ମହାପ୍ରଭୁ ଜଗନ୍ନାଥ ଆନିମେସନ ଫିଲ୍ମକୁ ନେଇ ଆପତ୍ତି ଉଠାଇଲେ ଗଜପତି ମହାରାଜା । ଗଜପତି ଦର୍ଶାଇଛନ୍ତି ଯେ, ଏହି ଫିଲ୍ମର ଅଫିସିଆଲ୍ ଟ୍ରେଲର୍ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଏହି ଟ୍ରେଲର୍ ଜଗନ୍ନାଥ ମହାପ୍ରଭୁଙ୍କର ଏକ ସଂପୂର୍ଣ୍ଣ କାଳ୍ପନିକ କାହାଣୀ ଉପରେ ଆଧାରିତ, ଯାହା ଆମ ଶାସ୍ତ୍ରରେ ହୋଇଥିବା ପବିତ୍ର ବର୍ଣ୍ଣନାର ସଂପୂର୍ଣ୍ଣ ବିରୋଧୀ। ଭୁବନେଶ୍ୱରର ‘ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ନିର୍ମିତ ଏବଂ ଆସନ୍ତା ଜୁଲାଇ ୧୦ରେ ପ୍ରେକ୍ଷାଳୟକୁ ଆସିବାକୁ ଥିବା “ମହାପ୍ରଭୁ ଜଗନ୍ନାଥ” […]
ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଜରୁରୀକାଳୀନ ପରିସ୍ଥିତିକୁ ପ୍ରମୁଖ ଭାବରେ ସ୍ଥାନିତ କରିଛି। ପୂର୍ବରୁ, ଏହି ବିଷୟ କେବଳ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମର ଅଂଶ ଭାବରେ ପଢ଼ାଯାଉଥିଲା। ୧୯୭୫ ମସିହା ଜୁନ୍ ୨୫ ରାତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ […]
ଭାରତୀୟ କ୍ରିକେଟ୍ ଦଳର ପେସ୍ ବୋଲର ଆକାଶ ଦୀପ ସିଂହ ବୁଧବାର ତାଙ୍କ ଜିଲାର ଅକ୍ଷିତା ରାଜ୍ଙ୍କୁ ବିବାହ କରିଛନ୍ତି। ୨୦୨୪ରେ ଫେବ୍ରୁଆରିରେ ପଦାର୍ପଣ କରିଥିବା ଆକାଶ, ଭାରତ ପକ୍ଷରୁ ୧୦ ଟେଷ୍ଟ୍ ଖେଳିଛନ୍ତି। ବିହାରର ରୋହତକ ଜିଲ୍ଲାର ମାଣିକପୁର ଗାଁର ଝିଅ ଅକ୍ଷିତାଙ୍କ ହାତ ଧରିବା ପରେ ଏହି ବେଙ୍ଗଲ ଦ୍ରୁତ ବୋଲର ଇନ୍ଷ୍ଟାଗ୍ରାମ୍ରେ ଫଟୋ ପୋଷ୍ଟ କରି ପ୍ରଶଂସକମାନଙ୍କୁ ନିଜ ବିବାହ ବିଷୟରେ ଅବଗତ କରିଛନ୍ତି।ପୋଷ୍ଟ କରିଥିବା ଫଟୋର ଶିରୋନାମରେ ସେ ଲେଖିଛନ୍ତି ଯେ, […]
ପଶ୍ଚିମ ଏସିଆରେ ଦୀର୍ଘ ସପ୍ତାହ ଧରି ଲାଗି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଭାରତ ସମେତ ସମଗ୍ର ବିଶ୍ୱ ଶକ୍ତି ବଜାର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଇରାନ ଏବଂ ଆମେରିକା ମଧ୍ୟରେ ଅନ୍ତରୀଣ ଚୁକ୍ତି ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀ ଦେଇ ୩୦ଟି ବାଣିଜ୍ୟିକ ଜାହାଜ ସୁରକ୍ଷିତ ଭାବେ ଅତିକ୍ରମ କରିଛନ୍ତି । ଏହାସହ ଅନ୍ୟ ୨୬ଟି ଜାହାଜ ଏବେ ବାହାରିବା […]
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଫାଇନାଲ୍ ଚାର୍ଜସିଟ୍ କୋର୍ଟରେ ଦାଖଲ କଲା ପୋଲିସ । ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ୍ ଦାଖଲ କଲା ପୋଲିସ । ଏହାସହ ୧୬ଟି ପେନ୍ଡ୍ରାଇଭ ମଧ୍ୟ ଦାଖଲ କରିଛି ପୋଲିସ ।ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ଘଟଣା ପରେ ପୁଲିସ ତଦନ୍ତକୁ ଜୋରଦାର କରି ବିଭିନ୍ନ ଦିଗରୁ ଖୋଳତାଡ଼ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ […]
ମୟୂରଭଞ୍ଜର ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପ୍ରେମିକ ପ୍ରଶାସନିକ ଅଧିକାରୀ ଭୀମସେନ ଟୁଡୁଙ୍କୁ ୪୮ ଘଣ୍ଟିଆ ରିମାଣ୍ଡ୍ରେ ଆଣିଥିଲା ବାରଙ୍ଗ ଥାନା ପୁଲିସ । ପୁଲିସ ଭୀମସେନଙ୍କୁ ଜେରା କରି ୨୪ ଘଣ୍ଟାରେ କୋର୍ଟରେ ହାଜର କରିଥିଲା ।ପରେ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ଏହି ବହୁଚର୍ଚ୍ଚିତ ଘଟଣାରେ ଅଭିଯୁକ୍ତ ପ୍ରେମିକ ଭୀମସେନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ବା ବିଏନଏସ୍ର ସଙ୍ଗିନ ଧାରା-୬୯ ଲାଗୁ କରିଛି ପୁଲିସ […]
ବିଜେଡିରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ଦଳର ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମିଶିଲେ ସୁଜାତା । ତେବେ ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି । ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ । ମୋ ନେତୃତ୍ୱରେ ୨୦୨୯ରେ ନିର୍ବାଚନ ଲଢ଼ିବ ବିଜେଡି । ନବୀନ ପଟ୍ଟନାୟକ ସ୍ପଷ୍ଟ କଲେ ଯେ ଆଗାମୀ ନିର୍ମାଚନ ନବୀନଙ୍କ ନେତୃତ୍ବରେ ଦଳ ଲଢିବ ।ଏହି […]
ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍ ମିଳିବ। ଶୀଘ୍ର ବଣ୍ଟନ କରିବାକୁ ଡିଇଓ ଏବଂ ଡିପିସିଙ୍କୁ ଓସେପାର ଚିଠି ଲେଖିଛି। ବ୍ଲକସ୍ତରରୁ ଓସିକ୍ ଏହି ନୂଆ ସ୍କୁଲ ବ୍ୟାଗ୍ ଯୋଗାଇ ଦେବ। ଓସେପା ସ୍ପଷ୍ଟ କରିଛି ଯେ, ବ୍ୟାଗ୍ ବଣ୍ଟନ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ କିମ୍ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ପିଲାମାନେ ଯେପରି ନୂଆ ଶିକ୍ଷାବର୍ଷରେ ନୂଆ ବ୍ୟାଗ୍ ପାଇପାରିବେ, […]
ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁଜାତା । ସମସ୍ତ ବିଧାୟକ, ସାଂସଦ ଓ ନେତାମନ୍ତ୍ରୀ ଥିଲେ ଉପସ୍ଥିତ । ଆନୁଷ୍ଠାନିକ ଭାବେ ସୁଜାତାଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ସୂଚନାମୁତାବକ ପ୍ରଶାସକ ଭାବେ ସଫଳ ଛାପ ଛାଡ଼ିଛନ୍ତି ସୁଜାତା। ୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ […]
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରୁ ଆସିଛି ବ୍ୟବସ୍ଥାର ବିକଳ ଚିତ୍ର । ଋଣ ନନେଇ ବି ଜଣଙ୍କ ଘର ସିଲ୍ କରି ଦେଇଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ଜମନକିରା ବ୍ଲକ ଗୌଡ଼ପାଲି ରାଜସ୍ବ ସର୍କଲ ଅନ୍ତର୍ଗତ ଗୌତମପାଲି ଗାଁରୁ ଆସିଛି ଏହି ଅଭିଯୋଗ ।ଫଳରେ ଗୋଟିଏ କୋଠରୀରେ ଦିନ କାଟୁଛନ୍ତି ବୃଦ୍ଧ ଦିବ୍ୟାଙ୍ଗ ପରିବାର। ଆଜକୁ ପ୍ରାୟ ୨୦ ଦିନ ହେଲା ଅସହାୟ ପରିବାର। ଗତ ୫ ତାରିଖ ଦିନ ଜମନକିରା ତହସିଲଦାର ଓ ଏକ ଘରୋଇ […]
ରଥଯାତ୍ରା ପାଇଁ ପରିବହନ ବିଭାଗର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତ ପାଇଁ ଏବର୍ଷ ପୁରୀକୁ ପ୍ରାୟ ଏକ ହଜାର ବସ୍ ଚଳାଚଳ କରିବ । ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍ ସେବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରାଯାଇଛି । ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ […]
ସେଲଫି ନେବାର ନିଶା ଛଡ଼ାଇ ନେଇଛି ୫ଟି ଅମୂଲ୍ୟ ଜୀବନ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ମୁଥାଠୀ’ରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ସମୟରେ ଘଟିଛି ବଡ଼ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ମୃତକମାନେ ବେଙ୍ଗାଲୁରୁ ନିକଟସ୍ଥ ଚନ୍ନପଟ୍ଟଣ ଅଞ୍ଚଳର ବୋଲି ଜଣାପଡ଼ିଛି […]
