ବକେୟା ଚାଲାଣ ପୈଠ ନ କଲେ ମିଳିବନି PUCC: ହାଇକୋର୍ଟ

ହାଇକୋର୍ଟରେ PUCC ସମ୍ପର୍କିତ ଜନସ୍ବାର୍ଥ ମାମାଲା ଖାରଜ । ବକେୟା ଚାଲାଣ ପୈଠ ନ କଲେ ମିଳିବନି PUCC । ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ବଳିଷ୍ଠ ଯୁକ୍ତି ଉପସ୍ଥାପନ ପରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ ।ମୋଟର ଯାନ ଆଇନ ଧାରା ୧୬୭, ଉପଧାରା ୧୨ ଅନୁଯାୟୀ କୋର୍ଟ ରାୟ ଶୁଣାଇଛନ୍ତି । ଏହାସହିତ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ […]

ଏସସିବି ଆଇସିୟୁ ବେଡ୍‌ରୁ ରୋଗୀ ପଡିବା ଘଟଣା । ସେଦିନ ଡ୍ୟୁଟିରେ ଥିବା କର୍ମଚାରୀ ନିଲମ୍ବିତ

ଏସସିବି ଆଇସିୟୁ ବେଡ୍‌ରୁ ରୋଗୀ ପଡିବା ଘଟଣା । ସେଦିନ ଡ୍ୟୁଟିରେ ଥିବା କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କର୍ମଚାରୀଙ୍କ ବିରୋଧରେ ତଦନ୍ତ ଚାଲିବ । ତଦନ୍ତ ନସରିବା ଯାଏଁ କାର୍ଯ୍ୟରୁ ଅନ୍ତର ରହିବେ । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ । ସୂଚନାଯୋଗ୍ୟ, ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ । ଜଣେ ମହିଳା ରୋଗୀ ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ହେଉଥିବା ବେଳେ ବେଡ୍‌ରୁ […]

ଆୟୁଷ ଡାକ୍ତରଙ୍କ ପାଇଁ ଖୁସି ଖବର, ଅଭିଜ୍ଞତା ଅନୁଯାୟୀ ବଢ଼ିଲା ଦରମା

NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୫ ବର୍ଷରୁ କମ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତର ମାନଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି। ଏହାଦ୍ବାରା ସେମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା ହୋଇଛି। ସେହିପରି ୫ରୁ ୧୦ ବର୍ଷ […]

ନିଶା ମହାରଣାଙ୍କୁ ମିଳିଲା ଜାମିନ

ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା । ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା । ଜାମିନ ପାଇବା ପରେ ଆଜି ମଙ୍ଗଳବାର ବଲାଙ୍ଗୀର ଏସ୍‌ଡିଜେଏମ କୋର୍ଟରେ ଅପରାହ୍ନ ପ୍ରାୟ ୧ଟା ୪୫ରେ ନିଶା ନିଜ ଓକିଲଙ୍କ ସହ ହାଜର ହୋଇଛନ୍ତି । ତେବେ ବଲାଙ୍ଗୀର ଏସ୍‌ଡିଜେଏମ କୋର୍ଟରେ […]

ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ, ବେଡ ବାଡ ଭାଙ୍ଗି ଗଳିପଡିଲେ ରୋଗୀ

କଟକ ଏସସିବି ମେଡିକାଲରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ସୂଚନା ରହିଛି ।ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁର ବୋଲି କୁହାଯାଉଛି । ତେବେ ଏହାର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ । ଖସିପଡ଼ୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । […]

ଫେବୃଆରୀ ୧୨ରେ ଭାରତ ବନ୍ଦ, ବ୍ୟାଙ୍କ ବନ୍ଦ ନା ଖୋଲା ?

ଫେବୃଆରୀ ୧୨ ତାରିଖରେ ଭାରତ ବନ୍ଦ ଡାକରା । କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ ଏହି ବନ୍ଦ ଡାକରା ଦେଇଥିବା ବେଳେ ୧୦ରୁ ଅଧିକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ସେହିଭଳି ବ୍ୟାଙ୍କ ଆସୋସିଏସନ୍‌ ମଧ୍ୟ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଛି । ତେଣୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିପାରେ । ନୂଆ ଶ୍ରମ ସଂହିତା (ଲେବର କୋଡ୍‌ସ୍), କାର୍ଯ୍ୟକାଳୀନ ନୀତି ବିରୋଧୀ ଏବଂ ଶ୍ରମିକ ହିତ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ […]

ରାଜ୍ୟରେ ଗଡିଲା ୨୫୦ ନୂଆ ଆମ୍ବୁଲାନ୍ସ

ରାଜ୍ୟରେ ଗଡିଲା ୨୫୦ ନୂଆ ଆମ୍ବୁଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିମଧ୍ୟରୁ ୭ଟି ଆମ୍ବୁଲାନ୍ସରେ ରହିଛି ଆଡ୍‌ଭାନ୍ସ ଲାଇଫ୍ ସପୋର୍ଟ ବ୍ୟବସ୍ଥା । ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗତବର୍ଷ ଡିସେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସର ଲୋକାର୍ପଣ କରିଥିଲେ ।ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅଧିକ ଉନ୍ନତି […]

