ଦୀପାବଳିର ଖୁସି ମଧ୍ୟରେ ଦେଶର ସୁରକ୍ଷାରେ ନିୟୋଜିତ ଯବାନଙ୍କ ମନୋବଳ ବଢ଼ାଇବାକୁ ସୀମାନ୍ତ ଅଞ୍ଚଳ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁଇ ଦିନିଆ ଗସ୍ତରେ ସେ ଦାର୍ଜିଲିଂ, ସିଲିଗୁଡ଼ି ଓ ସିକିମ୍ ଯାତ୍ରା କରିବେ । ଏହି ଅବସରରେ ସେ ଭାରତୀୟ ସେନାର ଯବାନମାନଙ୍କୁ ଭେଟିବା ସହ ସେମାନଙ୍କ ସହ ଦୀପାବଳି ପାଳନ କରିବେ ।ଦୀପାବଳି ଦିନ ସେ ସିକିମ୍ ଗସ୍ତ କରିବେ । ସେଠାରେ ଶେରଥାଙ୍ଗ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି […]
ପରାଜୟର ସ୍ବାଦ ଚାଖିବାର ୨ ଦିନ ହୋଇନି ଏବେ ଜୀବନ ଯିବାର ଭୟ । ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ଜୀବନରୁ ମାରିବାକୁ ହୋଇଥିଲା ପ୍ଲାନିଂ । ୱାଶିଂଟନ୍ ଡିସି ସ୍ଥିତ ହ୍ୱାଇଟ୍ ହାଉସ୍ ନିକଟରୁ ଏକ ବଡ଼ଧରଣର ସୁରକ୍ଷାଜନିତ ଘଟଣା ଏବେ ସାମ୍ନାକୁ ଆସିଛି।ହ୍ୱାଇଟ୍ ହାଉସ୍ ନିକଟରୁ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ଚୋରି ପିକଅପ୍ ଟ୍ରକ୍ ସହ ଜଣେ ୩୦ ବର୍ଷୀୟ ଭେନେଜୁଏଲା ନାଗରିକଙ୍କୁ ଗିରଫ କରିଛି ଆମେରିକାର ଗୁପ୍ତ ସେବା । ଅଭିଯୁକ୍ତଙ୍କ ଗାଡ଼ିରୁ […]
ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର । ଆସନ୍ତା ୧୦ ତାରିଖରେ ବାଲେଶ୍ଵର ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ବୁଢ଼ାବୁଢ଼ୀ ଏବଂ ବିଧବା ଭତ୍ତା ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଏହି ନିଷ୍ପତ୍ତି ଫଳରେ ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଅନେକ ଯୋଗ୍ୟ ଲୋକ ଉପକୃତ ହେବେ।ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି, ଏଣିକି ପେନସନ୍ […]
ବୌଦ୍ଧ ଜିଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ଆକ୍ସନ ନିଆଯାଇଛି। ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ନିର୍ଦ୍ଦେଶ ସହ ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ନିଲମ୍ବିତ କରାଯାଇଛି। ନିଲମ୍ବନ ଅବଧିରେ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ମୁଖ୍ୟାଳୟ ସମ୍ବଲପୁର ସ୍ଥିତ ରାଜସ୍ୱ ଡିଭିଜନାଲ କମିଶନରଙ୍କ (RDC) କାର୍ଯ୍ୟାଳୟକୁ ସ୍ଥିର କରାଯାଇଛି । ନିୟମ ଅନୁଯାୟୀ, ସେ ନିଲମ୍ବନ ସମୟରେ […]
ଭାରତୀୟ କ୍ରିକେଟ୍ର ଲାଲ୍ ବଲ୍ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଟେଷ୍ଟ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି ଭାରତର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି । ୬୪ଟି ଟେଷ୍ଟ, ୨୨୯ ୱିକେଟ୍ ଓ ଅନେକ ସ୍ମରଣୀୟ ପ୍ରଦର୍ଶନ ସହ ଶେଷ ହୋଇଛି ସାମିଙ୍କ ଟେଷ୍ଟ ଯାତ୍ରା। ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି ଷ୍ଟାର୍ ଭାରତୀୟ ପେସର୍ ମହମ୍ମଦ ସାମି। ତେବେ ଟେଷ୍ଟରୁ ବିଦାୟ ନେଇଥିଲେ ମଧ୍ୟ ଦିନିକିଆ ଓ […]
ଗଞ୍ଜାମରେ ନବୀନ । ବନ୍ୟା ପରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ । ଶେରଗଡ଼ରେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ବୁଝିବାକୁ ଗସ୍ତ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ ।ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ ପହଞ୍ଚିବା ପରେ ପ୍ରଭାବିତଙ୍କ ସହ ନବୀନ କଥା ହୋଇଛନ୍ତି । ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଶହ ଶହ ଚାଷୀଙ୍କ ଧାନ ଚାଷ […]
