ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ।ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପ୍ରତି ମାସରେ ୩୫ କିଲୋଗ୍ରାମ ଶସ୍ୟ (ଅନ୍ନ) ଦିଆଯାଉଛି। ଏବେ ଏହାକୁ ବଦଳାଇ ମାସକୁ ପ୍ରତି ବ୍ୟକ୍ତି ପିଛା ୭ କିଲୋଗ୍ରାମ ଶସ୍ୟ ଦେବାକୁ ପ୍ରସ୍ତାବ ଦିଆଯାଇଛି।ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଗୋଟିଏ ପରିବାରକୁ ମିଳୁଥିବା ଶସ୍ୟର ସର୍ବାଧିକ ସୀମା ପ୍ରତି ମାସରେ ୩୫ କିଲୋଗ୍ରାମ ହିଁ […]
ଧାନ ବିକ୍ରି ସମସ୍ୟାକୁ ନେଇ ପୁଣି ଚର୍ଚ୍ଚାରେ ବରଗଡ଼ ଜିଲ୍ଲା । ଧାନ ମଣ୍ଡିରେ ବିକ୍ରି ପାଇଁ ଟୋକନ ନମିଳିବା ଓ ପ୍ରଶାସନିକ ଅବହେଳା ଅଭିଯୋଗ କରି ଶେଷରେ ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଛନ୍ତି ଜଣେ ଯୁବ ଚାଷୀ । ଏଭଳି ଏକ ସମ୍ବେଦନଶୀଳ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରୁ ।ଗ୍ରାମର ଯୁବଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ ଧାର-କରଜ କରି ଧାନ ଚାଷ […]
ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ ପଲିସି ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ। । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । । ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପରେ କେନ୍ଦ୍ରର ବିଭିନ୍ନ ସଂସ୍ଥା ତଥା ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସୀମା ଶୁଳ୍କ , ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ, ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । […]
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାର ଘୋଷଣା ପରେ ମୁମ୍ବାଇରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଫଳରେ ମାତ୍ର ୮ ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ବୁଧବାର ସକାଳୁ ରାସ୍ତାଘାଟ ଜଳମଗ୍ନ ହେବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି।ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଛି ହିନ୍ଦମାତା, ମାଟୁଙ୍ଗା, କୁର୍ଲା ଏବଂ […]
ବ୍ରାଉନ୍ସୁଗାର୍ ଖାଇ ୭ କଏଦୀ ଅସୁସ୍ଥ । ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଅଭାବନୀୟ ଘଟଣା । ୩ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ୨ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।ଏମାନଙ୍କ ଭିତରୁ ଜଣେ ମାଓନେତା ଥିବାରୁ ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାଦ୍ୟରେ ଅପମିଶ୍ରଣ କିମ୍ବା ମାତ୍ରାଧିକ ନିଶା ସେବନ ଯୋଗୁ […]
ଜୁଲାଇ ୪ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସମବାୟ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ଅମିତ୍ ଶାହଙ୍କ ଗସ୍ତ ନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି. ରାଜସ୍ବ ମନ୍ତ୍ରୀ କହିଛନ୍ତି କାର୍ଯ୍ୟକ୍ରମ ଏକ ପ୍ରକାର ଚୂଡାନ୍ତ ହୋଇଛି. କିନ୍ତୁ କେତୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଚୂଡାନ୍ତ […]
ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁଲଣ୍ଡନ ହାଇକୋର୍ଟର ଶକ୍ତ ଧକ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆ ସପକ୍ଷରେ ରାୟ ଶୁଣାଇ ବ୍ରିଟେନର ଏହି ଅଦାଲତ ନୀରବଙ୍କୁ ବ୍ୟାଙ୍କର ୧୦.୭ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ଋଣ ପରିଶୋଧ କରିବା ପାଇଁ ଦାୟୀ କରିଛନ୍ତି ।ଏହି ପରିମାଣ ନୀରବ ମୋଦି ତାଙ୍କର ଏକ କମ୍ପାନୀ, ଫାୟାରଷ୍ଟାର ଡାଇମଣ୍ଡ ଦ୍ୱାରା ନିଆଯାଇଥିବା ଋଣ ପାଇଁ ପ୍ରଦାନ କରିଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟି ସହିତ ଜଡିତ।ବ୍ୟାଙ୍କ ଅଫ […]
ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା , ଅଭିଯୁକ୍ତ ଚନ୍ଦନ ପଲାରକୁ ପୁଲିସ୍ର ଏନ୍କାଉଣ୍ଟର । ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ହତ୍ୟାକାଣ୍ଡ ।ଗତକାଲି ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି […]
ବର୍ତ୍ତମାନ କେନ୍ଦ୍ର ସରକାରBS6ଇଞ୍ଜିନ୍ ଥିବା ଗାଡ଼ିଗୁଡ଼ିକ ପାଇଁ ‘ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍’ ର ବୈଧତା ୧ ବର୍ଷରୁ ବୃଦ୍ଧି କରି୩ ବର୍ଷକରିବା ନେଇ ବିଚାର କରୁଛନ୍ତି। ୧ ଏପ୍ରିଲ୍ ୨୦୨୦ ପରେ କିଣାଯାଇଥିବା ଯାନବାହାନ ପାଇଁ ଏହି ନିୟମ ଲାଗୁ ହେବ, କିନ୍ତୁ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ନିୟମ ଆହୁରି କଡ଼ାକଡ଼ି କରାଯିବ।ନୂଆ ବ୍ୟବସ୍ଥା ଅନୁଯାୟୀ, ଗାଡ଼ିର ପ୍ରଦୂଷଣ ମାନକ ଏବଂ ବୟସ ଅନୁଯାୟୀ ପିୟୁସିସିର ବୈଧତା ସ୍ଥିର କରାଯିବ। ପୁରୁଣା ଗାଡ଼ିଗୁଡ଼ିକୁ ଏବେ ଅଧିକ […]
ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି। ଏହି ଘଟଣାରେ ସି-ଫୁଡ୍ କମ୍ପାନୀରେ ଏମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ମୋଟ ୭ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ସେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପରିବାରକୁ ସମସ୍ତ ପ୍ରକାର […]
ରାଜ୍ୟରେ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ ବିବାଦ ଥମିବାର ନାଁ ନେଉନି ।ଛପା ହେବ ନାହିଁ ନୂଆ ବହି, ସଂଶୋଧିତ ପୁସ୍ତିକା ସାହାଯ୍ୟରେ ପାଠ ପଢିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିବାବେଳେ ସଂଶୋଧିତ ପୁସ୍ତିକା ଉପରେ ଉଠିଲାଣି ପ୍ରଶ୍ନ । ସଂଶୋଧିତ ପୁସ୍ତିକାରେ ବି ଅନେକ ତୃଟି ଥିବା ଅଭିଯୋଗ ହୋଇଛି । ଅଷ୍ଟମ ଶ୍ରେଣୀର ଗଣିତ ବହିର ସଂଶୋଧିତ ପୁସ୍ତିକାରେ ଭୂଲ ଥିବା କହିଛନ୍ତି ବିଶେଷଜ୍ଞ । ତରବରିଆ ଭାବେ ସଂଶୋଧନ […]
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ । ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ସମ୍ମାନ । କଳା ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ । ଶରତ ପାତ୍ର ହେଉଛନ୍ତି କଟକ ନୂଆପାଟଣା ମାଣିଆବନ୍ଧର ହସ୍ତତନ୍ତ ବୁଣାକାର । ଇକତ ଓ ବାନ୍ଧକଳାରେ ନିପୁଣତା ହାସଲ କରିଛନ୍ତି ଶରତ ପାତ୍ର । ସୀମାଞ୍ଚଳ ପାତ୍ର ଗଞ୍ଜାମ ଅଞ୍ଚଳର ପ୍ରସିଦ୍ଧ ଲୋକ କଳାକାର । ବିଭିନ୍ନ କ୍ଷେତ୍ରରେ ଅବଦାନ […]