‘ଡକାୟତିଠୁ କମ ନୁହେଁ ଡିଜିଟାଲ ଆରେଷ୍ଟ-ସୁପ୍ରିମକୋର୍ଟ

ଡିଜିଟାଲ ଆରେଷ୍ଟକୁ ଡକାୟତି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଡିଜିଟାଲ ଆରେଷ୍ଟ୍ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇବା ଘଟଣା ଡକାୟତିଠାରୁ କିଛି କମ୍ ନୁହେଁ। ଏଭଳି ଅପରାଧକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ଦୂର ସଂଚାର ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସ୍ଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଓ […]

ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍ !ଶିକ୍ଷକଙ୍କୁ ବିଦ୍ୟାଳୟରୁ ଟେକି ନେଇ ବାହାରେ ଛାଡ଼ିଲେ ଯୁବକ

ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍। ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ସୁକାଲାଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଧନୁଞ୍ଜୟ ଦଣ୍ଡିଆ ସବୁବେଳେ ମଦ ପିଇ ସ୍କୁଲକୁ ଆସୁଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ବଦଳରେ ଚୌକିରେ ନିଘୋଡ଼ ନିଦ୍ରାରେ ଶୋଇ ପଡୁଛନ୍ତି। ଗାଁରେ ଏନେଇ ମିଟିଂ କରି ଶିକ୍ଷକଙ୍କୁ ତାଗିଦ୍ କରିବା ସତ୍ତ୍ଵେ ଧନୁଞ୍ଜୟ ସୁଧୁରୁ ନାହାଁନ୍ତି। ପୁଣି ଥରେ ମଦ ପିଇ ସ୍କୁଲକୁ ଆସିଛନ୍ତି। ଯେଉଁଥିପାଇଁ ଗ୍ରାମର ଜଣେ ଯୁବକ ତାଙ୍କୁ […]

ନବମ ଶ୍ରେଣୀ ଛାତ୍ରୀର ଜୀବନ ବଞ୍ଚାଇ ଦେଲା ମୃତ କୁକୁର !

ମଲା କୁକୁର ଦେଲା ନୂଆ ଜୀବନ ଦାନ… ଆତ୍ମହତ୍ୟା ଉଦ୍ୟମ କରି ନଦୀକୁ ଡେଇଁ ପଡିଲେ ଛାତ୍ରୀ । ଗଜପତି ଜିଲ୍ଲାରେ ବିଦ୍ୟାଳୟରୁ ଫେରୁଥିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ନିଜ ୟୁନିଫର୍ମ ଓ ସ୍କୁଲ ବ୍ୟାଗ୍ ସହ ମହେନ୍ଦ୍ରତନୟା ନଦୀ ବ୍ରିଜ ଉପରୁ ଡେଇଁ ପଡିଥିଲେ । କିନ୍ତୁ ସୌଭାଗ୍ୟ ବଶତଃ ବ୍ରିଜରୁ ତଳେ ପଡ଼ିବା ସମୟରେ ଏକ କୁକୁରର ମୃତଦେହ ଭର୍ତ୍ତି […]

୧୦୦ ଟଙ୍କାର ଗହମ ଚୋରି ପାଇଁ ୪୫ ବର୍ଷ ପରେ ଧରା ପଡିଲା ଚୋର

ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ଜଣେ ୬୫ ବର୍ଷୀୟ ବ୍ୟକ୍ତି ଫେରାର ହେବାର ୪୫ ବର୍ଷ ପରେ ଏକ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି । ମାମଲା ୧୯୮୦ ମସିହାର । ବାଲକାୱଡ଼ା ଥାନା ଅଧୀନସ୍ଥ ବଲଖଡ଼ ଗାଁ ନିକଟସ୍ଥ ବାଲସମୁନ୍ଦ କାକଡ଼ ଅଞ୍ଚଳରେ ସଲିମଙ୍କ ସମେତ ୭ ଜଣ ଯୁବକ ଦିନେ ରାତିରେ କ୍ଷେତରେ ପଶି ମାତ୍ର ୧୦୦ ଟଙ୍କା ମୂଲ୍ୟର ଗହମ ଚୋରି କରିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ୧ କ୍ୱିଣ୍ଟାଲ ଭଲ ଗୁଣବତ୍ତା […]

ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ୮୧ ଦିନ ଧରି ବନ୍ଦ ଅଙ୍ଗନବାଡି

ଆଜିର ଡିଜିଟାଲ ଯୁଗରେ ବଞ୍ଚିଛି ଜାତିପ୍ରଥା । ଜାତିପ୍ରଥାର ଏଭଳି କୁତ୍ସିତ ପରମ୍ପରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ । ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ । ଏପରିକି ସହାୟିକାଙ୍କ ହାତରୁ ପ୍ରସୂତି ଏବଂ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି । ପରମ୍ପରା ଓ ଜାତିପ୍ରଥାକୁ ନେଇ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଛି । ଏନେଇ ଅଙ୍ଗନବାଡି […]