ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରର ନୂଆ ନିଷ୍ପତ୍ତି, ଆଉ ୨ ବର୍ଷ ବଢିଲା କାର୍ଯ୍ୟକାଳ

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ଚାରି ବର୍ଷର ପ୍ରାରମ୍ଭିକ ସେବା ପରେ ସେନାରେ ସାମିଲ ହୋଇପାରିନଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ । ଏବେ ସେମାନଙ୍କ ମୋଟ ସେବା ଅବଧି ୬ ବର୍ଷ ହେବ ।ଯେତେବେଳେ ପ୍ରାୟ ୧୮୦୦୦ ଅଗ୍ନିବୀର ନିଜର କାର୍ଯ୍ୟକାଳ ଶେଷ କରି ସେବାରୁ ଅବସର ନେବାକୁ ଯାଉଥିଲେ।CDS ଜେନେରାଲ ରାଜା ସୁବ୍ରମଣି କହିଛନ୍ତି ଯେ, ସମସ୍ତ ଅଗ୍ନିବୀରଙ୍କୁ ସଶସ୍ତ୍ର ବାହିନୀରେ ନିଜର ସେବା ଜାରି ରଖିବାର ସୁଯୋଗ ଦିଆଯିବ। ତେବେ ଏହା ସେମାନଙ୍କ କାର୍ଯ୍ୟଦକ୍ଷତା ଓ ମୂଲ୍ୟାଙ୍କନ ଉପରେ ନିର୍ଭର କରିବ।୨୦୨୨ ଜୁନ୍ ୧୪ ତାରିଖରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ଅଗ୍ନିବୀରଙ୍କ କାର୍ଯ୍ୟଦକ୍ଷତାକୁ ନିୟମିତ ଭାବେ ମୂଲ୍ୟାଙ୍କନ କରିବା ସହ ଯୋଜନାର ସମୟାନୁସାରେ ସମୀକ୍ଷା କରାଯିବାର ବ୍ୟବସ୍ଥା ରହିଥିଲା । ଏବେ ପ୍ରଥମ ବ୍ୟାଚର ଅଗ୍ନିବୀରମାନେ ଚାରି ବର୍ଷର ସେବା ଅବଧି ପୂରଣ କରିବାକୁ ଯାଉଛି ।

ଅଧିକ ପଢନ୍ତୁ