ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା

ଏବେ ଥଣ୍ଡା କମୁଥିବା ବେଳେ ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ଆଶଙ୍କା ରହିଛି । ପୂର୍ବ ଭାରତ ମହାସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ମହାସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହୁଛି । ଏହା ପ୍ରଭାବରେ ଆସନ୍ତା ୧୫ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ବର୍ଷା ହେବ । ତେବେ ଏହାର ପ୍ରଭାବ ଓଡ଼ିଶା […]

2026 Henley Passport Index ପ୍ରକାଶିତ ହୋଇଯାଇଛି । 10ଟି ସ୍ଥାନ ଉପରକୁ ଉଠି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ

ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଢିଲା ଭାରତୀୟ ପାସପୋର୍ଟର ଶକ୍ତି । ପୁଣି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ ।Henley Passport Indexରେ ଚଳିତବର୍ଷ ଭାରତ 75 ରାଙ୍କ ହାସଲ କରିଛି । 2025 ମସିହାରେ ଏବି ରାଙ୍କ 85 ରହିଥିଲା । ଚଳିତବର୍ଷ 10ଟି ସ୍ଥାନ ଉପରକୁ ଉନ୍ନତି କରିଛି ଭାରତୀୟ ପାସପୋର୍ଟ । ଏହି ରାଙ୍କିଂର ସିଧାସଳଖ ସୁବିଧା ମିଳିବ ଭାରତୀୟ ଯାତ୍ରୀ ତଥା ଭ୍ରମଣକାରୀଙ୍କୁ । ବିଗତ କିଛି ବର୍ଷ ଧରି ଏହି ରାଙ୍କରେ ସିଙ୍ଗାପୁର […]

ଦୀପ ନିଆଁ ଲାଗି ମହିଳା ଗୁରୁତର 

ଦୀପ ନିଆଁ ଲାଗି ମହିଳା ଗୁରୁତର ।  ମଞ୍ଚେଶ୍ୱର ଥାନା ସତ୍ୟ ବିହାର ଘଟିଛି ଅଘଟଣ ।  ତ୍ର୍ୟମ୍ବକେଶ୍ୱର ମନ୍ଦିରରେ  ଆଜି ସଂକ୍ରାନ୍ତିରେ ମହିଳା ମନ୍ଦିର ଦର୍ଶନ କରି ଦୀପ ଲଗାଇବା ବେଳେ ଘଟିଛି ଅଘଟଣ । ଜଳି ସାରିଥିବା ଦୀପ ନିଆଁ ଗଦାରୁ ନିଆଁ ଲାଗି ମହିଳାଙ୍କ ଶାଢିରେ ନିଆଁ ବ୍ୟାପିଥିଲା ।  ଫଳରେ ମହିଳାଙ୍କ ଶରିର 50 % ପୋଡି ଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟକାଳ ସେବା ତୀର୍ଥରେ ପ୍ରଥମ ନିଷ୍ପତ୍ତି! ପ୍ରଥମ ଦିନ ୪ ବଡ଼ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଉଦଘାଟନ କରିଛନ୍ତି। ଆଜିଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଇସିନା ହିଲର ସାଉଥ ବ୍ଲକରୁ ସେବା ତୀର୍ଥକୁ ସ୍ଥାନାନ୍ତରିତ ହୋଇଛି। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ରହିବ। ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟକାଳ ସେବା ତୀର୍ଥରେ ପ୍ରଥମ ନିଷ୍ପତ୍ତି ନିଆଯାଇଛି । ଚାଷୀ, ମହିଳା, ଯୁବକଙ୍କ ଉପରେ କେନ୍ଦ୍ରିତ ଅନେକ ଯୋଜନାର ଫାଇଲ୍ ଉପରେ ପିଏମ୍ ମୋଦୀ […]

ବୋରୱେଲରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁକନ୍ୟାର ଜୀବନ

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ବିଲ୍ଡିଂ କାମ ବେଳେ ଅଘଟଣ। ବୋରୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ। ମାମୁ ଘରକୁ ବୁଲିବାକୁ ଆସିଥିଲା ଭାଣିଜି । ହେଲେ ମେଡିକାଲରେ ନିର୍ମାଣଧୀନ ନୂଆ ବିଲଡିଂ ନିକଟରେ ଖେଳୁ ଖେଳୁ ବୋରୱେଲରେ ଖସି ପଡିଥିଲା । ମୃତ ଶିଶୁକନ୍ୟା ହେଲା ସମାୟିରା ନାୟକ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣାଧୀନ କୋଠା ପାଖରେ ଶିଶୁକନ୍ୟା ଖେଳୁ ଥିଲା। ଆଜି ଅପରାହ୍ନ ସମୟରେ ଖେଳୁଥିବା ବେଳେ […]

‘ଶ୍ରୀ ଜଗନ୍ନାଥ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟବାସୀଙ୍କ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’କୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁରଠାରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ହୋଇଛି। ୫ଟି ଜିଲ୍ଲାରୁ ପ୍ରାୟ ୫୦୦ ଶ୍ରଦ୍ଧାଳୁ ତୀର୍ଥଯାତ୍ରୀ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯୋଜନାରେ ଚଳିତ ବର୍ଷ ରାଜ୍ୟର ୫ ହଜାର ହିତାଧିକାରୀ ଏବଂ ଆସନ୍ତା ୪ […]

