ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ପ୍ରଥମ ଦିନ ୩୭ ଜଣ ମୃତ୍ୟୁବରଣ କରିଥିବା ପ୍ରଶାସନ କହିଥିଲା । ତେବେ ଏହି ସଂଖ୍ୟା ୯୦୦ ଟପିଛି । ଏବେସୁଦ୍ଧା ୯୨୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଯାହା ଆହୁରି ବୃଦ୍ଧି ପାଇପାରେ । ଏହାସହ ହଜାର ହଜାର ଲୋକ ନିଖୋଜ ଅଛନ୍ତି ।ଭଗ୍ନାବଶେଷ ମଧ୍ୟରେ ପ୍ରାୟ ୫୦ହଜାର ଲୋକ ଚାପି ହୋଇ ରହିଥିବା ଆକଳନ କରାଯାଇଛି। କାରଣ ନିଖୋଜ ଲୋକଙ୍କ ସମ୍ପର୍କରେ ପରିବାର […]
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଶେଷ ହୋଇଛି। ଦୀର୍ଘଦିନ ଧରି ମହାନଦୀକୁ ନେଇ ଓଡିଶା ଏବଂ ଛଡିଶଗଡ ମଧ୍ୟରେ ଚାଲିଥିବା କନ୍ଦଳର ସମାଧାନ ହେବ ।ଏହାସହ ଦୁଇ ରାଜ୍ୟ ମଧ୍ୟରେ ସଚିବସ୍ତରୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।ଶନିବାର ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିଛନ୍ତି ଯୁଗ୍ମ ବୈଷୟିକ ଟିମ୍ । ଆଗାମୀ ଦିନରେ ଓଡିଶା ଏବଂ ଛତିଶଗଡ ଭିତରେ ସଚିବସ୍ତରୀୟ ବୈଠକ ହେବ ବୋଲି ସୂଚନା […]
ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ୍ ତଥା OTAS ଭୀମସେନ ଟୁଡୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ତାଙ୍କର ପ୍ରଶିକ୍ଷଣ ଓ ଚୂଡ଼ାନ୍ତ ପରୀକ୍ଷାରେ ଅନୁପସ୍ଥିତ ରହିବା ସହ ଏହି ସଙ୍ଗୀନ ମାମଲାରେ ସଂପୃକ୍ତିକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହିଷ୍କାର ଆଦେଶ ଦେଇଛନ୍ତି। ଭବିଷ୍ୟତରେ ମଧ୍ୟ ଭୀମସେନ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ […]
ଦୁଇଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଭକ୍ତ ସମ୍ମୁଖରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ। ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଖରାରେ ଆଉଟୁ ପାଉଟୁ ନହୁଅନ୍ତି ଏବଂ ବର୍ଷାରେ ନ ଭିଜନ୍ତି ସେଥିଲାଗି ସ୍ବତନ୍ତ୍ର ବ୍ୟାରିକେଡ୍ ସହ ଛାମୁଡ଼ିଆ ବନ୍ଦୋବସ୍ତ କରାଯାଉଛି। ସେହିପରି ଭକ୍ତମାନେ ଦୀର୍ଘବାଟ ଅତିକ୍ରାନ୍ତ କରି ମହାପ୍ରଭୁଙ୍କ ଏହି ଦିବ୍ୟ ଦୁର୍ଲଭ ଦର୍ଶନରୁ ବଞ୍ଚିତ ନ ହେବା ଲାଗି ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇଛି।ଆସନ୍ତାକାଲିଠାରୁ ଏନେଇ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ସେଚେଲ୍ସକୁ ଗସ୍ତରେ ଯିବେ। ଜୁନ୍ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ହେଉଛି ଏକ ସ୍ୱତନ୍ତ୍ର। ଏହି ଗସ୍ତ ସମୟରେ, ସେ ଭାରତ ମହାସାଗରରେ ଅବସ୍ଥିତ ସେଚେଲ୍ସରେ ସ୍ୱାଧୀନତାର ୫୦ତମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ବଟାନିକାଲ୍ ଗାର୍ଡେନ୍ ପରିଦର୍ଶନ କରିବା ସହ ପରିବେଶ ସଂରକ୍ଷଣର […]
