ଏନ୍‌ଭିଡିଆ ସିଇଓ ପଦରୁ ଇସ୍ତଫା ଦେଲେ ଜେନସେନ୍ ହୁଆଙ୍ଗ

ବିବାଦ ପରେ ପଦ ଛାଡ଼ିଲେ ଜେନସନ୍ ହୁଆଙ୍ଗ। ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି ତଥା ଚିପ୍ ନିର୍ମାତା କମ୍ପାନି ଏନଭିଡିଆର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ବା ସିଇଓ ଜେନସନ୍ ହୁଆଙ୍ଗ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର କମ୍ପାନୀର ନିର୍ଦ୍ଦେଶକମଣ୍ଡଳୀ ଏହା ଘୋଷଣା କରିଛି। ମୁଖ୍ୟ ଆର୍ଥିକ ଅଧିକାରୀ କୋଲେଟ୍ କ୍ରେସଙ୍କୁ ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରାଯାଇଛି।ହୁଆଙ୍ଗଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ବିବାଦ ମଧ୍ୟରେ ଏହି ଇସ୍ତଫା ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଜଣେ […]

ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର, ସର୍ବାଧିକ ୧ ଟଙ୍କା ୧୮ ପଇସା ବଢ଼ିଲା ବସ ଭଡ଼ା

ରାଜ୍ୟରେ ବସ୍ ଭଡ଼ା ନିର୍ଦ୍ଧାରଣ ନେଇ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ସରକାର। ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ବସ୍‌ରେ ପିଛା ସର୍ବାଧିକ ୧ ଟଙ୍କା ୧୮ ପଇସା ଭଡ଼ା ଧାର୍ଯ୍ୟ ହୋଇଥିବାବେଳେ ଏକ୍ସପ୍ରେସ୍ ବସ୍ ପାଇଁ ୧ ଟଙ୍କା ୨୪ ପଇସା ରଖାଯାଇଛି। ସେହିପରି ସେମି ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୩୦ ପଇସା, ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୪୧ ପଇସା ଏବଂ ଏସି ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୯୯ […]

ପକେଟରୁ ଟଙ୍କା ବିଡା ଝାମ୍ପି ନେଲା ମାଙ୍କଡ଼! ଗଛ ଉପରୁ ଉଡାଇଲା ନୋଟ

ହିମାଚଳ ପ୍ରଦେଶର ଶିମଲାସ୍ଥିତ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଘଟିଛି ଏକ ଅଜବ ଘଟଣା। ଜଣେ ବ୍ୟକ୍ତି ୮୧ ହଜାର ୮୦୦ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିଲେ। ଟଙ୍କା ପ୍ୟାକେଟ୍‌ଟି ତାଙ୍କ ପକେଟ୍‌ରେ ଥିଲା। ହେଲେ ହଠାତ୍ କେଉଁଠୁ ଗୋଟିଏ ମାଙ୍କଡ଼ ଆସି ତାଙ୍କ ପକେଟ୍‌ରୁ ଟଙ୍କା ପ୍ୟାକେଟ୍‌ଟି ଝାମ୍ପି ନେଇଗଲା। ଆଉ ଆଖି ପିଛୁଳାକେ ଗଛ ଉପରକୁ ଚଢ଼ିଗଲା।ସାଧାରଣତଃ ମାଙ୍କଡ ଅନେକ ସମୟରେ ଖାଦ୍ୟ ସାମଗ୍ରୀ ଝାମ୍ପି ନେଇଥାଏ । ହେଲେ ଜିଲ୍ଲା […]

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ବିବାହିତ ମହିଳାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କ୍ୟାପିଟାଲ୍‌ ଥାନା ଗୌତମନଗରରେ ରହୁଥିବା ପଟ୍ଟାମୁଣ୍ଡାଇ ଥାନା କଖାରୁଣୀ ଗାଁରେ ଦିନେଶ କୁମାର ସେଠୀ । ପୁଲିସ୍‌ ତା’ଠାରୁ ଏକ ମୋବାଇଲ୍‌ ଜବତ କରିଛି ।ପୁଲିସ କହିବା ମୁତାବକ, ମହିଳା ଜଣକ ବିବାହିତା ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ ଅଛନ୍ତି। ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାରୁ […]

