ବନ୍ଧା ହେଲେ ରସିକିଆ ଅଧ୍ୟାପକ, ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା

ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା । ବନ୍ଧା ହେଲେ ରସିକିଆ ଅଧ୍ୟାପକ। ଭରତପୁର ଥାନା ଅଂଚଳରେ ସାମ୍ନାକୁ ଆସିଲା ଭେଟେନାରୀ ପ୍ରଫେସରଙ୍କ ଡାର୍ଟି କାରନାମା । ଅଭିଯୁକ୍ତ ପଶ୍ଚିମବଙ୍ଗ ହୁଗୁଳିର ଅଜିତ କୁମାର ଗୁପ୍ତା ।ପୁଲିସ ସୂଚନା ଅନୁଯାୟୀ, ଭୁବନେଶ୍ଵରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀ ପଶୁ ଚିକିତ୍ସା ବିଜ୍ଞାନ ବିଭାଗରେ ପଢୁଥିଲେ। ସେହି ଶିକ୍ଷାନୁଷ୍ଠାନର ପ୍ରଫେସର ଅଜିତ କୁମାର ଗୁପ୍ତା ଛାତ୍ରୀ ଜଣକଙ୍କ ସହ ପରିଚିତ ହେବାପରେ ଭଲ ସମ୍ପର୍କ ବଢ଼ାଇଥିଲେ। ଗତ କିଛି ମାସ ପୂର୍ବରୁ ପ୍ରଫେସର ଅଜିତ ଛାତ୍ରୀ ଜଣକୁ ଭ୍ରମିତ କରି କୋଲକାତାରେ ପଶୁ ପ୍ରଦର୍ଶନୀରେ ଯୋଗ ଦେବାକୁ ଡାକି ନେଇଥିଲେ । ଏକଥା କାହାରିକୁ ନଜଣାଇବାକୁ କହିଥିଲେ। ତେବେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କ ଆଗରେ କହିବାରୁ ସେମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଜଣାଇଥିଲେ। ପରେ ପ୍ରଫେସର ଅଜିତଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନ ଚାକିରିରୁ ବହିଷ୍କାର କରିଥିଲେ।

ଅଜିତ କୋଲକାତାର ଏକ ଶିକ୍ଷାନୁଷ୍ଠାନରେ କାମ କରୁଥିଲେ। ଏହି ଘଟଣାକୁ ନେଇ ପ୍ରଫେସର ଅଜିତ, ବିଭିନ୍ନ ନମ୍ବରରୁ ଛାତ୍ରୀ ଜଣକୁ ଫୋନ କରି ମାନସିକ ନିର୍ଯାତନା ଦେଉଥିଲେ। ବିବାହ କରିବାକୁ ଚାପ ପକାଇ ସାମାଜିକ ଗଣମାଧ୍ୟମରେ ଏ କୁଣ୍ଡୁ ନାମରେ ଏକ ଫେକ ଆକାଉଣ୍ଟ୍ ଖୋଲି ଛାତ୍ରୀ ଜଣକଙ୍କର ଫଟୋ ଓ ଭିଡିଓକୁ ଏଡିଟ କରି ପୋଷ୍ଟ କରିଥିଲେ। ଏହା ସହ ଛାତ୍ରୀଙ୍କ ସମ୍ପର୍କୀୟ ଓ ତାଙ୍କ ମା’ଙ୍କୁ ପଠାଇବା ପଠାଇବା ସହ ବିଭିନ୍ନ ଧମକ ଚମକ ଦେଇଥିଲେ। ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଗତମାସ ୧୫ ତାରିଖରେ କୋଲକାତାରୁ ପ୍ରଫେସର ଅଜିତ ଗୁପ୍ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା।କେସ ନମ୍ବର ୫୦୧ ରେ ବିଭିନ୍ନ ଅପରାଧିକ ଦଫାରେ କୋର୍ଟ ଚାଲାଣ କରାଯାଇଛି। ପିଡିତାଙ୍କ ଡାକ୍ତରି ମାଇନା ସହ ଡିଜିଟାଲ ଏଭିଡେନ୍ସ ଆଧାରରେ ତଦନ୍ତ କରୁଛି ପୋଲିସ।

ଅଧିକ ପଢନ୍ତୁ