ପୁଣି ଚର୍ଚ୍ଚାରେ ରାଜା ଚକ୍ର। ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି। କ୍ରସର କିଣାବିକା ମାମଲାରେ ଏବେ ଆକ୍ସନ ମୋଡ୍କୁ ଆସିଛି ଅର୍ଥନୈତିକ ଅପରାଧ ଶାଖା (EOW)।ପୂର୍ବରୁ ଶୁଆକାଟି ସ୍ଥିତ ମ ସମ୍ପର୍କିତ ମାମଲାରେ ED ତାଙ୍କୁ ଗିରଫ କରିଥିଲା । ଏବେ ପୁଣି ଏକ କ୍ରସର କିଣାବିକା ମାମଲାକୁ ନେଇ EOW ଚଢ଼ାଉ କରିଛି ।କେନ୍ଦୁଝରରେ ରାଜା ଚକ୍ର ଓ ତାଙ୍କ ସହଯୋଗୀ ସଦାଶିବ ସାମଲଙ୍କ ଘରେ EOWର ଦୁଇଟି ଟିମ […]
ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ, ଅଧ୍ୟକ୍ଷଙ୍କୁ ମିଳିବ ମାସିକ ପ୍ରୋତ୍ସାହନ ରାଶି । ୫ ହଜାରରୁ ୧୦ ହଜାର ଟଙ୍କା ମିଳିବ ମାସିକ ପ୍ରୋତ୍ସାହନ ରାଶି । ଉପକୃତ ହେବେ ୬୪୧ ମହା ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ଏହି ବର୍ଗର ବିଭିନ୍ନ କଲେଜର ଅଧ୍ୟାପକମାନେ ଦୂର ଦୂରାନ୍ତରରେ […]
କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ୨୦୨୪ ବିଜେପି ଇସ୍ତାହାର ମନେ ପକାଇ ଚିଠି ଲେଖିଲେ ନବୀନ । ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ, କୋଟିଆର ସମାଧାନ କର । କେନ୍ଦ୍ର ଓ ଆନ୍ଧ୍ର ସରକାର ସହ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଉ ।ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏବେ ଏନ୍ଡିଏ ସରକାର ରହିଛି। ତେଣୁ ଏହି ସମୟରେ ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି […]
ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି ସାମୁଦ୍ରିକ ଝଡ଼ ‘ମୁରାସୁ’ । ପୂର୍ବ ତେଲେଙ୍ଗାନା ସଂଲଗ୍ନ ଆନ୍ଧ୍ରପ୍ରଦେଶର ଉପକୂଳ ଉପରେ ଅବପାତଟି ସକ୍ରିୟ ରହିଛି। ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଉତ୍ତର ଆଡକୁ ଗତି କରିବା ସହ ଆହୁରି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ସମୟରେ ଘଣ୍ଟାପ୍ରତି […]
IPS ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଆବେଦନର ଶୁଣାଣି ଘୁଞ୍ଚିଲା । ଆସନ୍ତା ୬ ତାରିଖକୁ ଅନ୍ତରୀଣ ସୁରକ୍ଷା ଓ ମୂଳ ମାମଲା ଖାରଜ ଆବେଦନ ଶୁଣାଣି ଘୁଞ୍ଚେଇଛନ୍ତି ହାଇକୋର୍ଟ ।କଟକ ଚୌଦ୍ୱାର ଜେଲ୍ ର ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ଯାତନା ମାମଲାରେ ଗିରଫଦାରୀରୁ ସୁରକ୍ଷା ଲୋଡ଼ି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁଶାନ୍ତ ନାଥ। ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ଏବଂ ଜାମିନ ପାଇଁ ମଧ୍ୟ ଆବେଦନ କରିଛନ୍ତି।ସେହିପରି […]
ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କର ପୌର ସଂସ୍ଥା ନିର୍ବାଚନ ଲଢ଼ିବାରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଇନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।ଦେଶରେ ଜନସଂଖ୍ୟା ବୃଦ୍ଧି ହାର ଓ ପ୍ରଜନନ ହାରରେ ବ୍ୟାପକ ପରିବର୍ତ୍ତନ ଆସିଥିବାରୁ ପୁରୁଣା ଜନସଂଖ୍ୟା ନିୟନ୍ତ୍ରଣ ନୀତିର ଯଥାର୍ଥତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ ।ଜଷ୍ଟିସ୍ ପି.ଏସ୍. ନରସିଂହ ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି, ଦୁଇରୁ ଅଧିକ ସନ୍ତାନ ଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ ନିର୍ବାଚନ […]
ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ଚାରି ବର୍ଷର ପ୍ରାରମ୍ଭିକ ସେବା ପରେ ସେନାରେ ସାମିଲ ହୋଇପାରିନଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ । ଏବେ ସେମାନଙ୍କ ମୋଟ ସେବା ଅବଧି ୬ ବର୍ଷ ହେବ ।ଯେତେବେଳେ ପ୍ରାୟ ୧୮୦୦୦ ଅଗ୍ନିବୀର ନିଜର କାର୍ଯ୍ୟକାଳ ଶେଷ କରି ସେବାରୁ ଅବସର ନେବାକୁ ଯାଉଥିଲେ।CDS ଜେନେରାଲ ରାଜା ସୁବ୍ରମଣି କହିଛନ୍ତି ଯେ, […]
ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର । ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ।ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା ବେଳେ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ଦିଆଯାଇଛି ଏହି ମହାନ ଚିକିତ୍ସକଙ୍କୁ । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ ଦର୍ଶନ କରିବା ସହ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।୧୯୫୨ରେ […]
କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ପକ୍ଷରୁ ଚଳଚ୍ଚିତ୍ର ପ୍ରଦର୍ଶନ ଓ ପ୍ରମାଣପତ୍ର ପ୍ରଦାନ ସମ୍ପର୍କିତ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏହି ସଂଶୋଧିତ ନିୟମାବଳୀ ୬ ଡିସେମ୍ବର ୧୯୯୧ରୁ ପ୍ରଚଳିତ ପୁରୁଣା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଆଣିଛି ।ନୂତନ ନିୟମରେ ଅପରାଧ, ହିଂସା, ନିଶାଦ୍ରବ୍ୟ, ଧୂମପାନ, ଆପତ୍ତିଜନକ ବିଷୟବସ୍ତୁ, ଅଶ୍ଳୀଳତା ଏବଂ ମହିଳା, ଶିଶୁ, ପଶୁ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଚିତ୍ରଣ ସମ୍ପର୍କରେ ସ୍ପଷ୍ଟ ନିୟମ ରଖାଯାଇଛି । ଏଥିସହ […]
ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଲୋକ ପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ନ ରଖି ପୁରୁଣା ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖି ଏହା […]
ସାମୁଦ୍ରିକ ଝଡ଼ ‘ମୁରାସୁ’ ପ୍ରଭାବରୁ ଓଡ଼ିଶା ବର୍ତ୍ତି ଯାଇଛି। ଏହି ବାତ୍ୟା ଗତ ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଏହା ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଜିଲା ବିଶେଷ ପ୍ରଭାବିତ ହୋଇନାହିଁ। ତେବେ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଜିଏଫଏସର ପ୍ରାକ୍ ଆକଳନ ଅନୁସାରେ ୧୬-୧୭ ତାରିଖବେଳକୁ ଆଉ ଲଘୁଚାପ ଭାରତ ଉପକୂଳ ପାଖକୁ ଆସିପାରେ। ସମ୍ଭବତଃ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘଷି ହୋଇ ବାଂଲାଦେଶ ଆଡ଼କୁ […]
ରାଜଧାନୀରେ ଚାଞ୍ଚଲ୍ୟ । ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପାର୍କରେ ପିଙ୍ଗି ପୋଡ଼ିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ମଞ୍ଚେଶ୍ୱର ଥାନା କେଳୁଚରଣ ପାର୍କରୁ ଏହି ଅଜଣା ମୃତଦେହ ଉଦ୍ଧାର ହୋଇଛି । ମୃତଦେହରେ ପୋଡ଼ା ଚିହ୍ନ ରହିଥିବା ବେଳେ ଯୁବକଙ୍କ ପିନ୍ଧା ପୋଷାକ ମଧ୍ୟ ଜଳିଯାଇଛି। ହତ୍ୟା ପରେ ପରିଚୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ି ଦିଆଯାଇଛି କି, ତାହାକୁ ନେଇ ସନ୍ଦେହ ପ୍ରକାଶ […]
