Representational image | Shutterstock

ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ଯୌନ ନିର୍ଯାତନା ଅଭିଯୋଗ

ମୟୂରଭଞ୍ଜ ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ।ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନଥିବା ଏସ୍‌ପି ସ୍ପଷ୍ଟ କରିଥିବା ବେଳେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ପକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ପୁଲିସ ।ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ରାଇରଙ୍ଗପୁର ପୁଲିସ। ନାବାଳିକା ଜଣଙ୍କୁ ତାଙ୍କର ଜଣେ ପୁରୁଷ ବନ୍ଧୁ ମୋଟର ସାଇକେଲରେ ଏକ ନିଛାଟିଆ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିଲେ । ଅନ୍ୟ ତିନିଜଣ ଯୁବକ ତାଙ୍କୁ ଏଥିରେ ସହଯୋଗ କରିଥିବା ସୂଚନା ରହିଥିବା ଏସ୍‌ପି କହିଛନ୍ତି ।

ଅଧିକ ପଢନ୍ତୁ