ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ବିରୋଧୀ ଦଳ ନେତା । ଗଞ୍ଜାମ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ବିପର୍ଯ୍ୟୟର ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିପନ୍ନଙ୍କୁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ଦାବି କରିଛନ୍ତି ।ଗଞ୍ଜାମ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ଦାବି । IMD ପକ୍ଷରୁ ଅକ୍ଟୋବର ୨୩ରୁ ବାତ୍ୟା […]
ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନମାଝୀ । ଆଜି ଓଡିଶା ପାଇଁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ରାଜ୍ୟର ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ମିଳିଲା ଭତ୍ତା। ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷ ୫ ହଜାର ୮୧୭ ଜଣଙ୍କୁ ଭତ୍ତା ପ୍ରଦାନ କରାଯିବ। ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ […]
କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ତାଙ୍କ ପୁସ୍ତକ ‘ୱିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍’ରେ ତାଙ୍କ ଜୀବନ ଏବଂ ରାଜନୀତିର ଅନେକ ଦିଗ ବିଷୟରେ କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କେବେବି କୌଣସି ପ୍ରକୃତ କିମ୍ବା ଗମ୍ଭୀର ଆଲୋଚନା ହୋଇନାହିଁ। ସେ ଦାବି କରିଛନ୍ତି ଯେ ଯେତେବେଳେ ବି ସେମାନେ ପରସ୍ପର […]
ଚାକିରିରୁ ବିଦା ହେଲେ ବାଲିଆପାଳର ଲାଞ୍ଚୁଆ ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର। ଜଣେ ଜମି କ୍ରେତାଙ୍କଠାରୁ ଜମି କବଲା ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ୱରଜିଲ୍ଲା ବାଲିଆପାଳର ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର ଓଆର୍ଏସ୍ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗିରଫ ହୋଇଥିଲେ। ଆଜି ରାଜ୍ୟ ସରକାର ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସୂଚନାମୁତାବକ ଜଣେ ବ୍ୟକ୍ତି ୦.୧୪ ଡେସିମିଲ ପରିମିତ ‘ବାଜ୍ୟାପ୍ତି ସ୍ଥିତିବାନ’ କିସମର ଜମିର ପଞ୍ଜିକରଣ ପାଇଁ ସବ୍-ରେଜିଷ୍ଟ୍ରାରଙ୍କୁ […]
ବ୍ରହ୍ମପୁରରେ ଲଜ୍ଜାଜନକ ଘଟଣା । ରକ୍ଷକ ସାଜିଲା ଭକ୍ଷକ ! ତିନି ଝିଅଙ୍କୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ।ଥାନାରେ ଏତଲା ପରେ ଅଭିଯୁକ୍ତ ବାପାକୁ ଗିରଫ କଲା ପୋଲିସ । ଏବେ ଜାମିନରେ ଆସି ପୁଣି ଦୁଇ ଭଉଣୀକୁ ମାରପିଟ କରୁଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ, ବ୍ରହ୍ମପୁରରେ ତିନି ଜଣ ଝିଅଙ୍କୁ ସେମାନଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କିଛି ମାସ ପୂର୍ବରୁ ଥାନାରେ ଏତଲା ହୋଇଥିଲା । ଅଭିଯୋଗ […]
ଇରାନକୁ ନେଇ ଆମେରିକାର ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନର ସଙ୍କେତ । ଇରାନରେ ଆମେରିକାର ସାମରିକ ଅଭିଯାନ ପ୍ରାୟତଃ ଶେଷ ହୋଇସାରିଥିବା ନେଇ ମନ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାଲି ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, ସାମରିକ ଦୃଷ୍ଟିକୋଣରୁ ଇରାନ ପ୍ରାୟତଃ ଶେଷ ହୋଇଯାଇଛି । ତେବେ ଭବିଷ୍ୟତରେ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ ହେବ ବୋଲି ଟ୍ରମ୍ପ ସ୍ପଷ୍ଟ ଘୋଷଣା କରିନାହାନ୍ତି । ଚଳିତ ବର୍ଷ ଜୁଲାଇ ମାସରୁ ଆମେରିକା […]
