଯିବ। ପୀତମପୁରାରେ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା ସମିତି ଏହି ନିଷ୍ପତ୍ତି ନେଇଛି।କେଶବ ରାମଲୀଳା ସମିତି ଅନୁଯାୟୀ, ଅସରପା ଅପରିଷ୍କାର ଓ ମଇଳାର ପ୍ରତୀକ । ଏହି କାରଣରୁ ଦଶହରାରେ ଏହାର ପ୍ରତିକୃତି ଦହନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମାଧ୍ୟମରେ ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତା […]

କଟକ ଦଶହରା ପାଇଁ ପ୍ରସ୍ତୁତ କମିଶନରେଟ୍ ପୋଲିସ! ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ

କଟକ ଦଶହରା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଶୃଙ୍ଖଳା ରକ୍ଷା ପାଇଁ ପୁରା ସହରରେ ଲାଗିବ ୧୩ ଶହରୁ ଅଧିକ କ୍ୟାମେରା । ସହରରେ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଅସାମାଜିକ କାର୍ଯ୍ୟକଳାପ ରୋକିବା ଲାଗି ସହର ଭିତରେ ୫୦୦ ଅଫିସର, ୨ କମ୍ପାନୀ ସିଆରପିଏଫ ମୁତୟନ ହେବେ ।ଏହାସହିତ ୫୦୦ ଅଫିସର, ୨୧୦୦ ଓଆର ଏବଂ ଏପିଆର କନଷ୍ଟେବଳ, […]

ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ୨୭ ତାରିଖ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭବନା

ଆସୁଛି ଆଉ ଏକ ଲଘୁଚାପ ।  ୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭବନା ।  ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଏହା କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ ।ଅନ୍ୟପଟେ ଆସନ୍ତା ୨୩ କିମ୍ବା ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ଆରବସାଗର ଏବଂ ପାର୍ଶ୍ବବର୍ତ୍ତୀ ଲାକ୍ଷାଦ୍ବୀପ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ସମାନ ସମୟରେ […]

ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି

ରାଜ୍ୟର ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଂଜୁର କରିଛନ୍ତି ।ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ପାଇଁ ମଞ୍ଜୁରର ହୋଇଛି ।ସୂଚନାଯୋଗ୍ୟ ଯେ, ଏହି ଅର୍ଥ ୨୦୨୬ ଏପ୍ରିଲ ୧ […]

ଭୋଟ ଚୋରି ନାଁରେ ଦେଶରେ ତମାସା କରୁଛନ୍ତି ରାହୁଲ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭୋଟ ଚୋରି ଅଭିଯୋଗ ନେଇ କଂଗ୍ରେସକୁ କଟାକ୍ଷ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଭୋଟ ଚୋରି ନାଁରେ ଦେଶରେ ତମାସା କରୁଛନ୍ତି ରାହୁଲ ଗାନ୍ଧୀ । ଯୁବପିଢିଙ୍କୁ ରାଜନୀତିର ମୋହରା କରାଯାଉଛି । ବାଲାଂଦେଶ ପରି ଭାରତରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ ହେଉଛି । ଦିନକୁ ଦିନ ଦେଶରେ ସତ୍ତା ହରାଉଛି କଂଗ୍ରେସ ।ସୂଚନପାଯୋଗ୍ୟ, ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆରଇଆର୍‌)କୁ ରଦ୍ଦ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା […]

ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକ ଅଭିଯୋଗରେ ୨୮ରେ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା

ଜେଲ୍‌ରେ ରହି ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍ ଫୋନ୍‌ରେ ସାକ୍ଷୀଙ୍କୁ ଧମକଚମକ ଦେବା ଘଟଣା । ପୁଣି ଗୋସାଇଁନୂଆଗାଁ ଥାନାରେ ହାଜର ହୋଇଛନ୍ତି ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା । ଏହି ଘଟଣାରେ ସେ ଦ୍ୱିତୀୟ ଥର ପାଇଁ ଥାନାରେ ହାଜର ହୋଇ ପୁଲିସର ତଦନ୍ତରେ ସହଯୋଗ କରିଛନ୍ତି । ଉକ୍ତ ଥାନାରେ ୨୮ ତାରଖରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା କରାଯିବ ବୋଲି […]

ମୁସ୍କାନ୍‌-ସାହିଲଙ୍କ ପରେ ରବିତା-ଅମରଦୀପଙ୍କୁ ଫାଶୀ !

