ଆସନ୍ତାକାଲି ସାମାନ୍ୟ ଖସିପାରେ ପାରଦ !

ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ । କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ରାଜଧାନୀ ରାଜରାସ୍ତାରେ ନିଶାସକ୍ତ ଅଟୋ ଚାଳକଙ୍କ ହାଇଡ୍ରାମା

ରାଜଧାନୀ ରାଜରାସ୍ତାରେ ନିଶାସକ୍ତ ଅଟୋ ଚାଳକଙ୍କ ହାଇଡ୍ରାମା । ନିଜ ଅଟୋକୁ ନିଜେ ଦୁର୍ଘଟଣା ଘଟାଇ ପଥଚାରୀଙ୍କୁ ଗାଳିଗୁଲଜ କଲେ । ଏପରିକି ବାହୁବଳୀ ଭାବେ ଓଲଟିପଡିିଥିବା ନିିଜ ଅଟୋକୁ ନିିଜେ ଶକ୍ତି ଲଗାଇ ପୁଣି ଛିଡା କରିଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବା ପରେ ଘଟଣା ଅଧିକ ଚର୍ଚ୍ଚା ସୃଷ୍ଟି କରିଛି। ପିସିଆର ଟିମ ମଧ୍ୟ ମଦ୍ୟପ ଅଟୋ ଚାଳକକୁ କାବୁ କରିବାକୁ ନାକେଦମ ହୋଇଛନ୍ତି । ୨ ଟି ପୋଲିସ ଟିମ […]

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଉଷା ପାଢ଼ୀଙ୍କୁ ଇଡ୍‌କୋ (IDCO) ଅଧ୍ୟକ୍ଷା ଭାବେ ଦାୟିତ୍ୱ ମିଳିଛି। ଏହା ସହିତ ସେ ନଗର ଉନ୍ନୟନ ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଏହା ବ୍ୟତୀତ ସେ ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟ ମଧ୍ୟ ତୁଲାଇବେ। ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ ତାଙ୍କୁ […]

ରାଶନକୁ ନେଇ ବଡ ଖବର-ଏଣିକି ଶସ୍ୟ ବଦଳରେ ମିଳିବ ‘e-RUPI’ କିମ୍ବା ନଗଦ

ପାରମ୍ପରିକ ରାଶନ ବଣ୍ଟନ ବ୍ୟବସ୍ଥା (PDS)କୁ ଆହୁରି ଆଧୁନିକୀକରଣ କରିବା ପାଇଁ ସରକାର e-RUPI (ଡିଜିଟାଲ ଭାଉଚର୍‌) ବ୍ୟବହାର କରିବାକୁ ଯାଉଛନ୍ତି। ଚଣ୍ଡିଗଡ଼ ଭଳି ସହରରେ ସଫଳ ପରୀକ୍ଷଣ ଆରମ୍ଭ ହୋଇଛି। ହିତାଧିକାରୀମାନଙ୍କୁ ଆଉ ଶସ୍ୟ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବରଂ ସେମାନଙ୍କ ମୋବାଇଲ ଫୋନକୁ ଏକ ଡିଜିଟାଲ ଭାଉଚର୍‌ ଏବଂ ଖାତାକୁ ଟଙ୍କା ପଠାଯାଇପାରେ। ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦୁର୍ନୀତିକୁ ରୋକିବା ଏବଂ ହିତାଧିକାରୀମାନେ ବଜାରରୁ ସେମାନଙ୍କ ପସନ୍ଦର ଗୁଣାତ୍ମକ […]

ଓଡ଼ିଶାରେ ଖୁବଶୀଘ୍ର ଆସିପାରେ ଭାଗ ଚାଷୀ ଆଇନ

ଭାଗଚାଷୀଙ୍କ ପାଇଁ ନୂଆ ଆଇନ ଆଣିପାରନ୍ତି ସରକାର । ଏନେଇ ରାଜସ୍ୱ ବିଭାଗ ବିଚାର କରିବାକୁ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ହୋଇପାରିଲେ ଭାଗଚାଷୀମାନେ ସରକାରୀ ସୁବିଧା ପାଇ ପାରିବେ । ଭାଗ ଚାଷୀ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭାଗ ଚାଷୀ ଆଇନ ପ୍ରସଙ୍ଗରେ କୃଷି ବିଭାଗ, ସମବାୟ ବିଭାଗ ସହିତ ଆଲୋଚନା ହୋଇଛି। ଆଗକୁ ବିଭିନ୍ନ ଷ୍ଟେକ୍ ହୋଲ୍ଡର୍ସଙ୍କ ସହିତ ଆଲୋଚନା କରାଯିବ। […]

ଏଣିକି ହାତ ପାଆନ୍ତରେ ମିଳିବ ରାଜସ୍ବ ସେବା, ‘ଆମ ସାଥୀ ୟୁନିଫାଏଡ୍ ହ୍ବାଟ୍ସଆପ୍ ବଟ୍’ ଉନ୍ମୋଚନ

ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉନ୍ମୋଚନ କରିଛନ୍ତି ।ରାଜସ୍ବ ବିଭାଗରେ ମଧ୍ୟସ୍ଥି ଯୁଗ ଶେଷ । ରାଜସ୍ବ ସେବା ଓ ଲେକଙ୍କ ମଧ୍ୟରେ ରହିବେନି ତୃତୀୟ ପାର୍ଟି । ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ । ଏଣିକି ଗୋଟିଏ କ୍ଲିକରେ ଜମିଜମା କାର୍ଯ୍ୟ । ଘରେ ବସି ହ୍ୱାଟସଆପ୍‌ ମାଧ୍ୟମରେ ମିଳିବ ରାଜସ୍ବ ସେବା । ସେ […]