ଅକ୍ଷୟ ପଟ୍ଟନାୟକଙ୍କ ଇଞ୍ଜିନିୟରିଂ ସଂଗ୍ରହାଳୟ ! ସାଇତିଛନ୍ତି ୩୦ ହଜାର ପୁରୁଣା ସାମଗ୍ରୀ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଅକ୍ଷୟ ପଟ୍ଟନାୟକ (୮୭) । ୧୯୭୦ ମସିହାରେ ସେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ମ୍ୟୁନସିପାଲ କର୍ପୋରେସନରେ ମେକାନିକାଲ ଇଞ୍ଜିନିଅର ଭାବରେ କାମ କରୁଥିଲେ । ସେତେବେଳେ ଆରମ୍ଭ ହୋଇଥିଲା ବିଭିନ୍ନ ମେକାନିକାଲ ଯନ୍ତ୍ରପାତି ସହ ପୁରୁଣା ସାମଗ୍ରୀ ସାଇତି ରଖିବାର ନିଶା । ମାଡ୍ରାସରୁ ଓଡିଶା ଫେରିବା ପରେ ଆରମ୍ଭ କରିଥିଲେ ଏକ ବୈଷୟିକ ସଂଗ୍ରହାଳୟ । ବର୍ତ୍ତମାନ ଅକ୍ଷୟ ପଟ୍ଟନାୟକଙ୍କ ସଂଗ୍ରହାଳୟରେ ୩୫ ଟି ବିଭାଗର ୩୦ ହଜାରରୁ ଅଧିକ […]

ଗୋଟିଏ ବର୍ଷରେ ସର୍ବାଧିକ ୧୮ ଟି ନାଟକ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ

ଗୋଟିଏ ବର୍ଷରେ ସର୍ବାଧିକ ୧୮ ଟି ନାଟକ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଡ. ଦୀପକ ଜେନା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବିତନା ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗାଁର ଅଧ୍ୟାପକ ଦୀପକ ଜେନାଙ୍କୁ ଚାରି ଆଡ଼ୁ ଶୁଭେଛାର ସୁଅ ଛୁଟୁଛି ।ଅଧ୍ୟାପନା ସହିତ ଯାତ୍ରା ନାଟକରେ ରୁଚି ରଖୁଥିବା ଦୀପକ ଚଳିତ ବର୍ଷ “ତୁ ମୋ ଭାଗ୍ୟରେ ନାହୁଁ” ନଅଙ୍କ ଦୁର୍ଭିକ୍ଷ” “କଟି କଟି ଡବଲ କଟି” “ହାଇଦର” ଓ […]

ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ଆଗୁଆ ନାମଲେଖା କରାଯିବ

ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ନାମଲେଖା ଆଗୁଆ କରାଯିବ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିପିଇଟି)କୁ ଆଗୁଆ କରାଯିବ ।ସେହିପରି ସ୍ନାତକ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ମଧ୍ୟ ସଠିକ୍‌ ସମୟରେ କରି ତ୍ୱରିତ ଫଳ ପ୍ରକାଶ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ […]

ସଂସଦ କାର୍ଯ୍ୟ ମାର୍ଚ୍ଚ ୯ପର୍ଯ୍ୟନ୍ତ ମୁଲତବୀ

ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ଶୁକ୍ରବାର ଶେଷ ହୋଇଛି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ ପୂର୍ବତନ ସେନା ମୁଖ୍ୟ ଏମ୍.ଏମ୍. ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନକୁ ନେଇ ବଜେଟ ଅଧିବେଶନର ପ୍ରଥମ ଭାଗରେ ପ୍ରବଳ ‌ହୋହଲ୍ଲା ଓ ହଟ୍ଟଗୋଳ ଦେଖାଯାଇଥିଲା। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା କ୍ଷଣି ହୋହଲ୍ଲା ଚାଲିଥିବାବେଳେ ଉଭୟ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।ସଂସଦର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ପ୍ରଥମଟି ଜାନୁଆରୀ ୨୮ ରୁ ଫେବୃଆରୀ ୧୩ […]

ପିଲାଙ୍କୁ ଭାଲେଣ୍ଟାଇନ ଦିବସ ଅଶାଳୀନ ମନ୍ତବ୍ୟ ଦେଇ ଥାନାରେ ରସିକିଆ ବିଜ୍ଞାନ ଶିକ୍ଷକ

ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଖବର।ରସିକିଆ ଶିକ୍ଷକ ହେଉଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ଗୁଣ୍ଢେଇଗୋଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର । ପୀଡିତା ମାଆଙ୍କ ଅଭିଯୋଗ ଆଧାରରେ ତପନଙ୍କ ବିରୋଧରେ କୁଣ୍ଢେଇଗୋଳା ଥାନାରେ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି ।ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର ଖାଇବାଛୁଟି ସମୟରେ କେତେକ […]

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି, କମିଲା ସୁନା ଦର

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି, କମିଲା ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୫,୭୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୮୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୫,୭୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୨,୮୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । […]