ପାରାଦୀପରେ ବ୍ଲୁ ଫ୍ଲାଗ ବିଚ୍ ସମୀକ୍ଷା କଲେ ମୁଖ୍ୟ ସଚିବ

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଦିନିକିଆ ପାରାଦୀପ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରକୃତିର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମିରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ପାଇଁ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର […]

PMO ପାଇଲା ନୂଆ ଠିକଣା, ‘ସେବା ତୀର୍ଥ’ ଓ ‘କର୍ତ୍ତବ୍ୟ ଭବନ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ସାଉଥ୍ ବ୍ଲକ୍’ରୁ ବାହାରି ଏବେ ତାର ନୂଆ ଠିକଣା ସେବାତୀର୍ଥକୁ ଯିବ । ତେବେ ସଂଯୋଗର କଥା ୧୯୩୧ ମସିହା ଫେବୃଆରୀ ୧୩ ତାରିଖ ଦିନ ହିଁ ବ୍ରିଟିଶମାନେ ନୂଆଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ଘୋଷଣା କରିଥିଲେ । ଆଉ ଆଜି ସମାନ ଦିନରେ ସାଉଥ୍ ବ୍ଲକ୍ ରୁ ବିଦାୟ ନେବ PMO ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେବା ତୀର୍ଥକୁ ସ୍ଥାନାନ୍ତର କରିବାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ଗମନାଗମନକୁ ସହଜ କରିବା। ଏହା ସାଧାରଣ ଜନତାଙ୍କ […]

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର, ମସ୍ତିସ୍କାଘାତ ଯୋଗୁ ଆଇସିୟୁରେ ଭର୍ତ୍ତି

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଗତକାଲି ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । […]

ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଦେହାନ୍ତ

ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଦେହାନ୍ତ। ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ଓଡ଼ିଶାରୁ ଜଣେ ସାଂସଦ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ମନ୍ତ୍ରୀ ଏବଂ କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ […]

ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା, ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା । ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର | ହବ୍‌ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।୧୪ଟି ରୁଟରେ ଯିବ ପ୍ରଶ୍ନପତ୍ର। ଏଥିପାଇଁ ବନ୍ଧୁକଧାରୀ ପୋଲିସ ମୁତୟନ ହେବେ । ଦୁଇ ଦିନରେ ୨୭ଟି ରୁଟରେ ପ୍ରଶ୍ନପତ୍ର ପଠାଯିବ । ଚଳିତ ବର୍ଷ ୨୧୧ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି । ଯୁକ୍ତ ୨ରେ ୧୩୫୭ଟି ପରୀକ୍ଷା […]

ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ

ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ ।ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ […]

ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ

ବଢ଼ୁଥିବା ଶବ୍ଦ ଓ ଆଲୋକ ପ୍ରଦୂଷଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଲେଜର ଲାଇଟ୍ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି ହାଇକୋର୍ଟ । ବିକଟାଳ ଶବ୍ଦ କରୁଥିବା ଡିଜେ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାତି ୧୦ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନହେବ, ସେ ଦିଗରେ […]

ବାଲି ରସିଦରେ ଲାଞ୍ଚ କାରବାର ଅଭିଯୋଗ, ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୩ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ବ୍ରହ୍ମପୁର ନେଇଯାଇଛି । ସୂଚନାମୁତାବକ ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ଗାଡି ମାଲିକ ବେନିୟମ ଭାବେ ବାଲି […]

ମାତିଲେ ସାଇବର ଠକ । ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ ହେଲେ ଦମ୍ପତି

ଚାଲାକି କଲେ ବୋଲି ବଞ୍ଚିଗଲେ । ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ୩୫ ଘଣ୍ଟା ଡିଜିଟାଲ ଆରେଷ୍ଟ । ରାଜଧାନୀରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ନାଲକୋର ଅବସରପ୍ରାପ୍ତ ସେଫଟି ବିଭାଗର ମୁଖ୍ୟ ଥିଲେ ସରୋଜ କୁମାର ପଟ୍ଟନାୟକ ତାଙ୍କ ପତ୍ନୀ ନିର୍ଝରନି ପଟ୍ଟନାୟକ ସାଇବର ଲୁଟେରାଙ୍କଠୁ ଅଳ୍ପକେ ବର୍ତ୍ତିଛନ୍ତି । ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ ଜଣାପଡ଼ିଲା ସତ । ସାଇବର ଥାନାରେ ଅଭିଯୋଗ ପରେ ପୋଲିସ […]

ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଆବେଦନ ସ୍ଥଗିତ

ବଲିଉଡ୍ ଷ୍ଟାର ହାସ୍ୟ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ବଢିବାରେ ଲାଗିଛି ଅଡୁଆ । ମାମଲାରୁ ମୁକୁଳିବାରେ ବଦଳରେ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛନ୍ତି । ଜାମିନ ଆବେଦନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଆଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୬ ଫେବୃଆରୀରେ କରିବେ । ଶୁଣାଣି ସମୟରେ ଅଭିନେତାଙ୍କ ପକ୍ଷରେ ଉପସ୍ଥିତ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ସେ ତାଙ୍କ କ୍ଲାଏଣ୍ଟଙ୍କୁ […]

ଦୂରଦର୍ଶନର ବରିଷ୍ଠ ଖବର ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କ ପରଲୋକ

ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ ଘଟିଛି। ସେ ତାଙ୍କର ଶାନ୍ତ ସ୍ଵର ଏବଂ ସ୍ଵଭାବ ଏବଂ ଶୁଦ୍ଧ ହିନ୍ଦୀ ଉଚ୍ଚାରଣ ଲାଗି ବେଶ୍ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରଳା ଦୂରଦର୍ଶନର ଏକ ପପୁଲାର୍ ଚେହେରା ଥିଲେ। ୧୯୮୦ ଏବଂ ୧୯୯୦ ଦଶକର ଜଣେ ପ୍ରସିଦ୍ଧ ସାମ୍ବାଦିକା ଥିଲେ ସରଳା। ଲୋକମାନେ ତାଙ୍କୁ ଶୁଣିବାକୁ ଭଲ ପାଉଥିଲେ। ସେ ୨୦୦୫ ପର୍ଯ୍ୟନ୍ତ ଦୂରଦର୍ଶନର ନ୍ୟୁଜ ଆଙ୍କର ଭାବରେ କାର୍ଯ୍ୟ କରିଥିଲେ। […]

ଭଡ଼ାଘରେ ଚାଲିଥିଲା ଦେହ ବେପାର: ପୁଲିସ ପଞ୍ଝାରେ ୩ ଦେହଜୀବୀ, ୪ ଗ୍ରାହକ

ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । କିଙ୍ଗପିନ୍ ସହ ୩ ଦେହଜିବୀ, ୪ ଜଣ ଗ୍ରାହକଙ୍କୁ ଧରିଛି ପୋଲିସ ।ସୂଚନାମୁତାବକ ଗତ କିଛି ଦିନ ଧରି ଏହି ସେକ୍ସ ସ୍କାଣ୍ଡାଲ ଚାଲିଥିଲା। କୌଣସି ସୂତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସ୍କାଡ୍‌ ଇନଚାର୍ଜ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଟିମ୍‌ ଚଢ଼ାଉ କରିଥିଲା। ଆଜି ପୂର୍ବାହ୍ନରେ ପୋଲିସ ଚଢ଼ାଉ […]