ପୁରୀ ସହର ଉପକଣ୍ଠ ମଙ୍ଗଳା ମୁହାଣ ନିକଟରେ ହେବ ଅତ୍ୟାଧୁନିକ କ୍ରୁଜ ଟର୍ମିନାଲ। ବିଶେଷଜ୍ଞ ଟିମ୍ ପୁରୀ ଆସି ଜମି ନିରୀକ୍ଷଣ କରିଛନ୍ତି

ଖୁବଶୀଘ୍ର ପୁରୀରେ ଚାଲିବ କ୍ରୁଜ୍ ! ପୁରୀ ସହର ଉପକଣ୍ଠ ମଙ୍ଗଳା ମୁହାଣ ନିକଟରେ ହେବ ଅତ୍ୟାଧୁନିକ କ୍ରୁଜ ଟର୍ମିନାଲ। ଏଠାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚଳାଚଳ କରିବ ସୌଖୀନ ଜାହାଜ। ପାରାଦୀପ, ବିଶାଖାପାଟଣା, ଦୀଘା, ଆଣ୍ଡାମାନକୁ ଏହି କ୍ରୁଜ ଚଳାଚଳ କରିବ। ପୁରୀରେ କ୍ରୁଜ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛି ପୁରୀ ହୋଟେଲ ଆସୋସିଏସନ୍। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ହେବା ସହ ପୁରୀ ସାରା […]

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି

ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବେ। ଇରାନ ଶୁକ୍ରବାର ପେଜେସ୍କିଆନଙ୍କ ଭାରତ ଗସ୍ତକୁ ନିଶ୍ଚିତ କରିଛି। ଏହି ଶିଖର ସମ୍ମିଳନୀ ଭାରତର ‘ସ୍ଥାୟୀତା, ନବସୃଜନ, ସହଯୋଗ ଓ ସ୍ଥିରତା ପାଇଁ ନିର୍ମାଣ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେବ। ଭାରତ ୨୦୨୬ ଆରମ୍ଭରେ ବ୍ରାଜିଲଠାରୁ ବ୍ରିକ୍ସ ଅଧ୍ୟକ୍ଷତା ଗ୍ରହଣ କରିଥିଲା। ଅକ୍ଟୋବର ୨୦୨୪ ରେ ପେଜେସ୍କିଆନ ରୁଷର […]

ଜନଗଣନାରେ ପଚରାଯିବ ଏହି ୪୦ଟି ପ୍ରଶ୍ନ, ଜାରି ହେଲା ସମ୍ପୂର୍ଣ୍ଣ ତାଲିକା !

କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଜାତି ଏବଂ COVID-19 ଟୀକାକରଣ ସ୍ଥିତି ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କଠାରୁ ସୂଚନା ସଂଗ୍ରହ କରାଯିବ। ଏହା ୧୯୩୧ ପରେ ପ୍ରଥମ ବ୍ୟାପକ ଜାତି ଜନଗଣନା ହେବ।ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଲଦାଖ ବ୍ୟତୀତ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ବରଫପାତ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏହି ଜନସଂଖ୍ୟା ଗଣନା କାମ […]

ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଏହି ୬ଟି ଜିଲ୍ଲାରେ ବିଶେଷ ନଜର ରଖିବାକୁ କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୫-୨୬ ଫସଲ ଋତୁରେ ଚାଲିଥିବା ଗଞ୍ଜେଇ ନଷ୍ଟ ଅଭିଯାନ ସମୟରେ ଓଡ଼ିଶା ପୋଲିସ୍ ପକ୍ଷରୁ ଉପରୋକ୍ତ ୬ଟି ଚିହ୍ନଟ ଜିଲ୍ଲାର […]

ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା

ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା | ନଡ୍ଡାଙ୍କୁ ଅଗଷ୍ଟ ୧୩ ତାରିଖ (ଗୁରୁବାର) ସନ୍ଧ୍ୟାରେ ଭର୍ତ୍ତି କରାଯିବା ପରେ ତାଙ୍କର କରୋନାରୀ ଆଞ୍ଜିଓଗ୍ରାଫି କରାଯାଇଥିଲା। ସେ ବର୍ତ୍ତମାନ ସ୍ଥିର ଅଛନ୍ତି ଏବଂ ତାଙ୍କୁ ଏମ୍ସର ହୃଦରୋଗ ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ହସ୍ପିଟାଲ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏହାଠାରୁ ଅଧିକ ସୂଚନା ଦିଆଯାଇନାହିଁ।

ନୟାଗଡ଼ରେ ଜଘନ୍ୟ ହତ୍ୟାକାଣ୍ଡ, ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା

ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।। ଘଟଣା ପରେ ତାଙ୍କ ସ୍ୱାମୀ କାଳୁ ଓରଫ ବକ୍ସି ପ୍ରଧାନ ଓଡ଼ଗାଁ ଆଦର୍ଶ ଥାନାରେ ଆତ୍ମସମର୍ପଣ କରିଛନ୍ତି। । ଏହି ମର୍ମନ୍ତୁଦ ଘଟଣାରେ ପ୍ରାଣ ହରାଇଥିବା ମହିଳାଜଣକ […]

ଘୋଷଣା ହେଲା ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର ୨୦୨୬। IPS ସଞ୍ଜୀବ ପଣ୍ଡାଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ

ଘୋଷଣା ହେଲା ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର ୨୦୨୬। ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ୍ ସେବା ପୁରସ୍କାର। IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ୧୯୯୪ ବ୍ୟାଚ୍ ର ବରିଷ୍ଠ IPS, ନକ୍ସଲ ବିରୋଧୀ ଅଭିଯାନରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶିଷ୍ଟ ସେବା ପାଇଁ ବରିଷ୍ଠ IPS ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ President’s Medal for Distinguished Service ପାଇଁ ମନୋନୀତ […]