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର ଦିନ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିପାରନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି।ରୁବିଓ, IANS ସହିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ପ୍ରଶାସନ ଟ୍ରମ୍ପଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପାଇଁ କାମ କରୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିମନ୍ତ୍ରିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଦେଶକୁ ଯାତ୍ରା କରିବାକୁ ଆଗ୍ରହୀ ହେବେ ।ମାର୍କୋ କହିଛନ୍ତି ଯେ, ଟ୍ରମ୍ପ୍ […]
ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲ୍ଲୀପ ରାୟ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେଥିଲାଗି ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ର ଜୁରି ଥାଇ ମଧ୍ୟ ଉତ୍ସବରୁ […]
କୋକେଇ ବନ୍ଧା ସରିଥିଲା, ଶ୍ମଶାନକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ କୋକେଇରୁ ମୃତଦେହ ଉଠାଇଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଗାଁରେ।ଖେଳୁଥିବା ବେଳେ ଅସୁସ୍ଥ ହୋଇଥିଲେ ପାଟଣା ଗାଁର କିଶୋର ରଣାଙ୍କ ୧୪ ବର୍ଷୀୟ ପୁଅ ଆଦିତ୍ୟ ରଣା । ତୁରନ୍ତ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା । ମେଡିକାଲ୍ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ନକରି ସିଧାସଳଖ ଘରକୁ […]
ରାଜଧାନୀରେ ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ । ହୋଟେଲ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ରାଜ୍ୟ ବାହାରର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲା ହୋଟେଲ ମ୍ୟାନେଜର ଜୟନ୍ତ କୁମାର ନାୟକ । ଗିରଫ କଲା କମିଶନରେଟ୍ ପୋଲିସ୍ । ଭରତପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ବେଙ୍ଗଲରୁ ଆସିଥିବା ଜଣେ ମହିଳା ଗ୍ରାହାକ ଅସୁସ୍ଥ ଥିବା ନେଇ ରିସେପ୍ସନକୁ ଫୋନ୍ ଆସିଥାଲା । ଏହି […]
ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ସେହିପରି ରବିବାର ସମସ୍ତ ଜିଲାରେ […]
ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିବେ। ଆଜି ଦଇତାପତି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବେ । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ହେଉଛନ୍ତି ଦଇତାପତି ସେବକ । ଘୋଷ ଯାତ୍ରାର ପରମ୍ପରା ମୁତାବକ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା (ସ୍ନାନଯାତ୍ରା)ଠାରୁ […]
ଇରାନ-ଆମେରିକା ମଧ୍ୟରେ ପୁଣି ଉତ୍ତେଜନା । ହର୍ମୁଜ ପ୍ରଣାଳୀରେ ପୁଣି ମୁହାଁମୁହିଁ ହୋଇଛନ୍ତି ଆମେରିକା-ଇରାନ । ଅଶାନ୍ତ ହୋଇଛି ହର୍ମୁଜ ପ୍ରଣାଳୀ । ଯୁଦ୍ଧବିରତି ଭିତରେ ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ଇରାନ ମଧ୍ୟ ଏହାର ଜବାବ ଦେଇଛି । ହର୍ମୁଜ୍ ପ୍ରଣାଳୀରେ ଏକ ମାଲବାହୀ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣ ପରେ, ଆମେରିକା ସେନା ଇରାନର ମିସାଇଲ୍ ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର ଏବଂ ଉପକୂଳବର୍ତ୍ତୀ ରାଡାର୍ ପୋଷ୍ଟଗୁଡ଼ିକ ଉପରେ […]
