ଟ୍ୱିନ୍ ସିଟିରେ ଶୀତର ଲହରୀ ,ରାଜ୍ୟରେ ଅନୁଭୂତ ହେଲା ହାଲୁକା ଶୀତ

ଟ୍ୱିନ୍ ସିଟିରେ ବଢ଼ିଲା ଶୀତର ପ୍ରକୋପ ! ୨୦ ଡିଗ୍ରୀ ତଳକୁ ଖସିଲା ପାରଦ । କମିଲା ତାପମାତ୍ରା, ବଢ଼ିଲା ଥଣ୍ଡା। ସକାଳ ଓ ରାତିରେ ଅନୁଭୂତ ହେଉଛି ଶୀତର ପ୍ରଭାବ। ନଭେମ୍ବର ଆରମ୍ଭରୁ ଟ୍ୱିନ୍ ସିଟିରେ ଶୀତର ଆଗମନୀ ସଙ୍କେତ ମିଳିଛି ।।ଗତକାଲି ରାଜଧାନୀ ଭୁବନେଶ୍ୱର ରେ ୨୫°C ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଶୀତର ସ୍ତର ବଢିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ […]

ରାଜ୍ୟରେ ଦୀପାବଳି ବାଣ ଓ ଅଗ୍ନିକାଣ୍ଡରେ ଶତାଧିକ ଆହତ

ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଅଘଟଣ । ଶତାଧିକ ଆହତ। ଅସାବଧାନତା ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନେକ ଅଘଟଣ ଘଟି ଶତାଧିକ ଲୋକ ଆହତ ହୋଇଛନ୍ତି| ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ଭଉଣୀ ଆଗରେ ନିଆଁ ଲାଗି ଚାଲିଗଲା ଭାଇର ଜୀବନ | ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। […]

କଟକରେ ଭୟାବହ ଅଗ୍ନିକାଣ୍ଡ, ନାତି ମୃତ ଓ ଜେଜେ ଗୁରୁତର

କଟକରେ ଭୟାବହ ଅଗ୍ନିକାଣ୍ଡ । କଟକ ହାତୀପୋଖରୀରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି ।ନିଆଁ ଲାଗି ଜଣେ ନାବାଳକଙ୍କ ଜୀବନ ଯାଇଛି । ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଅଗ୍ନିକାଣ୍ଡକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ଅନ୍ୟପଟେ ନିଆଁ ଲିଭାଇବାକୁ ଦୁଇ ଦମକଳ କେନ୍ଦ୍ରର ଉଦ୍ୟମ ଜାରି ।ତେବେ କେଉଁ ପରିସ୍ଥିତିରେ ତିନି ମହଲା କୋଠାରେ ନିଆଁ ଲାଗିଲା, ତାହା […]

ଆଜି ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି ! କାହିଁକି ପାଳନ ହୁଏ ?

ସାରା ଦେଶରେ ଆଲୋକର ପର୍ବ ଦୀପାବଳି ଆଜି ପାରମ୍ପରିକ ଉତ୍ସାହ ସହ ପାଳନ କରାଯାଉଛି।ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ […]

ଲେଜର ଶୋ ଏବଂ ୩୦ ଲକ୍ଷ ଦୀପରେ ଝଲସିଲା ରାମନଗରୀ ଅଯୋଧ୍ୟା

ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍‌ଘାଟ କରି ସରୟୁ ନଦୀ କୂଳରେ ଆରତୀ କରିଛନ୍ତି।ଏଥର ସରଯୂ ନଦୀ କୂଳର ୫୬ଟି ଘାଟରେ ଜଳାଯାଇଛି ୩୦ ଲକ୍ଷ ଦୀପ। ପାରମ୍ପରିକ ଦୀପ ସାଙ୍ଗକୁ ଆଧୁନିକ ଲେଜର ଶୋ ଓ ଡିଜିଟାଲ୍ ଆଲୋକସଜ୍ଜା ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଛି।ଦଶମ ଦୀପୋତ୍ସବକୁ ଭବ୍ୟ କରିବା ପାଇଁ ସମଗ୍ର ଅଯୋଧ୍ୟାକୁ ପାରମ୍ପରିକ ଦୀପ ସହ ଆଧୁନିକ […]

ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରୀ 

କାଳୀପୂଜା ଓ ଦୀପାବଳି ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା । ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିଚାଳନା ଉପରେ ରହିଛି ସ୍ୱତନ୍ତ୍ର ନଜର । ଚୋରି ଓ ଅସାମାଜିକ କାର୍ଯ୍ୟ ରୋକିବାକୁ ପୋଲିସ ସଜାଗ ରହିବ ବୋଲି ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ କହିଛନ୍ତି ।କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ବିକ୍ରି କରିପାରିବେ ବାଣ । ବାଣ ଗଚ୍ଛିତ ରଖିବାରେ ସୁରକ୍ଷା ନିୟମ ପାଳନ ବାଧ୍ୟତାମୂଳକ । ଅଧିକ ଶବ୍ଦ ସୃଷ୍ଟିକାରୀ […]

ଲାଞ୍ଚ ନେଇ ଧରାପଡ଼ିଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ :  ରାଜସ୍ୱ ସଚିବ

ଲାଞ୍ଚ ନେଇ ଧରାପଡ଼ିଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ । ରାଜସ୍ୱ ସଚିବଙ୍କ କଡ଼ା ଚେତାବନୀ ।ଶନିବାର ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଚ୍ଚୋଟତାର ସହ କାମ କରିବା ସହ ସ୍ୱଚ୍ଛତା, ସାଧୁତା ଓ ସମ୍ବେଦନଶୀଳତାକୁ ସର୍ବାଧିକ ପ୍ରାଥମିକତା ଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ସମସ୍ତ କର୍ମଚାରୀମାନେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି |ଯୁବ ଅଧିକାରୀ ଲାଞ୍ଚ ନେବା ଘଟଣାକୁ ସେ ତୀବ୍ର […]

ଦେଶବାସୀଙ୍କୁ ଦୀପାବଳିର ପିଏମ୍ ମୋଦି ଜଣାଇଲେ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ସାଇଟ୍‌ରେ ନୂଆ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପର୍ବ ଅନ୍ଧାର ଉପରେ ଆଲୋକ, ମନ୍ଦ ଉପରେ ଭଲ ଓ ନିରାଶା ଉପରେ ଆଶାର ଅନନ୍ତ ବିଜୟର ପ୍ରତୀକ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ପର୍ବ ସମସ୍ତଙ୍କୁ ଦୟା ପ୍ରସାର କରିବା, ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରିବା ଓ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ […]

ନୟାଗଡ଼ ମୁଥାଗାଡ଼ିଆ ପଞ୍ଚାୟତ ଜୟପୁର ଗାଁରେ ମଦ ଦୋକାନ ଭାଙ୍ଗିବା ସହ ରାସ୍ତା ଅବରୋଧ

ଗାଁରେ ମଦ ବିକ୍ରିକୁ ନେଇ ତେଜିଲା ଅସନ୍ତୋଷ। ମଦ ବିକ୍ରି ହେଉଥିବା ଘର ଭାଙ୍ଗିବା ସହ ରାସ୍ତା ଅବରୋଧ କଲେ ଗ୍ରାମବାସୀ। ନୟାଗଡ଼ ଜିଲ୍ଲା ମୁଥାଗାଡ଼ିଆ ପଞ୍ଚାୟତ ଜୟପୁର ଗ୍ରାମବାସୀଙ୍କ ପ୍ରତିବାଦ। ଗ୍ରାମରେ ମଦ ବିକ୍ରି ଯୋଗୁ ସାମାଜିକ ପରିବେଶ ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ଗ୍ରାମବାସୀ ମଦ ବିକ୍ରିକୁ ତୀବ୍ର ବିରୋଧ କରିଥିଲେ। ଏପରିକି ମଦ ବିକ୍ରି ହେଉଥିବା ଘରର ଆଜ୍‌ବେଷ୍ଟସ୍‌କୁ ଶନିବାର ଭାଙ୍ଗି ଦେଇଛନ୍ତି।ଏହାକୁ ନେଇ ଗ୍ରାମବାସୀ […]