ଯାଜପୁର,ଭଦ୍ରକ ବାଲେଶ୍ଵର ଜିଲ୍ଲାରେ ପୁଣି ବନ୍ୟା ସ୍ଥିତି । ବୈତରଣୀରେ ପୁଣି ବଢ଼ିଲା ବନ୍ୟା ଜଳ

ଯାଜପୁର,ଭଦ୍ରକ ବାଲେଶ୍ଵର ଜିଲ୍ଲାରେ ପୁଣି ବନ୍ୟା ସ୍ଥିତି । ବୈତରଣୀରେ ପୁଣି ବନ୍ୟା ଜଳ ବଢ଼ିଛି । ସିନିୟର ଅଫିସର ନିୟୋଜିତ ଅଛନ୍ତି । ବୁଢାବଳଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ବନ୍ୟା ସ୍ଥିତି ଉପରେ ନଜର ରହିଛି । ଗ୍ରାଉଣ୍ଡରେ ଅଧିକାରୀ ରହିଛନ୍ତି । ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ସୃଷ୍ଟି ହୋଇଛି । ବୁଢାବଳଙ୍ଗରେ ବର୍ଷା ଯୋଗୁଁ ବିପଦ […]

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା, ଓଡ଼ିଶାର ମୋଟ୍ ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର

ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା ହୋଇଛି। ସ୍ୱାଧୀନତା ଦିବସ ଅବସରରେ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବାରେ ମୋଟ ୧୦୫୭ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯାଇଛି।୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ । ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ । ADG ସଞ୍ଜୀବ ପଣ୍ଡା ଓ DSP ସ୍ମିତାରାଣୀ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ […]

ବିମାନ ବାତିଲକୁ ନେଇ ହଙ୍ଗାମା, ଭଙ୍ଗାରୁଜା କଲେ ମହିଳା ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରେ ମହିଳାଙ୍କ ଯାତ୍ରୀଙ୍କ ଅସନ୍ତୋଷ। ଇଣ୍ଡିଗୋ ବିମାନ ବିଳମ୍ବ ଓ ବାତିଲକୁ ନେଇ ଅସନ୍ତୋଷ ଝାଡ଼ିଲେ ମହିଳା ଯାତ୍ରୀ।ସକାଳୁ ସକାଳୁ ବିମାନବନ୍ଦରରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି। କଲିକତାକୁ ଉଡାଣ ଭରିବାକୁ ଥିବା ବିମାନ ୩ଘଣ୍ଟା ବିଳମ୍ବ ହେବା ପରେ ଏହାକୁ ବାତିଲ୍ କରାଯାଇଥିଲା । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ହୋହଲ୍ଲା କରିଥିଲେ ଯାତ୍ରୀ । ଆସବାବପତ୍ର ଭାଙ୍ଗିବା ସହ ଅଧିକାରୀଙ୍କ ସହ ଯୁକ୍ତିତର୍କ କଲେ କ୍ଷୁବ୍ଧ ଯାତ୍ରୀ। […]

ମାତ୍ର ୩ ଫୁଟ୍‌; KBCରେ ଛୋଟ ଡାକ୍ତରଙ୍କ ବଡ଼ କାହାଣୀ

ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ ବନେଗା କରୋଡପତି’ର ସିଜନ -୧୮ ନିକଟରେ ଆରମ୍ଭ ହୋଇଛି। ଉକ୍ତ ଶୋ’ର ଲାଟେଷ୍ଟ ଏପିସୋଡରେ ବିଶ୍ୱର ସବୁଠୁ କମ୍ ଉଚ୍ଚତାର ଡାକ୍ତର ଗଣେଷ ବରୈୟା ପହଞ୍ଚି ଥିଲେ। ଗୁଜରାଟର ଭାବନଗର ଜିଲ୍ଲାର ଗୋରଖି ଗାଁର ଗଣେଶ ବରୈୟା । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍‌ । ଛୋଟ କଦ ତାଙ୍କ ଜୀବନରେ ଅନେକ ପ୍ରତିବନ୍ଧକ ଆଣିଥିଲା । କିନ୍ତୁ ଗଣେଶଙ୍କ ଆତ୍ମବିଶ୍ୱାସ କେବେ ବି ଭାଙ୍ଗିନଥିଲା । ମେଡିକାଲ ଏଣ୍ଟ୍ରାନ୍ସ […]

FSSAIକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ପ୍ୟାକେଜ୍‌ ଫୁଡ ପ୍ରଡକ୍ଟରେ ସତର୍କ ସୂଚନା ଦେବାକୁ ନିର୍ଦ୍ଦେଶ

ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ ଚେତାବନୀ ସୂଚକ ଚିହ୍ନ) ନ ଲଗାଇବାକୁ ନେଇ ଗୁରୁବାର ସୁପ୍ରିମକୋର୍ଟ FSSAI ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି ।ପୂର୍ବରୁ ଏ ସମ୍ପର୍କିତ ନିର୍ଦ୍ଦେଶ ସରକାରଙ୍କୁ ଜାରି ହୋଇଥିଲା । ବର୍ତ୍ତମାନ ଏ କ୍ଷେତ୍ରରେ କୌଣସି ଠୋସ ପଦକ୍ଷେପ ଆସିନାହିଁ । ଏହି ନିର୍ଦ୍ଦେଶକୁ ସରକାର ପାଳନ କରିବାର […]