ପିଲା ଚୋର ଅଭିଯୋଗରେ ଯୁବତୀଙ୍କ ସହ ଦୁର୍ବ୍ୟବହାର ଓ ମରଣାତ୍ମକ ଆକ୍ରମଣ,

ରାୟଗଡା ତା ୧୮/୦୬ () ପିଲା ଚୋର ଭାବି ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହେବା ସହ ତାଙ୍କ ସହ ଦୁର୍ବ୍ୟବହାର ଓ ମାଡ଼ମାରି ହୋଇଥିବା ଅଭିଯୋଗ କରିଛନ୍ତି ଯୁବତୀ ସୁମନ ଝାପ୍ ଓ ଯୁବକ ଅର୍ପିତ ସୂତାରିଆ। ଦୁହେଁ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଠାରେ ଏକ NGO ରେ କାମକରନ୍ତି l ଦୁହେଁ ଗତକାଲି ଦାରିଙ୍ଗବାଡି ଠାରୁ କଲାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳକୁ ଯାଉଥିଲେ, ଏମାନେ ଏହି ସଡ଼କ ପ୍ରତୀ ଅଜ୍ଞ ଥିବାରୁ ଗୁଗୁଲୁ ମ୍ୟାପ୍ ଦେଖି ଦେଖି ଯାଉଥିବା ବେଳେ କଲ୍ଯାଣସିଂହପୁର ବ୍ଲକର ଇନ୍ତାଲିଗୁଡ଼ା ବାସିନ୍ଦା ପିଲା ଚୋର ସନ୍ଦେହରେ ଅଟକାଇ ।ହୁହେଁଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏନେଇ କଲ୍ୟାଣସିଂପୁର ଥାନାରେ ଅବିଯୋଗ ପରେ ରାୟଗଡା SP ରାଜ ପ୍ରସାଦ ଥାନାକୁ ଯାଇ ଅଧିକା ତଦନ୍ତ କରିବା ସହ ଉଭୟଙ୍କୁ ସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଜେନ୍ଦ୍ରରେ ଭର୍ତି କରୁଛନ୍ତି ।

ଅଧିକ ପଢନ୍ତୁ