ନୟାଗଡ଼,(ଓଡିଶା ଦର୍ପଣ): ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ରାଷ୍ଟ୍ରୀୟ ଚେତନା ଓ ସଂସଦୀୟ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ନୟାଗଡ଼ରେ ଆୟୋଜିତ ହେବ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ। ଆସନ୍ତା ନଭେମ୍ବର ୬ ତାରିଖରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ପ୍ରାୟ ୧୫୦ ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ରହିଛି ‘One […]
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଫେରୁଛନ୍ତି। ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏସନ୍ସର ଆଗାମୀ ଫିଲ୍ମ ‘ଇଠା’ରେ ସେ ଏକ ଭିନ୍ନ ତଥା ଚ୍ୟାଲେଞ୍ଜିଂ ଚରିତ୍ରରେ ନଜର ଆସିବେ। ତେବେ ଫିଲ୍ମ ଇଠାର ଟ୍ରେଲର ରିଲିଜ୍ ହୋଇଛି । ମହାରାଷ୍ଟ୍ରର ପ୍ରସିଦ୍ଧ ତମାଶା ଓ ଲାବଣୀ କଳାକାର ବିଠାବାଇ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ । ଟ୍ରେଲରରେ ଶ୍ରଦ୍ଧାଙ୍କୁ ବିଠାବାଇଙ୍କ ଚରିତ୍ରରେ ଦେଖିବାକୁ ମିଳିଛି । ପାରମ୍ପରିକ […]
ଜନଗଣନାକୁ ନେଇ ବଡ଼ ଘୋଷଣା ସାମ୍ନାକୁ ଆସିଛି । ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ, ବରଫାବୃତ ଅଞ୍ଚଳ ଏବଂ ଆଗାମୀ ନିର୍ବାଚନ ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ସାରା ଦେଶରେ ୨୦୨୭ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ତାରିଖ ମଧ୍ୟରେ ଜନଗଣନା ପ୍ରକ୍ରିୟା ସମ୍ପାଦନ କରାଯିବ। ଏହି ଜନଗଣନା ପାଇଁ ସନ୍ଦର୍ଭ ତାରିଖ (Reference Date) ୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨ଟା ନିର୍ଦ୍ଧାରଣ କରାଯାଇଛି।ସେହିପରି ୨୦୨୭ ମାର୍ଚ୍ଚ ୧ ତାରିଖକୁ […]
ବଢ଼ିଲା କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ଅବଧି। । କାଲି ପ୍ଲଟ ଆବଣ୍ଟନର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୧୩ଶହରୁ ଉର୍ଦ୍ଧ୍ବ ପ୍ଲଟ୍ ପଞ୍ଜୀକରଣ ଶେଷ ହୋଇସାରିଛି । ଏଥର ବାଲିଯାତ୍ରାରେ ଉପର ପଡିଆରେ ୫୦୦ରୁ ଊର୍ଦ୍ଧ୍ବ ଷ୍ଟଲ ହେବାକୁ ଥିବାବେଳେ ତଳ ପଡ଼ିଆରେ ୧୫ଶହରୁ ଉର୍ଦ୍ଧ୍ବ ଷ୍ଟଲ ରହିଛି । ସେହିପରି ଆସନ୍ତା ମାସ ୨ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ଚାଲିବ । ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ […]
ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ହିଞ୍ଜିଳି ଓ ଶେରଗଡ଼ ସମେତ ସମଗ୍ର ଜିଲ୍ଳାର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବିପନ୍ନ ଲୋକଙ୍କ ଉଦ୍ଧାର ଓ ରିଲିଫ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ,ଜିଲ୍ଲପାଳ ବିରୋଧୀଦଳ ନେତାଙ୍କୁ ଅବଗତ କରିଥିଲେ। ଗଞ୍ଜାମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି […]
ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା| ଗତକାଲି ଅପେକ୍ଷା ବନ୍ୟା ସ୍ଥିତିରେ ସୁଧାର ଆସିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଥିଲା । ଋଷିକୂଲ୍ୟାର ପୁରୁଷୋତ୍ତମପୁରରେ ୧୭.୯୪ ମିଟର ଜଳ ପ୍ରବାହିତ ହେଉଛି । ଯାହାକି ବିପଦ ସଙ୍କେତ ଉପରେ ରହିଛି । ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳକୁ ଆସିବ । ସୋରଡ଼ାରେ ୭୮.୪ ମିଟର ଜଳ […]
