ଟିଇଟି ପାସ୍ ଶିକ୍ଷକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି । ଟିଇଟି ଯୋଗ୍ୟତା ହାସଲ ପାଇଁ ଥିବା ସମୟସୀମାକୁ ଆଉ ଏକ ବର୍ଷ ବଢ଼ାଇଛନ୍ତି ସରକାର । ପୂର୍ବରୁ ୨୦୨୭ ଅଗଷ୍ଟ ୩୧ ସୁଦ୍ଧା ଟିଇଟି ଯୋଗ୍ୟତା ହାସଲ କରିବାର ନିୟମ ଥିବାବେଳେ, ବର୍ତ୍ତମାନ ଏହାକୁ ବଢ଼ାଇ ୨୦୨୮ ଅଗଷ୍ଟ ୩୧ ପର୍ଯ୍ୟନ୍ତ କରାଯାଇଛି ।ଟିଇଟି ପାସ୍ କରିନଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର ପାଇଁ ନିର୍ଦ୍ଦେଶ ଥିବା ସହ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ […]
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିୟାନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ମଙ୍ଗଳବାର ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତାଙ୍କୁ ସଂଖ୍ୟାଲଘୁ ଏବଂ ମତ୍ସ୍ୟ ପାଳନ ଦାୟିତ୍ୱ ମିଳିଥିଲା । ଏହି ମନ୍ତ୍ରାଳୟରେ ସେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ।୬୫ ବର୍ଷୀୟ ଜର୍ଜ କୁରିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତୃତୀୟ ଏନଡିଏ ସରକାରରେ ଅଗଷ୍ଟ ୨୦୨୪ ଠାରୁ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ଜର୍ଜ […]
ଓଡ଼ିଶା ହାଇକୋର୍ଟ ଅନୁକମ୍ପାମୂଳକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କେବଳ ‘ବିବାହିତ ଝିଅ’ ହୋଇଥିବା କାରଣରୁ ଜଣେ ମହିଳାଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନକୁ ଖାରଜ କରାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଢେଙ୍କାନାଳର ଗୋରୀ ଜେନା ନାମ୍ନୀ ଜଣେ ଆବେଦନକାରିଣୀଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀଙ୍କ ବାପା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରିଥିଲେ। ଚାକିରିରେ ଥିବା ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ […]
ତାମିଲନାଡୁର ଗ୍ୟାସ୍ ଲିକ୍ ଦୁର୍ଘଟଣା ପୁଣି ଥରେ ଓଡ଼ିଶା ପାଇଁ ଦୁଃଖଦ ଖବର ଆଣିଛି। ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ହୋଇଛି ।ପୂର୍ବରୁ କେନ୍ଦୁଝରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜାମୁନିଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।ଅନ୍ୟପଟେ, ଏବେ ବି ୪ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ । ସମ୍ବଲପୁର କାଡ଼ା ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ।ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ ।କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି ବା କାଡା ଡିଭିଜନ ସମ୍ବଲପୁରର ନିର୍ବାହୀ ଯନ୍ତ୍ରୀ ଅଛନ୍ତି ପଦ୍ମଲୋଚନ ନାୟକ । ୪ ଜଣ ଡିଏସ୍ପି, ୧୩ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ଏହି ରେଡ୍ରେ ସାମିଲ୍ ଅଛନ୍ତି ।ସମ୍ବଲପୁର ଧନୁପାଲିରେ ଥିବା ଭଡ଼ା ଘର, ଅଫିସ୍, କଟକ […]
