ପିୟୁସିସି ଫାଇନ କମାଇବା ଯୋଜନା ଚାଲିଛି: ପରିବହନ ମନ୍ତ୍ରୀ

ପିୟୁସିସି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ ସୂଚନା ଦେଇଛନ୍ତି। ସମସ୍ତେ ପିୟୁସିସି କରିବା ବାଧ୍ୟତାମୂଳକ ଅଟେ । ଆହୁରି କହିଛନ୍ତି, ଟୋଲ ଗେଟରେ ପିୟୁସିସି ଫାଇନ କମାଇବା ପାଇଁ ଚାଲିଛି ଯୋଜନା। ୧୦ ହଜାର ଟଙ୍କା ଫାଇନକୁ କମ କରିବାକୁ ଆଲୋଚନା ଚାଲିଛି। ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ କଡାକଡି ହୋଇଥିଲା ପିୟୁସିସି ନିୟମ । ଯାହାର ଗାଡି ଅଛି , ପିୟୁସିସି କରିବାକୁ କହିଥିଲେ ସରକାର। ସୂଚନାମୁତାବକ ଏକ ଜନସ୍ୱାର୍ଥ ମାମଲା (PIL) […]

ବନ୍ଦେ ମାତରମ୍” ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି, ସମ୍ମାନ ଜଣାଇ ଠିଆ ହେବା ହେବ ବାଧ୍ୟତାମୂଳକ

ବନ୍ଦେ ମାତରମ୍ ପାଇଁ ଆସିଲା ନୂଆ ନିୟମ, ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ଜାତୀୟ ଗାନଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଗାନ ‘ବନ୍ଦେ ମାତରମ୍’ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶପ୍ରେମ ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ଏହି ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।​ସରକାରୀ କାର୍ଯ୍ୟକ୍ରମରେ ୩ ମିନିଟ ୧୦ ସେକେଣ୍ଡର ଛଅ ଛନ୍ଦ ବିଶିଷ୍ଟ ଗୀତ ‘ବନ୍ଦେ ମାତରମ’ ବଜାଇବା କିମ୍ବା ଗାନ କରିବା ବାଧ୍ୟତାମୂଳକ କରାଯାଇଛି। […]

ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ ଟଙ୍କା

ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ ଟଙ୍କା । ନକ୍ସଲମୁକ୍ତ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍ ମ୍ୟାପ୍ । ଦୁଇ ମାସରେ ଦ୍ୱିତୀୟ ସଂଶୋଧିତ ପ୍ୟାକେଜ ଘୋଷଣା ହୋଇଛି। ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାରତୀୟସ୍ତରର କ୍ୟାଡରଙ୍କ ପାଇଁ ନୂଆ ନିୟମ ଯୋଡ଼ାଯାଇଛି। ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ନକ୍ସଲଙ୍କୁ ଥଇଥାନ ସୁବିଧା ମିଳିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ନୀତିରେ ମୁଣ୍ଡଜାମିନ […]

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘରେ ରେଡ୍ । ସୁବ୍ରତ ପ୍ରାୟ ୨.୩୮ କୋଟି ଟଙ୍କାର ସରକାରୀ ପାଣ୍ଠି ହରିଲୁଟ କରିଥିବା ଅଭିଯୋଗରେ କଟକ ଭିଜିଲାନ୍ସ ଥାନାରେ କେସ ନଂ ୦୬/୨୦୨୬ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଗତକଲି ସୁବ୍ରତଙ୍କ ମାରାଥନ୍ ଜେରା ପରେ ଛଡାଯାଇଥିଲା । ଆଜି ୩ଟି ଟିମ୍ ରେଡ୍ କରୁଛନ୍ତି । ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ […]

ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରାଜେନ୍ଦ୍ରଙ୍କୁ ଜାମିନ

ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରାଜେନ୍ଦ୍ରଙ୍କୁ ଜାମିନ । ପ୍ରଥମ ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ୍ ପ୍ରଦାନ କରାଯାଇଛି । ଏହାସହ ବିଭିନ୍ନ ସର୍ତ୍ତ ରଖିଛନ୍ତି କୋର୍ଟ ।ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ଜଣ ଅଭିଯୁକ୍ତ ରହିଛନ୍ତି । ସେଥି ମଧ୍ୟରୁ ରାଜେନ୍ଦ୍ର ଅନ୍ୟତମ […]

ଓଡିଶାରେ ୭୬୫ଟି ଡଲଫିନ୍‌ ଚିହ୍ନଟ

ଡଲଫିନ୍‌ ସଂରକ୍ଷଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ୨୦୨୫-୨୬ ଡଲଫିନ୍‌ ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ସମେତ ଓଡ଼ିଶା ଉପକୂଳରେ ବିଭିନ୍ନ ପ୍ରଜାତିର ୭୬୫ଟି ଡଲଫିନ୍‌ ରହିଛନ୍ତି ।ଚିଲିକା ପ୍ରସିଦ୍ଧ ଇରାୱାଡି ସହ ବୋଟଲନୋଜ୍, ହମ୍ପବ୍ୟାକ୍, ସ୍ପିନର, ଫିନ୍ଲେସ୍ ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଛି। ଗତ ୫ ବର୍ଷରେ ରେକର୍ଡ ସଂଖ୍ୟକ ଡଲଫିନ୍ ରାଜ୍ୟରେ ଥିବା ଏହି ଗଣନାରୁ ଜଣାପଡ଼ିଛି।ଜାନୁଆରି ମାସରେ କରାଯାଇଥିବା ଡଲଫିନ୍ ଗଣନାରୁ ଜଣାପଡ଼ିଛି ଯେ ରାଜ୍ୟରେ ମୋଟ ୨୦୮ଟି ଏରୱାଡି […]

୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ

ଆଗକୁ ଖରାଦିନ ଆସୁଥିବାବେଳେ ଏବେଠୁ ଗାଁଗାଁରେ ପିଇବା ପାଣି ସଙ୍କଟ ଦେଖାଦେଲାଣି। ତେବେ ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମିଶନ୍‌ ମୋଡ୍‌ରେ କାର୍ଯ୍ୟକାରୀ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର ୪୬୫୩୧ଟି ଗ୍ରାମ ମଧ୍ୟରୁ ୨୧୭୨୧ଟି […]

ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଫାଲଗୁନ କୃଷ୍ଣ ଦଶମୀ ତିଥିରେ ଅନୁଷ୍ଠିତ ହେବ ବନକ ଲାଗି ନୀତି । କାର୍ଯ୍ୟସୂଚୀ ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ନୈବେଦ୍ୟ ସମାପ୍ତ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନକଲାଗି ନୀତିର ଆୟୋଜନ ହେବ ଏବଂ ଏହି ସମୟରେ ସାଧାରଣ ଦର୍ଶନ […]

ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି ପାଳନ କରାଯାଏ।ସେପଟେ ଗତ ବର୍ଷ ମହାଦୀପ ଅଘଟଣ ରୋକିବାକୁ ବଡ଼ ଯୋଜନା ହୋଇଛି। ମହା ଦୀପ ଉଠିବା ବେଳେ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। କେବଳ ଆବଶ୍ୟକତା ଅନୁଯାୟୀ ସେବାୟତ ଉପସ୍ଥିତ ରହିବେ। ଅନ୍ୟ ଲାଇନ ଦିପାଟ ମେଣ୍ଟ ସହ […]

୨୩ଟି ଶିଳ୍ପ ବିନିଯୋଗ ପ୍ରସ୍ତାବକୁ ସିଙ୍ଗିଲ୍‌ ୱିଣ୍ଡୋ ଅନୁମୋଦନ

୨୩ଟି ଶିଳ୍ପ ବିନିଯୋଗ ପ୍ରସ୍ତାବକୁ ସିଙ୍ଗିଲ୍‌ ୱିଣ୍ଡୋ ଅନୁମୋଦନ । ୧୪୪ତମ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଡବ୍ଲ୍ୟୁଏସସିଏ) ବୈଠକରେ ମଞ୍ଜୁରୀ ମିଳିଛି । ପ୍ରସ୍ତାବଗୁଡ଼ିକର ମୋଟ ବିନିଯୋଗ ପରିମାଣ ୪,୧୧୧.୮୦ କୋଟି ଟଙ୍କା । ଏହା ଦ୍ୱାରା ୯,୯୨୪ଟି ନିଯୁକ୍ତି ଚାକିରି ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡ଼ିକ ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ବାଲେଶ୍ୱର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ କାର୍ଯ୍ୟକାରୀ ହେବ […]

ପୁରୀ ସମୁଦ୍ର କୂଳରେ ବିଚରଣ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଜୀବନ୍ତ ଶାମୁକା

ପୁରୀ ସମୁଦ୍ର କୂଳରେ ବିଚରଣ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଜୀବନ୍ତ ଶାମୁକା। ରାତିରେ ଦଳ ଦଳ ହୋଇ କୂଳକୁ ଆସୁଛନ୍ତି ଓ ବାଲିରେ ବିଚରଣ କରି ସୂର୍ଯ୍ୟ ଉଦୟର ଘଣ୍ଟାଏ କି ଦୁଇ ଘଣ୍ଟା ଭିତରେ ପୁଣି ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି।। ତେବେ ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଦୃତ ଭାବରେ ଭାଇରାଲ ହେବାରେ ଲାଗିଛି।ପୁରୀ ନିଳାଦ୍ରୀ ସି-ବିଚ୍ ସହ ବ୍ଲୁ ଫ୍ଲାଗ୍ ବିଚ୍ ରେ ଗତ କିଛି ଦିନ ହେଲା […]

ସରିଲା ପଞ୍ଜିକା ସମୀକରଣ ବୈଠକ, ନିର୍ଭୁଲ ତଥ୍ୟ ପ୍ରକାଶନ କରିବାକୁ ପାଞ୍ଚ ପ୍ରକାଶକଙ୍କୁ ଅନୁମତି

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି, ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ। ଏପରିକି ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ପର୍ବପର୍ବାଣି ମଧ୍ୟ ସଠିକ ରହିବ। ଏନେଇ ୫ଜଣ ପ୍ରକାଶକଙ୍କୁ ନିର୍ଭୁଲ […]