ଫେବୃଆରୀ ୧୫ରୁ କଟକ ଜିଲ୍ଲାରେ ଆରମ୍ଭ ହେବ ଘର ଗଣନା 

ଫେବୃଆରୀ ୧୫ରୁ କଟକ ଜିଲ୍ଲାରେ ଆରମ୍ଭ ହେବ ଘର ଗଣନା । ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ । କହିଛନ୍ତି, ଡିଜିଟାଲ ପ୍ରକ୍ରିୟାରେ ଜନଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୧୫ ଫେବୃଆରୀରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘର ଗଣନା ହେବ । ଘର ଗଣନା ସରିବା ପରେ ଆରମ୍ଭ ହେବ ଜନ ଗଣନା ।ସୂଚନାଥାଉକି, ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ […]

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା: ମୁଖ୍ୟମନ୍ତ୍ରୀ

ଭାରତ ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡିଶାକୁ ଫାଇଦା । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଓଡିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବେ ଏକ ନୂଆ ପରିଚୟ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡିଶା ଖାଦ୍ୟର ଚାହିଦା ବଢିବ ।ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବ। ଓଡ଼ିଶା ‘ବ୍ଲୁ-ଇକୋନୋମି’ର ଏକ […]

ମାଲକାନଗିରି ପରେ ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା

ମାଲକାନଗିରି ପରେ ଏବେ କୋରାପୁଟ ଜିଲ୍ଲା ମାଓ ମୁକ୍ତ। ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଛତିଶଗଡ଼ ରାଜ୍ୟର ବିଜାପୁର ଡିଭିଜନରେ ସାମିଲ ଥିବା ମମତା ପଡ଼ିଆମୀ ଏସଏଲଆର ସହ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଠାରୁ ଟିଫିନ ବୋମା ସହିତ ଅଫୁଟା ଗୁଳି ଓ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି। ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି କହିଛନ୍ତି ଡିଆଇଜି କନୱର ବିଶାଳ ସିଂହ। ୨୦୨୩ ମସିହାରେ ମମତା ଛତିଶଗଡ ବିଜାପୁର […]

ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼

ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼ । ଏହାକୁ ନେଇ ଚିନ୍ତାରେ ଇସ୍ରୋ ସମେତ ସାରା ବିଶ୍ୱର ମହାକାଶ ଗବେଷଣା ସଂସ୍ଥା।ଏହି ଝଡ଼କୁ ନେଇ ରେଡ଼ିଓ ବ୍ଳାକ ଆଉଟ ହେବା ନେଇ ଇସ୍ରୋ ଚେତାବନୀ ଦେଇଛି। ଏହାଫଳରେ ପୃଥିବୀ ବାୟୁମଣ୍ଡଳରେ ଚୁମ୍ବକୀୟ ବିକିରଣ ବୃଦ୍ଧି ପାଇବ ଓ ଏହାଦ୍ୱାରା ବହୁ ସମସ୍ୟା ସୃଷ୍ଟି ହେବ । ଜିପିଏସ୍‌ ଓ ନେଭିଗେସନ୍‌ ସିଗନାଲରେ ବାଧା ସୃଷ୍ଟି ହୋଇପାରେ । ଫଳରେ ଗୁଗଲ ମ୍ୟାପ୍‌ […]

ଘରେ ତାଲା ପକାଇ ପ୍ରେମିକ ପରିବାର ଛୁ’; ଘର ଆଗରେ ପ୍ରେମିକାର ଧାରଣା

ରାଜ୍ୟରେ ଚହଳ ପକାଇଥିବା ବ୍ରହ୍ମପୁରର କେ.ଦୀପିକା ଓ ତପସ୍ୱିନୀ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ନିଜ ହକ ପାଇଁ ପୁଣି ଜଣେ ଯୁବତୀ ନିଜ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ଟୁଲୁ ମହାରଣା ନାମକ ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମହିଳା […]

ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ ! ଏବେ ଶୀଘ୍ର ପେମେଣ୍ଟ କରି ହେବ

ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ଧ୍ୟାନରେ ରଖି ସରକାର ଆରବିଆଇ ଏବଂ ଏନପିସିଆଇ ଫେବୃଆରୀ ୨୦୨୬ରୁ ନୂତନ ୟୁପିଆଇ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ନିୟମ ଅନୁଯାୟୀ, ୟୁପିଆଇ କାରବାର ଏବଂ ଏପିଆଇ ପ୍ରିତିକ୍ରିୟାଗୁଡିକୁ ୧୦ ସେକେଣ୍ଡ ମଧ୍ୟରେ ସମାପ୍ତ କରିବାକୁ ପଡିବ । ପୂର୍ବରୁ ଏହି ସମୟ ସୀମା ୩୦ ସେକେଣ୍ଡ ଥିଲା । ଯାହା ବିଳମ୍ବରେ ପେମେଣ୍ଟ ହେଉଥିଲା । […]