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରା ମାଡ ହୋଇଛି । ଏଥିରେ ପ୍ରଫେସର ସାହୁ ଗୁରୁତର ଆହତ ହୋଇଛନ୍ତି lସତ୍ୟନାରାୟଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାର୍ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଏବେ ସତ୍ୟନାରାୟଣଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ଛି । ମିଳିଥିବା ସୂଚନା ଅନୁସାରେ, ରସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କ ବାମ ପେଟ ତଳ ଭାଗରେ ଆଘାତ ଲାଗିଛି । ଆକ୍ରମଣକାରୀ ଯୁବକ ହେଉଛନ୍ତି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨ ତାରିଖରେ ନୟାଗଡ଼ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଉପଲକ୍ଷେ ଆଜି ନୟାଗଡ଼ ଉପକଣ୍ଠସ୍ଥ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଶିକ୍ଷାଧିକାରିଣୀ ମୁନରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଅମିତା ମିଶ୍ର […]
ସାମାନ୍ୟ ତରକାରୀକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। ରାତିରେ ଶୋଇଥିବା ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ସ୍ୱାମୀ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଏଭଳି ଏକ ଛାତିଥରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ପଦୁଗୁଡ଼ା ଗାଁରେ।ମୃତ ମହିଳା ହେଲେ ୩୨ ବର୍ଷୀୟା କବିତା ସାଉଁତା। ସ୍ୱାମୀଙ୍କ ନାମ ରାବ ସାଉଁତା। ସୂଚନା ଅନୁଯାୟୀ, ସାମାନ୍ୟ ତରକାରୀକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ […]
ଭାରତୀୟ ନିର୍ବାଚନ ଆୟୋଗ (ECI) ହରିୟାଣା, ନାଗାଲାଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ସମେତ ଦିଲ୍ଲୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ସମୟସୀମା ବୃଦ୍ଧି କରିଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଉପରୋକ୍ତ ପାଞ୍ଚଟି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ୩୦ ନଭେମ୍ବର ୨୦୨୬ରେ ପ୍ରକାଶ ପାଇବ। ଅନ୍ୟପକ୍ଷରେ, ଦିଲ୍ଲୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ତାରିଖକୁ ଘୁଞ୍ଚାଇ ୨୨ ଡିସେମ୍ବର ୨୦୨୬ ଧାର୍ଯ୍ୟ କରାଯାଇଛି। ଭୋଟର […]
ଉତ୍ତରାଖଣ୍ଡର ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ଚମୋଲି ଜିଲ୍ଲାର ଯୋଶୀମଠ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୫ ଜଣ ଯାତ୍ରୀ ଥିଲେ। ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି।ଟ୍ରାନ୍ସ ଭାରତ ଆଭିଏସନ୍ର ଏହି ହେଲିକପ୍ଟରଟି ଜୋଶୀମଠ ଉପତ୍ୟକା ଉପରେ ଉଡ଼ୁଥିବା ସମୟରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାର ଟ୍ରାକିଂ ସିଷ୍ଟମ୍ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା। ପରେ ଚାୟି ଗାଁ ନିକଟରେ ହେଲିକପ୍ଟର ଦୁର୍ଘଟଣା […]
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ନଭେମ୍ବର ୩ରୁ ୫ ପର୍ଯ୍ୟନ୍ତ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ବାତିଲ। ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ନେଇ ରାଇରଙ୍ଗପୁର ଏଡିଏମ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ନଭେମ୍ବର ୩ ତାରିଖରୁ ରାଷ୍ଟ୍ରପତିଙ୍କର ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ଥିଲା। ତେବେ ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ମଧ୍ୟ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ବାତ୍ୟା ପରିସ୍ଥିତିକୁ […]