ସାଉଥ୍ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୫୫ ବର୍ଷୀୟ ପୱନ୍ କଲ୍ୟାଣଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଆନ୍ନା କୋନିଡେଲା ୧୩ ବର୍ଷର ବିବାହିତ ଜୀବନ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଦୁହେଁ ପରସ୍ପର ସମ୍ମତିରେ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।ରିପୋର୍ଟ ଅନୁଯାୟୀ, ପବନ କଲ୍ୟାଣ ଓ […]
ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ପରିଷଦ ବୈଠକ ପରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀ ମଣ୍ଡଳ ବୈଠକ । ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ସେହିପରି ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।ଆସନ୍ତା ୧୮ ତାରିଖରେ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ […]
କଟକ ନୟାସଡକ ଅଞ୍ଚଳରେ ବାଣ ଫୁଟାକୁ ନେଇ ପୋଲିସ ଓ ପବ୍ଲିକ ଗଣ୍ଡଗୋଳ ଘଟଣା ଏବେ ନୂଆ ମୋଡ଼ ନେଇଛି । ଏହି ମାମଲାରେ ଅଟକ ଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଲାଲବାଗ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ରାତି ୯ଟା ପରେ ବି ଫୁଟାଇଲେ ବାଣ । ପୋଲିସ ବାରଣ କରିବାରୁ ହେଲା ଉତ୍ତେଜନା । ବାଣଫୁଟାକୁ ନେଇ କଟକ ନୟାସଡ଼କ ଅଞ୍ଚଳରେ ACP ଅନନ୍ୟା ଅୱସ୍ତି ବାରଣ […]
ପାକିସ୍ତାନୀ ଟେଲିଭିଜନ ଆଙ୍କର ରାବିଆ ଏହସାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ରାୱଲପିଣ୍ଡିରେ ଘଟିଛି। ଯାହା ପାକିସ୍ତାନର ମିଡିଆ ଶିଳ୍ପକୁ ସ୍ତବ୍ଧ କରିଦେଇଛି। ପାକିସ୍ତାନୀ ଟେଲିଭିଜନ ଆଙ୍କର ଏବଂ ପ୍ରୋଗ୍ରାମ ହୋଷ୍ଟ ରାବିଆ ଏହସାନଙ୍କୁ ରବିବାର ରାୱଲପିଣ୍ଡିର ଗୁଲଶାନାବାଦ ଅଞ୍ଚଳରେ ତାଙ୍କ ଘରେ ମୃତଦେହ ମିଳିଥିଲା। ତାହା ପୁଣି ତାଙ୍କୁ ଗୁଳି କରାଯାଇଥିବା ଦେଖିବାକୁ ମିଳିଛି।ଏହି ଘଟଣାରେ ପୁଲିସ ତାଙ୍କ ସ୍ୱାମୀ ଅହସାନ ତାହିରଙ୍କୁ ଅଟକ ରଖିବା ସହ ଏକ ବନ୍ଧୁକ ଜବତ କରିଛି […]
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚିପ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ‘ଏନଭିଡିଆ’ (Nvidia) ର ସିଇଓ ଜେନସେନ ହୁଆଙ୍ଗ, ଜଣେ ଚାଇନିଜ ଗୁପ୍ତଚର ସନ୍ଦେହ କରାଯାଉଥିବା ମହିଳାଙ୍କ ସହ ସମ୍ପର୍କ ରଖିଥିବା କଥା ସ୍ବୀକାର କରିଛନ୍ତି।ଏହି ଚାଞ୍ଚଲ୍ୟକର ଖୁଲାସା ପରେ, ‘ଏନଭିଡିଆ’ର ବୋର୍ଡ ଅଫ ଡାଇରେକ୍ଟର୍ସ ଏହି ଘଟଣାର ଏକ ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ହୁଆଙ୍ଗ ଯେଉଁ ଚାଇନିଜ ବ୍ୟବସାୟୀ ମହିଳାଙ୍କ ସହ […]
ଚାଷୀଙ୍କ ଏଗ୍ରିଷ୍ଟାକ୍ କାର୍ଡ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ ସୂଚନା । ଏହାକୁ ନ କଲେ ମଧ୍ୟ ଚାଷୀ ଅସୁବିଧାରେ ପଡ଼ିବେନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।ଏଗ୍ରିଷ୍ଟାକ ନଥାଇ ବି ଚାଷୀ ନାମ ପଞ୍ଜୀକରଣ କରିପାରିଛନ୍ତି । ଆମେ ସମ୍ପୁର୍ଣ୍ଣ ଧାନ କିଣିବୁ, ଏଗେରିଷ୍ଟାକ ସହ କୌଣସି ସମ୍ପର୍କ ନାହିଁ । କିନ୍ତୁ ଏଗ୍ରିଷ୍ଟାକ କରାଇ ନିଅନ୍ତୁ , କଲେ ଅନ୍ୟାନ୍ୟ ସୁବିଧା ମିଳିବ । ସାର, ବିହନ ଆଦି ମିଳିବ, […]