ସ୍ୱାମୀଙ୍କୁ ଗଳାଚିପି ହତ୍ୟା କରିଥିବା ପତ୍ନୀ ରବିତା ଏବଂ ତାଙ୍କ ପ୍ରେମୀ ଅମରଦୀପଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ରବିତା ନିଜ ପ୍ରେମୀ ଅମରଦୀପ ସହ ମିଶି ପ୍ରଥମେ ସ୍ୱାମୀ ଅମିତ କଶ୍ୟପଙ୍କୁ ଗଳାଚିପି ହତ୍ୟା କରିଥିଲେ ଏବଂ ପରେ ଏହାକୁ ଏକ ଦୁର୍ଘଟଣା ବୋଲି ପ୍ରମାଣ କରିବାକୁ ତାଙ୍କ ବେଡ୍‌ରେ ଏକ ବିଷଧର ସାପ ଛାଡ଼ି ଦେଇଥିଲେ । କିନ୍ତୁ, ପୋଷ୍ଟମର୍ଟମ ରିପୋର୍ଟ ସେମାନଙ୍କ ମିଛକୁ ପଦାରେ ପକାଇ ଦେଇଥିଲା । ତେବେ ଦୋଷୀ […]

ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡିଶାର ମାନ୍ୟବର ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟିଙ୍କୁ ଗୁରୁବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲଠାରେ ଲୋକଭବନର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ , ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ବିଦାୟ ଜଣାଇଥିଲେ ।ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କ ସହ ରାଜ୍ୟର ମାନ୍ୟବର ପ୍ରଥମ ମହିଳା […]

ଭୁବନେଶ୍ୱରରେ ପହଞ୍ଚିଲେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ

ଭୁବନେଶ୍ୱରରେ ପହଁଚିଲେ ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଢୋଲ, ବାଜାରେ କମ୍ପୁଛି ଭୁବନେଶ୍ୱର ବିମାନବନ୍ଦର । ପ୍ରଥମେ ମହିଳା ହକି ଦଳ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରେ ଆସୁଛନ୍ତି ପୁରୁଷ ଦଳ। ପୁରୁଷ ଫାଇନାଲରେ ଭାରତ ମାଲେସିୟାକୁ ୫-୧ ଗୋଲରେ ଏକତରଫା ଭାବେ ପରାସ୍ତ କରି କ୍ରମାଗତ ଭାବେ ସ୍ୱର୍ଣ୍ଣ ପଦକ ବଜାୟ ରଖିଛି । […]

୭୮ ବର୍ଷ ବୟସରେ ପାଦ ଦେଲେ ଡ୍ରିମ୍ ଗାର୍ଲ ହେମା ମାଳିନୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀ ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର ତିରୁଚିରାପାଲିରେ ତାଙ୍କର ଜନ୍ମ ହୋଇଥିଲା । ହେମା କମ୍ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ଭାରତନାଟ୍ୟମ୍, କଥକ ଏବଂ କୁଚିପୁଡ଼ିରେ ତାଲିମ ନେଇଥିଲେ । ତାଙ୍କ ନୃତ୍ୟ ମାଧ୍ୟମରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ହେମା ମାଳିନୀ ବହୁ ବର୍ଷ ଧରି ଅଭିନେତ୍ରୀ ଭାବରେ ବଡ଼ ପରଦାରେ ରାଜ କରିଥିଲେ। […]

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ଶିମିଳିପାଳ ପ୍ରେମୀ ଓ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିବାକୁ ଯାଉଛି  ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ।ପର୍ଯ୍ୟଟନ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏଥିମଧ୍ୟରୁ ଯଶିପୁର ଫାଟକ ଦେଇ ୩୫ଟି ଏବଂ ପିଠାବଟା ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ଗାଡ଼ିର ବୈଧ କାଗଜପତ୍ର ସହ ସର୍ବନିମ୍ନ ୧୮୦ […]