ଇତିହାସ ରଚିଲା ଭାରତୀୟ ବାୟୁସେନା, ବିଶ୍ୱର ସର୍ବାଧିକ ଉଚ୍ଚତାରେ କଲା IL-76MD ବିମାନର ସଫଳ ଲ୍ୟାଣ୍ଡିଂ

ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା। ଲଦାଖର ନ୍ୟୋମା ଏୟାରଫିଲ୍ଡରେ ୧୩,୬୨୯ ଫୁଟ ଉଚ୍ଚତାରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି ଭାରତୀୟ ବାୟୁସେନାର IL-76MD ହେଭି-ଲିଫ୍ଟ ପରିବହନ ବିମାନ। ଲଦାଖର ନ୍ୟୋମା ଏୟାରଫିଲ୍ଡରେ ଏହି ବିମାନର ସଫଳ ଅବତରଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି ଭାବେ ସାମ୍ନାକୁ ଆସିଛି। ଦିଆଯାଇଥିବା ସୂଚନା ଅନୁସାରେ, ବିଶ୍ୱରେ କୌଣସି IL-76MD ବିମାନ ଏତେ ଉଚ୍ଚତାରେ ଅବତରଣ କରିବାର ଏହା ପ୍ରଥମ ଘଟଣା। ଏହି […]

ସିଆରସିସିଙ୍କ ବିୟୋଗରେ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବାଲୁଗାଁ କ୍ଲଷ୍ଟର ସିଆରସିସି ଭାସ୍କର ଚନ୍ଦ୍ର ଦାଶଙ୍କ ଅକାଳ ବିୟୋଗରେ ସ୍ଥାନୀୟ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଶିକ୍ଷକ ପୀତବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପ୍ରଥମେ ସ୍ବର୍ଗତ ଦାଶଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ପ୍ରଦଜ୍ଜ୍ୱଳନ କରାଯାଇଥିଲା। ଏହାପରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।ସଭାରେ ଉପସ୍ଥିତ ଶିକ୍ଷକ ଓ ସହକର୍ମୀମାନେ […]

କ୍ୟାପିଟାଲ ହସ୍ପିଟାଲରେ ୩ ମାସର ଶିଶୁର ହୃତପିଣ୍ଡ ଅସ୍ତ୍ରୋପଚାର ସଫଳ

 କ୍ୟାପିଟାଲ ହସ୍ପିଟାଲରେ ସଫଳ ହୋଇଛି ଏକ ବଡ଼ ଅସ୍ତ୍ରୋପଚାର । ମାତ୍ର ୩ ମାସର ଶିଶୁର ହୃତପିଣ୍ଡରେ ଛିଦ୍ର ଥିବା ଜଣାପଡ଼ିବା ପରେ ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ ।ଏଭଳି ସ୍ଥିତିରେ ଆଶାର ଆଲୋକ ସାଜିଥିଲା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ। ଡାକ୍ତର ପି.କେ. ଦାସଙ୍କ ତତ୍ତ୍ୱାବଧାନରେ ଅଭିଜ୍ଞ ଡାକ୍ତରୀ ଟିମ୍ ପ୍ରାୟ ୨ରୁ ୩ ଘଣ୍ଟା ଧରି କରିଥିଲେ ଅସ୍ତ୍ରୋପଚାର।ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଏବେ ସମ୍ପୂର୍ଣ୍ଣ ଭଲ ରହିଛି । ଏହି […]