ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳରେ ଅବପାତ । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ୩ଦିନ ଯାଏ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ଭୀଷଣ ବର୍ଷା ପାଇଁ ସୁନ୍ଦଗରଡ଼ ଓ କେନ୍ଦୁଝର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷିଛି। ବାରିପଦାରେ ୨୧୫.୨ ମିଲିମିଟର,ବାଲେଶ୍ବରରେ ୧୬୯.୪ ମିମି ଓ ରାଉରକେଲାରେ ୯୬.୮ ମିମି […]
ସମଗ୍ର ଦେଶରେ ‘ହର୍ ଘର୍ ତିରଙ୍ଗା ୨୦୨୬’ ଅଭିଯାନକୁ ନେଇ ଉତ୍ସାହ ପ୍ରକାଶ ପାଇଥିବା ବେଳେ ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.)ର ମହିଳାମାନେ ଏକ ବିଶାଳ ସଫଳତା ହାସଲ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରୁ ମିଶନ୍ ଶକ୍ତିର ମହିଳାମାନେ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ଏହି ବୃହତ୍ ଜାତୀୟ କାର୍ଯ୍ୟକ୍ରମରେ ୧,୨୩୫ଟି ଏସ୍.ଏଚ୍.ଜି., ୨୦୧ଟି ଉତ୍ପାଦକ ଗୋଷ୍ଠୀ (ପି.ଜି.) ଏବଂ ୧୩୮ଟି ମହାସଂଘର ମୋଟ ୧୬,୧୬୨ ଜଣ […]
ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଦକ୍ଷ ଓ ଯାତ୍ରୀ ଅନୁକୂଳ କରିବା ସହ ଜନପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରର ଦୁଇଟି ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ (Bus Priority Lane) ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର–ନନ୍ଦନକାନନ (୧୮ କିମି) ଏବଂ ବାଣୀବିହାର–ଶିଶୁ ଭବନ (୫ […]
ସରକାରୀ ଉଦ୍ୟୋଗ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ତୁରନ୍ତ ଜରୁରୀକାଳୀନ ସେବା ଯୋଗାଇବା ଉଦ୍ଦେଶ୍ୟରେ ଜାତୀୟ ରାଜପଥରେ ନିୟୋଜିତ ଆମ୍ବୁଲାନ୍ସ ପାଇଁ ନୂଆ ସମୟସୀମା ଧାର୍ଯ୍ୟ କରିଛି। ଏହି ନିୟମ ଅନୁଯାୟୀ, ୧୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସକୁ ୧୦ ମିନିଟ୍ ମଧ୍ୟରେ ପହଞ୍ଚିବାକୁ ପଡ଼ିବ। ଧାର୍ଯ୍ୟ ସମୟସୀମା ପାଳନ ନକଲେ ପ୍ରତି ଘଟଣା ପାଇଁ ୧୦ ହଜାର ଟଙ୍କା ଜରିମାନା ଲାଗିପାରେ ବୋଲି ପ୍ରାଧିକରଣ କହିଛି।ନୂଆ ନିୟମରେ NHAI କହିଛି, “ଘଟଣାସ୍ଥଳର […]
ରାଜ୍ୟରେ ଦିନକୁ ଦିନ ଖରାପ ହେଉଛି ବାୟୁମାନ । ଏକ କି ଦୁଇଟି ନୁହେଁ, ରାଜ୍ୟର ଏକାଧିକ ସହରରେ ଏକ୍ୟୁଆଇ ୩୦୦ ପାର କରୁଥିବା ଚିନ୍ତାର କାରଣ ପାଲଟିଛି । ବିଶେଷକରି ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ରାଉରକେଲା ଓ ତାଳଚେର ଭଳି ସହରରେ ପ୍ରଦୂଷଣ ସ୍ଥିତି ଗୁରୁତର ହେଉଛି ।ଏଭଳି ସ୍ଥିତିରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ।ଓଡ଼ିଶାର ଶିଳ୍ପାଞ୍ଚଳଗୁଡ଼ିକରେ ଖଣି ଖନନ, ଶିଳ୍ପ […]
ଗୋଟିଏ ବନ୍ୟା ନ ସରୁଣୁ ପୁଣି ଆଉ ଏକ ବନ୍ୟା ଆସିବା ଯୋଗୁଁ ରାଜ୍ୟରେ କ୍ଷୟକ୍ଷତି ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ବିଶେଷ କରି ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଜଳ ନିଷ୍କାସନ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ।ଏଲନିନୋ କାରଣରୁ କମ ବୃଷ୍ଟି ପାତ ହେବ ବୋଲି ଆକଳନ ହୋଇଥିଲା […]
ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା ଜଣେ ଷ୍ଟାଫ୍ ନର୍ସ ରୂପାଲି ବର୍ମନଙ୍କ ମୃତଦେହ ହସ୍ପିଟାଲର ଶୌଚାଳୟରୁ ମିଳିବା ପରେ ସମଗ୍ର ହସ୍ପିଟାଲ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ହସ୍ପିଟାଲ କର୍ମଚାରୀମାନେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ, ଏଣ୍ଟାଲି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ପ୍ରଥମେ ଦ୍ୱାର ବାହାରୁ ଡାକି ପ୍ରତିକ୍ରିୟା ପାଇବାକୁ ଚେଷ୍ଟା […]
ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (DGP) ଚୟନ ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି (ଗୁରୁବାର) ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC)କୁ ଓଡ଼ିଶାର DGP ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ସ୍ଥଗିତ ରଖିବାକୁ କୋର୍ଟ କହିଛନ୍ତି।ଯଦିଓ ମାମଲାଟି ଆଜି ତାଲିକାଭୁକ୍ତ ଥିଲା, ଏହାର ଶୁଣାଣି ଆଜି (ଗୁରୁବାର) ହେବାର ସମ୍ଭାବନା କମ୍ ଥିଲା। […]
‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ ଅନୁଯାୟୀ କରାଯିବ। ଏୟାର ଇଣ୍ଡିଆ କହିଛି ଯେ ତାଲିମ ଏବଂ ଉଡ଼ାଣ ଦାୟିତ୍ୱ ପରେ ପାଇଲଟମାନେ ପରୀକ୍ଷା କରିବେ। ସ୍କ୍ରିନିଂ ଗୁରୁଗ୍ରାମ ଏକାଡେମୀ, ଫ୍ଲାଇଟ ବ୍ରିଫିଂ ସେଣ୍ଟର ଏବଂ ବେସ ସ୍ଥାନରେ କରାଯିବ। ଏୟାର ଇଣ୍ଡିଆ ଅନୁଯାୟୀ, DGCA ନିୟମାବଳୀ ୟୁରୋପୀୟ ଏବଂ ଆମେରିକୀୟ ମାନଦଣ୍ଡ ସହିତ ସମାନ।ସୂଚନାଯୋଗ୍ୟ, ଅଗଷ୍ଟ […]
ଓଡିଶା ସରକାର ଡିଜିପି ନିଯୁକ୍ତି ନେଇ କୌଣସି ବେନିୟମ କାମ କରିନାହାନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବରୁ ପ୍ରକାଶ ସିଂଙ୍କ ମାମଲା ନିର୍ଦ୍ଦେଶକୁ ଅନୁସରଣ କରାଯାଇଛି । ଏନେଇ କୋର୍ଟରେ ବଳିଷ୍ଠ ଯୁକ୍ତି ବାଢିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଚାକିରି ସର୍ତ୍ତାବଳୀ ନେଇ ଆବେଦନକାରୀ ଅଜ୍ଞ । ଡିଜି ନିଯୁକ୍ତି ପ୍ରକ୍ରିୟାରେ ସେ କ୍ଷତିଗ୍ରସ୍ତ ନୁହଁନ୍ତି ଦର୍ଶାଇଲେ ଏଜି । କହିଲେ ଏଭଳି କପୋଳକଳ୍ପିତ ଅବାଞ୍ଛିତ ଯୁକ୍ତି ଗ୍ରହଣୀୟ ନୁହେଁ । ସୂଚନା ମୁତାବକ, ଡିଜିପି ନିଯୁକ୍ତି […]
କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର କୋସାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାରେଙ୍ଗବା ଗ୍ରାମରେ ବୁଧବାର ସନ୍ଧ୍ୟାରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ସମୟରେ ବଜ୍ରପାତ ହୋଇଥିଲା।ମୃତକ ହେଲେ ୧୬ ବର୍ଷିୟ ଭାଗିରଥୀ ଶିଶା ।। ସୂଚନାମୁତାବକ ନନ୍ଦପୁର ଅଞ୍ଚରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଥିଲା । ଏହି ସମୟରେ ଭାଗିରଥୀ ଫୋନ ଚାର୍ଜ କରିବା ସହ ଇୟରଫୋନ୍ ଲଗାଇଥିଲେ । ବଜ୍ରଘାତ ହେବାରୁ ଭାଗିରଥୀ ଅଚେତ ହୋଇପଡିଥିଲେ । ଘଟଣା ପରେ ପରିବାରବର୍ଗ ତୁରନ୍ତ ୧୦୮ […]
ରାସନ ଦୋକାନରେ ଏଣିକି ଚାଉଳ-ଗହମ ସହ ଆସିବ ଡିଜିଟାଲ୍ ଟଙ୍କା ! ରାସନ ଚୋରି ଓ ଅନିୟମିତତାକୁ ରୋକିବା ପାଇଁ ସରକାର ଆଣିଛି ଏକ ନୂଆ ବ୍ୟବସ୍ଥା । ୧୪ ଅଗଷ୍ଟ ୨୦୨୬ରୁ ଚଣ୍ଡିଗଡ଼ ଏବଂ ଦାଦ୍ରା-ନଗର ହାଭେଲିରେ ହିତାଧିକାରୀଙ୍କୁ ମିଳିବ ଡିଜିଟାଲ୍ ରାସନ ସବସିଡି, ଯାହା ସିଧାସଳଖ ଇ-ୱାଲେଟରେ ଜମା ହେବ । କିନ୍ତୁ ଏହି ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରିହେବ ନାହିଁ QR କୋଡ୍ ସ୍କାନ୍ କରି କେବଳ ସରକାରୀ ରାସନ ଦୋକାନରୁ ଚାଉଳ […]