ଅନଲାଇନରେ ପ୍ରେମ, ଅଫଲାଇନରେ ପ୍ରତାରଣା। ପ୍ରେମ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ SOG କନଷ୍ଟେବଳ। ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ SOG କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି। ସେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନରେ କାର୍ଯ୍ୟରତ ଥିଲେ।ଅଭିଯୋଗ ଅନୁଯାୟୀ, ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏହି ଯୁବକ ଗତ ଅକ୍ଟୋବର ୨୮ ତାରିଖରେ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଲଜ୍କୁ ନେଇଥିଲେ। ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ ଅଭିଯୋଗ […]
ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳି ଉତ୍ସବ ଆୟୋଜନ ହେବ ନାହିଁ। ଏଥିସହ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କୌଣସି ଉପହାର କିମ୍ବା ଫୁଲତୋଡ଼ା ନ ଆଣିବାକୁ ଶୁଭେଚ୍ଛୁ ଓ ନାଗରିକଙ୍କୁ ଅନୁରୋଧ କରାଯାଇଛି । ବିପର୍ଯ୍ୟୟ ପ୍ରଭାବିତଙ୍କ ଦୁଃଖରେ ସାମିଲ ହୋଇ […]
ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବ୍ୟାଙ୍କିଂ ସଙ୍କଟ ଏକ ବଡ଼ଧରଣର ରାଜନୈତିକ ଭୂକମ୍ପ ସୃଷ୍ଟି କରିଛି । ଡିଜିଟାଲ୍ ବ୍ୟାଙ୍କ ‘ୟୁଏନୋ ବ୍ୟାଙ୍କ’ ବୁଡ଼ିଯିବା ଏବଂ ଲକ୍ଷାଧିକ ଲୋକଙ୍କ ସଞ୍ଚୟ ଫସି ରହିବା ପରେ, ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କ ବିରୋଧରେ ମହାଭିଯୋଗ ଅଣାଯାଇ ତାଙ୍କୁ ପଦରୁ ହଟାଇ ଦିଆଯାଇଛି ।ଡିଜିଟାଲ୍ ବ୍ୟାଙ୍କ ଉଏନୋ ଦେବାଳିଆ ହେବା ଯୋଗୁଁ ସୃଷ୍ଟି ହୋଇଥିବା ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ଏପରି ସ୍ଥିତି ଉପୁଜିଛି । ଅଧିକାରୀମାନେ କହିଛନ୍ତି, ଯେପର୍ଯ୍ୟନ୍ତ […]
ଶଳାକୁ ପଥରରେ ଛେଚି ହତ୍ୟା । ଭୁବନେଶ୍ୱର ସହିଦନଗର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ।ପରକୀୟା ପ୍ରୀତି ସନ୍ଦେହରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ପଠାଣି ସାହୁ । ସୂଚନା ଅନୁଯାୟୀ, ସ୍ତ୍ରୀ ଆଉ କାହ ସହ ସମ୍ପର୍କ ସନ୍ଦେହରେ ଶଳା ସହ ଭିଣୋଇର କଳି ହୋଇଥିଲା । ରାତି ଅଧରେ ଶଳା ଓ ଭିଣୋଇଙ୍କ ମଧ୍ୟରେ ଗଣ୍ଡଗୋଳ ନେଲା ଉଗ୍ରରୂପ । ଶଳାକୁ ପଥରରେ ଛେଚି ହତ୍ୟା […]
ନୟାଗଡ଼, (ଓଡିଶା ଦର୍ପଣ): ସାମାଜିକ ସେବା, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଦୀର୍ଘ ୨୫ ବର୍ଷର ନିରନ୍ତର ଅବଦାନ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଲେଖକ, କବି ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ମିଳିବ ସମ୍ମାନଜନକ ଡକ୍ଟରେଟ୍ ଉପାଧି। ମସ୍କୋ ରିସର୍ଚ୍ଚ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ‘ଗ୍ଲୋବାଲ୍ ଏକ୍ସଲେନ୍ସ ଅନର୍ସ-୨୦୨୬’ କାର୍ଯ୍ୟକ୍ରମରେ ତାଙ୍କୁ ‘ଡକ୍ଟର ଅଫ୍ ସୋସିଆଲ୍ ୱାର୍କ (D.SW.)’ ଉପାଧିରେ ସମ୍ମାନିତ କରାଯିବା ନେଇ ପ୍ରକାଶିତ ସମ୍ମାନପତ୍ରରେ ଉଲ୍ଲେଖ ରହିଛି।ଆସନ୍ତା […]
ଧନତେରସ୍ରେ ସୁନା କିଣାକୁ ନେଇ ବଜାରରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ସୁନା ଦରରେ ବଡ଼ ଧରଣର ହ୍ରାସ ଏବଂ ବିଭିନ୍ନ ଜୁଏଲାରୀ ସୋରୁମ୍ର ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ଟାଣି ଆଣିଥିଲା । ଫଳରେ ଧନତେରସ୍ରେ ସାରା ଓଡ଼ିଶାରେ ଜମିଥିଲା ସୁନା ବେପାର । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ହାଲୁକା ଗହଣାର ଟ୍ରେଣ୍ଡ୍ ରହିଥିଲା । କମ୍ ଓଜନରେ ଭଳିକି ଭଳି ଡିଜାଇନ୍ ଆଣିଛନ୍ତି ସୋ’ରୁମ୍ । ଧନ୍ତେରସରେ ଘରକୁ ସୁନା ରୁପା […]
