ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ପଛକୁ ପଛ ଆସୁଛି ଘୂର୍ଣ୍ଣିବଳୟ। ୨୫ରେ ଗୋଟିଏ, ଅନ୍ୟଟି ଜୁଲାଇ ୨ରେ। ତେଣୁ ଚାଷୀଙ୍କ ପାଇଁ ଖୁସି ଖବର। ମୌସୁମୀ ପ୍ରଭାବରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ । ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ମୌସୁମୀର ଦୁର୍ବଳ ସ୍ଥିତି ଯୋଗୁ ଗତ କିଛିଦିନ ଧରି ଅନେକ ସ୍ଥାନରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। […]

ଶ୍ରୀମନ୍ଦିରରେ ରୁକ୍ମଣୀ–କୃଷ୍ଣ ବିବାହ ନୀତି ଉତ୍ସବ ଆରମ୍ଭ। ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ

ପୁରୀର ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ପବିତ୍ର ରୁକ୍ମଣୀ–ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବିବାହ ନୀତି ଉତ୍ସବ । ଦେବଦେବୀଙ୍କ ଏହି ଦିବ୍ୟ ମିଳନ ଅବସରରେ ଶ୍ରୀମନ୍ଦିର ପରିବେଶ ଭକ୍ତି ଓ ଉତ୍ସାହରେ ଉଜ୍ଜ୍ୱଳ ହୋଇଉଠିଛି ।ନୀତିକାନ୍ତି ସମୟରେ ସୁରକ୍ଷା ଓ ପରମ୍ପରା ରକ୍ଷା ପାଇଁ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ଦିନ ୧ ଟାରୁ ୬ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]

ସରକାରୀ ଓକିଲ ନିଯୁକ୍ତିରେ ଅନିୟମିତତା ମାମଲା । ନୂଆ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଖାରଜ

୬ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ମାମଲା । ନୂଆ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଖାରଜ । ୧୧ଟି ରିଟ ପିଟିସନର ଏକତ୍ର ଶୁଣାଣି କରି ଖାରଜ କଲେ ହାଇକୋର୍ଟ । କାର୍ଯ୍ୟକାଳ ସରିବା ପୂର୍ବରୁ ନିଯୁକ୍ତି ରଦ୍ଦ ହୋଇଥିବାରୁ ପିଟିସନ ହୋଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବେଆଇନ କହିଥିଲେ ଆବେଦନକାରୀ । ନିଯୁକ୍ତିରେ ଅନିୟମିତତା ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ ଏଜି ପୀତାମ୍ବର ଆଚାର୍ଯ୍ୟ ।

ବିଜେଡି ଶାସନ କାଳର ଏଲଇଡି ଦୁର୍ନୀତି : ୩ ଜିଲ୍ଲାରେ ଭିଜିଲାନ୍ସ ତନାଘନା

ଗତ ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳର ଆଲୋକୀକରଣ ପାଇଁ ଆରମ୍ଭ ହୋଇଥିବା ଯୋଜନାରେ ବଡ଼ଧରଣର ଅର୍ଥ ହେରଫେର ଅଭିଯୋଗ ଆସିଛି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅଧୀନରେ ଗାଁ ଗାଁରେ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ଗୁମର ଖୋଲିବାକୁ ବାହାରିଛି ରାଜ୍ୟ ଭିଜିଲାନ୍ସ ବିଭାଗ।କେନ୍ଦୁଝର, ନୟାଗଡ, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ କରୁଛି । ୮୧ ଅଧିକାରୀଙ୍କୁ ନେଇ ୨୪ ଟି ଟିମର ୩ […]

ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକରେ ଅଗ୍ନି ନିରାପତ୍ତା ଅଡିଟ୍ ପାଇଁ ନିର୍ଦ୍ଦେଶ

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ୍.ଡି.ଏମ୍.ଏ) ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରସ୍ତୁତିର କଡ଼ା ସମୀକ୍ଷା ଏବଂ ଅଡିଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡି. ଡି. ଏମ୍.ଏ) ର ଅଧ୍ୟକ୍ଷମାନଙ୍କୁ ଏକ […]

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ

ରାୟଗଡା ତା ୨୩/୦୬ (ନିପ୍ର) ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ। ଜଣେ ଠିକାଦାର ସନ୍ୟାସୀ ସୁବୁଦ୍ଧିଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ବିଭାଗର ୧୦ଜଣିଆ ଟିମ୍। ଏକ ଠିକା କାମର ବିଲ କରିଦେବି କହି ଜନୈକ ଠିକାଦାରଙ୍କ ଠାରୁ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ୩ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଏନେଇ ସଂପୃକ୍ତ ଠିକାଦାର ଭିଜିଲାନ୍ସ ରେ […]

ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କର ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ୩୬ ବର୍ଷ ଧରି ଇରାନର ସର୍ବୋଚ୍ଚ ନେତା ଥିବା ଖେମିନିଙ୍କ ମୃତ୍ୟୁକୁ ପାଖାପାଖି ଚାରି ମାସ ହୋଇଯାଇଥିବାବେଳେ ଇରାନ ତାଙ୍କ ଅନ୍ତିମ ସଂସ୍କାର କରିନଥିଲା । ତେବେ ଇରାନ ପକ୍ଷରୁ ଖେମିନିଙ୍କ ଅନ୍ତିମ ସଂସ୍କାର ଅତି ଭବ୍ୟ ଭାବରେ ଜୁଲାଇ ୪ ତାରିଖରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଇରାନର ପବିତ୍ର ସହର ମସହଦରେ […]

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ୨୮ ରଥ ଦଉଡ଼ି, ଲମ୍ବ ୨୨୦ ଫୁଟ

ଆଉ କିଛି ଦିନ ରହିଲା ରଥଯାତ୍ରା।  ଆଜି ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ ଫୁଟ ବା ୬୭ ମିଟର । ଓଡ଼ିଶା କତା ନିଗମ ପକ୍ଷରୁ ଆସିଲା ଏହି ଦଉଡ଼ି ।ତେବେ ଚଳିତ ଘୋଷଯାତ୍ରା ପାଇଁ ଆସିଲା ଦୁଇଟି ସେଟ୍ ରଥ ଦଉଡ଼ି ।ତିନି ରଥର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା […]

ଥାନା ଏସଆଇଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ମହିଳା IIC

ବାଲେଶ୍ୱର ଜିଲ୍ଲା ବରହମପୁର ଥାନା IIC ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ କଲେ ବରହମପୁର ସବ ଇନ୍ସପେକ୍ଟର ମନୋରଞ୍ଜନ ପୁହାଣ। ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ବହୁଦିନରୁ ସର୍ବଦା ଦୁର୍ବ୍ୟବହାର କରୁଛନ୍ତି ମହିଳା IIC ପ୍ରେମଦା ନାୟକ। ଏପରିକି କୌଣସ ଥାନା କାର୍ଯ୍ୟରେ ଗଲେ ଥାନା ଗାଡ଼ି ନଦେଇ ଅସହଯୋଗ କରିବା ନେଇ ବାଲେଶ୍ବର ଅତିରିକ୍ତ SPଙ୍କ ନିକଟରେ […]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ।ଏହି ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସାମାଜିକ କଲ୍ୟାଣ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ କରାଯାଉଥିବା ସମସ୍ତ ଜନହିତକର କାର୍ଯ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରାଯାଇ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଓଡ଼ିଶାରେ ସାମାଜିକ ସୁରକ୍ଷା ପାଇଁ […]

ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା

ଶଙ୍ଖ ଧରିବେ କି ସୁଜାତା ରାଉତ କାର୍ତ୍ତିକେୟନ ? ଓଡ଼ିଶା ରାଜନୀତିରୁ ସାମ୍ନାକୁ ଆସୁଛି ବଡ଼ ଖବର । ବିଜେଡିରେ ସାମିଲ ହୋଇ ପାରନ୍ତି ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହେବାକୁ ଯାଉଛନ୍ତି । ତେବେ କୌଣସି ବଡ଼ ପଦବୀ ନୁହେଁ, ବରଂ ଜଣେ ସାଧାରଣ କର୍ମୀ ଭାବେ ସେ ଦଳରେ […]

ଅଯୋଧ୍ୟା ରାମମନ୍ଦିର ଦାନରାଶି ସୁରକ୍ଷା ନେଇ ଲାଗୁ ହେଲା ନୂଆ ନିୟମ

ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଦିଆଯାଉଥିବା ଦାନରାଶିର ସୁରକ୍ଷା ଏବଂ ପାରିଦର୍ଶିତାକୁ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି । ଏବେ ଦାନ ଗଣତି କରିବାକୁ ଥିବା କର୍ମଚାରୀ ବିନା ପକେଟ ବସ୍ତ୍ର ପିନ୍ଧି ଥିବା ବାଧ୍ୟତାମୂଳକ ।ଗଣନା କେନ୍ଦ୍ରକୁ ଯିବା ପୂର୍ବରୁ ନିର୍ଦ୍ଧାରିତ ଡ୍ରେସ ପିନ୍ଧିବା ଜରୁରୀ | କୌଣସି ବ୍ୟକ୍ତିଗତ ଜିନିଷକୁ ଭିତରକୁ ନେଇ ଯିବାର ଅନୁମତି ନାହିଁ ।ଦାନ ଗଣନା କେନ୍ଦ୍ରକୁ ମୋବାଇଲ, […]