ମୌସୁମୀ ପ୍ରଭାବରେ ସୋମବାର ରାଜ୍ୟର ପ୍ରାୟ ସବୁଠି ପାଗ ମେଘୁଆ ପାଲଟିଥିଲା ।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ବଲାଙ୍ଗୀର ଓ ସୁନ୍ଦରଗଡ଼ ସମେତ ଅନେକ ଅଞ୍ଚଳକୁ ଛୁଇଁସାରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଜୁନ୍ ମାସର ପ୍ରଥମାର୍ଦ୍ଧରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ଵାଭାବିକଠାରୁ ପ୍ରାୟ ୪୮% କମ୍ ରହିଥିଲା। ମାତ୍ର ଗତ କିଛି ଦିନ ହେବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେଉଥିବା […]
ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ମୋ ପୁତୁରାଙ୍କ ନାଁ ଆସୁଥିଲା, ପୋଲିସ ତାଙ୍କୁ ଗିରଫ କରିଛି। ଆଇନ୍ ଉପରେ କେହି ନୁହଁନ୍ତି, ଆଇନ ତା ବାଟରେ ଯାଇଛି। ପୂର୍ବ ସରକାରରେ ମମିତା ମେହେରେ ଏବଂ ମାହାଙ୍ଗା ଡବଲ ମର୍ଡର କଥା ଉଠାଇ ମନ୍ତ୍ରୀ କହିଛନ୍ତି , ମମିତା ମେହେର […]
ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କଡ଼ା ଆକ୍ସନ। ନିଲମ୍ବିତ ହେଲେ ଶରଣକୂଳର ପୂର୍ବତନ ଥାନାଅଧିକାରୀ ନିଲମ୍ବିତ । ସୋମବାର ତାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି ।ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ସେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧିନରେ ରହିବେ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ନୟାଗଡ଼ ଜିଲା ଶରଣକୁଳ ଥାନା ଅଧିକାରୀଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିଲେ ମହିଳା। ଏହି ଏତଲାକୁ ଗ୍ରହଣ କରି ପୁଲିସ ସଂପୃକ୍ତ […]
ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି।ବର୍ଷା ଦିନେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯାତ୍ରା କରିବା ବେଶ୍ ବିପଦପୂର୍ଣ୍ଣ ହୋଇଥାଏ। ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଏହାର ମୁଖ୍ୟ କାରଣଗୁଡ଼ିକ ହେଲା ଜଙ୍ଗଲ ମଧ୍ୟରେ ଥିବା ଅଧିକାଂଶ ରାସ୍ତା କାଦୁଅ […]
ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର। ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତି ଉମରକୋଟରୁ ଗିରଫ କଲା ପୁଲିସ। ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଜଣେ ମହିଳା ଡାକ୍ତର ଅବିନାଶ ମହାନ୍ତିଙ୍କ ବିରୋଧରେ ପ୍ରତାରଣା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ବିପୁଳ ପରିମାଣର ସୁନା ଗହଣା ହାତେଇ ନେଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଅନ୍ୟ ଯୁବତୀଙ୍କ ସହ ବିବାହ ସ୍ଥିର କରି ମହିଳାଙ୍କ ଠାରୁ ଦୂରେଇ ଯାଇଥିଲେ । ଏନେଇ […]
ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡିଶା ଛୁଇଁବ । ରାଜ୍ୟରେ ଟ୍ରପ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ବର୍ଷା ଲାଗି ରହିବ ବୋଲି ପାଣାପାଗ ବିଭାଗ ପୂର୍ବାନୁମାନ କରିଛି ।ଆଜି ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି […]
ଲକ୍ଷ୍ନୌରେ ଭୟାବହ ଅଗ୍ନିକାଣ୍ଡ । ୧୬ ଜଣଙ୍କ ମୃତ୍ୟୁ ହୋଇଛି, ଏକାଧିକ ଗୁରୁତର । ସୂଚନା ଅନୁସାରେ ନିଆଁ ଏତେ ଭୟଙ୍କର ଥିଲା ଯେ ଭିତରେ ଥିବା ଛାତ୍ରଛାତ୍ରୀମାନେ ବାହାରକୁ ଆସିବା ସମ୍ଭବ ହୋଇନଥିଲା । ପ୍ରାଣ ବିକଳରେ କିଛି ଛାତ୍ରଛାତ୍ରୀ କୋଠାର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ଝରକା ବାଟେ ବାହାରକୁ ଆସି ବଞ୍ଚିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ […]
