IAS ସ୍ତରରେ ଅଦଳବଦଳ । ପୁଣିଥରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଭୂପେନ୍ଦ୍ର ସିଂ ପୁନିଆ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । MSME ସଚିବ ହେଲେ ରଶ୍ମିତା ପଣ୍ଡା । ସୁରେନ୍ଦ୍ର ମାନୀଙ୍କୁ CMGI କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ଅବୋଲି ସୁନୀଲ ନରବଣେଙ୍କୁ ଇପିକ୍ ଇପିକଲ୍ ଏମଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
ଗନ୍ଧମାର୍ଦ୍ଦନ ହେବ ନକ୍ସଲ ମୁକ୍ତ । ବରଗଡ ଜିଲ୍ଲାର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲ ହେବ ମାଓ ମୁକ୍ତ । ଏବେ ଓଡ଼ିଶା ପୋଲିସର ଟାର୍ଗେଟରେ ଗନ୍ଧମାର୍ଦ୍ଦନ ପାହାଡରେ ଲୁଚି ରହିଥିବା ମାଓବାଦୀ ।ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଗନ୍ଧମାର୍ଦ୍ଦନକୁ ମାଓବାଦୀମୁକ୍ତ କରାଯିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ ହୋଇ ସାରିଛି ବୋଲି ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ସଞ୍ଜୀବ ପଣ୍ଡା କହିଛନ୍ତି। […]
ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ଗିରଫ । ଥରେ ନୁହେଁ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳର ଘଟଣା । ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ।ଆଜି ହଳଦୀକୁଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ମୁହଁ ଖୋଲିବା ସହ ଲହୁଣିପଡ଼ା ଥାନାରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ। ଫଳରେ […]
ସ୍କୁଲ ୟୁନିଫର୍ମ ଫିଙ୍ଗି ଦେଲେ ଛାତ୍ରଛାତ୍ରୀ। ନାଁ ସ୍କୁଲ ଭିତରକୁ ପଢିବାକୁ ଗଲେ, ନାଁ ମଧ୍ୟାହ୍ନ ଭୋଜନ କଲେ। ସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା | ସୂଚନାମୁତାବକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ୩୫୦ରୁ ଅଧିକ […]
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେରେଙ୍କୁ ନୋଟିସ ଦିଆଯାଇଛି ।୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି । ୨୦୨୪ ବିଧାନସଭା ନିର୍ବାଚନ ସମୟରେ କନକ ବର୍ଦ୍ଧନ ସିଂଦେଓ ନିଜ ନାମାଙ୍କନ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେର ଅଭିଯୋଗ କରିଥିଲେ। ନିଜ ବିରୋଧରେ […]
ନୟାଗଡ଼,: ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ […]
ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣାରେ ତଦନ୍ତ କମିଟି ଗଠିତ। ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ ହୋଇଛି। କମିଟି ଘଟଣାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ସରୋଜ ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ କମିଟିରେ ୨ ଆସୋସିଏଟ ପ୍ରଫେସର, ୨ ଆସିଷ୍ଟାଣ୍ଟ ପ୍ରଫେସର ସାମିଲ ଅଛନ୍ତି। ସେପଟେ ଏସ୍ସିବି ମେଡିସିନ୍ ଆଇସିୟୁରେ ସାଂଘାତିକ ଅବ୍ୟବସ୍ଥାର ଭିଡିଓ ଭାଇରାଲ୍ […]
ଅପରେସନ ସିନ୍ଦୂର ସମୟରେ ବିଶ୍ବ ଦେଖିଲା ଭାରତର ପରାକ୍ରମ । ଭାରତ ନିଜ ଶତ୍ରୁକୁ ଧ୍ବଂସ କରିବା ପାଇଁ କିଛି ବି କରିପାରିବ । ଏହି ଅପରେସନରେ ଭାରତ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କୀ ଠିକଣାକୁ ନଷ୍ଟ କରିବା ସହିତ ଆତଙ୍କୀକୁ ନିପାତ କରିଥିଲା । ହାରି ଭିତରେ ଆଇଏଏଫ୍ ଭାଇସ୍ ଚିଫ୍ ଏୟାର ମାର୍ଶଲ ନାଗେଶ କପୁର ରାଫେଲକୁ ଅପରେସନ ସିନ୍ଦୂରର ହିରୋ ରୂପେ ଅଭିହିତ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ […]
କେରଳର କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇପାରିଛନ୍ତି। ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବାବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହାଦ୍ବାରା ସେ ରାଜ୍ୟର ପ୍ରଥମ ଦୃଷ୍ଟିହୀନ ନ୍ୟାୟିକ ଅଧିକାରୀ ହୋଇପାରିଛନ୍ତି। ଥାନ୍ୟା ପ୍ରଥମ ଥର ପରୀକ୍ଷା ଦେଇଥିବାବେଳେ ଭିନ୍ନକ୍ଷମଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗତବର୍ଷ ସୁପ୍ରିମକୋର୍ଟଙ୍କ ଭିନ୍ନକ୍ଷମ […]
ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଫେବୃଆରୀ ୧୭ ତାରିଖରେ ପଡୁଛି । ଫାଲଗୁନ ମାସର ଅମାବାସ୍ୟା ଦିନ ଏହି ସୂର୍ଯ୍ୟଗ୍ରହଣ ହେବ ବୋଲି କୁହାଯାଇଛି । ଏହା ଏକ ଅଗ୍ନି ବଳୟ ସୂର୍ଯ୍ୟଗ୍ରହଣ ହେବ । ଗ୍ରହଣ ଅପରାହ୍ନ ୩.୨୬ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭.୫୭ ପର୍ଯ୍ୟନ୍ତ ରହିବ । ଏହା ମୁଖ୍ୟତଃ ଆଣ୍ଟାର୍କଟିକା, ଆଫ୍ରିକାର କିଛି ଅଂଶ ଏବଂ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଉପରେ ଦୃଶ୍ୟମାନ ହେବ କିନ୍ତୁ ସବୁଠୁ ବଡ଼ କଥା ହେଉଛି […]
ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଏନେଇ କଡ଼ା ପ୍ରତିକ୍ରୀୟା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ହାତୀପାଖକୁ ନ ଯିବାକୁ ଓ ହାତୀ ସହ ସେଲ୍ଫି ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକେ ହାତୀ ସହ ସେଲ୍ଫି ନେବା ପାଇଁ ପଛରେ ଗୋଡାଇଥାନ୍ତି । ବେଳେବେଳେ […]
ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ। ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ମହିଳା କମିଶନ।ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର। ତା ପଛକୁ ରହିଛି ପୁରୁଣା ରାଜଧାନୀ କଟକ। ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ବର୍ଷରେ ସମୁଦାୟ ୨୦୬୪ ମହିଳା ଅପରାଧିକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୮୭୯ଟି ମାମଲା ସମାଧାନ କରିବାରେ ମହିଳା କମିଶନ ସଫଳ ହୋଇଛନ୍ତି। ମହିଳା ଅପରାଧର […]