ଆଉ ନିର୍ବାଚନ ଲଢିବେନି ସାରଦା ପ୍ରସାଦ ନାୟକ

୨୦୨୯ ନିର୍ବାଚନ ଲଢିବେ ନାହିଁ ରାଉରକେଲା ବିଧାୟକ ସାରଦା ନାୟକ । ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ରାଜନୀତିରୁ ଦୂରେଇ ରହିବେ ବୋଲି ଆଜି ମଦ ବିରୋଧୀ ଆନ୍ଦୋଳନ ଅବସରରେ ନିଜେ ଦେଲେ ସୂଚନା । ରାଜନୀତିରୁ ସନ୍ୟାସ ନେବେନି ବରଂ ବିଜେଡି ସଂଗଠନକୁ ମଜଭୁତ କରିବାକୁ ଏବଂ ନୂଆ ନେତୃତ୍ୱ ଗଢିବାରେ କାମ କରିବେ ବୋଲି ସେ କହିଛନ୍ତି । ରାଉରକେଲାବାସୀ ତାଙ୍କୁ ୪ଥର ନିର୍ବାଚିତ କରିଛନ୍ତି ଏଥିପାଇଁ ସେ ସେମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି […]

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅଙ୍କୁ ହତ୍ୟା ଧମକ

ଆମ୍ ଆଦମୀ ପାର୍ଟି(AAP)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କ ଝିଅ ହର୍ଷିତା କେଜ୍ରିଓ୍ଵାଲଙ୍କୁ ଜୀବନରେ ମାରି ଦେବାକୁ ମିଳିଛି ଧମକ ।କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ଧମକ ଦିଆଯିବା ସହ ୭ କୋଟି ଟଙ୍କା ଦାବି କରାଯାଇଛି ।ଦିଲ୍ଲୀର ତିଲକ ନଗର ଆସନର ଆପ୍ ବିଧାୟକ ଜର୍ଣ୍ଣେଲ ସିଂହଙ୍କ ନିକଟକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଓ ହ୍ୱାଟ୍ସଆପ୍ ମେସେଜ୍ ଆସିଥିଲା ।ଅଭିଯୋଗ ଆସିବା ପରେ […]

ଟ୍ରେନ୍‌ରେ ଯୁବତୀଙ୍କୁ ଅସଦାଚରଣ; ବିରୋଧ କରିବାରୁ ଟ୍ରାକ୍‌କୁ ଠେଲିଦେଲେ ଅଭିଯୁକ୍ତ

ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ରେଳ ଧାରଣାକୁ ଠେଲିଦେଇଛନ୍ତି ଜଣେ ଯୁବକ । ଏହି ଘଟଣାରେ ଯୁବତୀଙ୍କ ବାମ ହାତ କହୁଣି ତଳୁ କଟିଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ବୋରିଭାଲିରୁ ଭିରାର ଅଭିମୁଖେ ଯାଉଥିବା ଏକ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିଲେ। […]

ଆସନ୍ତା ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର: ମନ୍ତ୍ରି

ଆସନ୍ତା ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର । ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ବିଭାଗର ମନ୍ତ୍ରି ରବି ନାରାୟଣ ନାଏକ ।ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ବାଣ୍ଟିବେ ।ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ପଶ୍ଚିମ ଓଡ଼ିଶାର ବଲାଙ୍ଗୀରରେ ଆୟୋଜିତ ହେବ ବଡ଼ କାର୍ଯ୍ୟକ୍ରମ।ଏକାଥରକେ ୭ ଲକ୍ଷ ହିତାଧିକାରୀଙ୍କୁ ଘର ଦେବାକୁ ଯାଉଛନ୍ତି ସରକାର।ଏହି ୭ ଲକ୍ଷ ଘର […]

ଭାରତରେ ବିବାହ, ବିଦେଶରେ ଛାଡ଼ପତ୍ରକୁ ସୁପ୍ରିମକୋର୍ଟଙ୍କ ନା”

ଯଦି ଜଣେ ବ୍ୟକ୍ତି ଭାରତରେ ବିବାହ କରନ୍ତି । ଏହା ପରେ ସେ ବିଦେଶ ଚାଲିଯାଆନ୍ତି । ସେଠାର ଏକ କୋର୍ଟରେ ପତ୍ନୀଙ୍କ ସହ ବିବାହ ବିଛେଦ ହୋଇଯାଏ । ଅର୍ଥାତ ଭାରତରେ ହୋଇଥିବା ବିବାହକୁ ବାହାର ଦେଶର କୋର୍ଟ ବିଚ୍ଛେଦ କରିଥିଲେ ଭାରତରେ ଏହାକୁ ଗ୍ରହଣ କରାଯିବ ନା ନାହିଁ ସେନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଭାରତରେ ଅନୁଷ୍ଠିତ ବିବାହକୁ ବିଦେଶୀ ଅଦାଲତରୁ ମିଳିଥିବା ଛାଡପତ୍ର ଅନୁଯାୟୀ ଭାଙ୍ଗି ଦିଆଯାଇପାରିବ […]

ମହଙ୍ଗା ପଡ଼ିଲା ଅସଦାଚରଣ !  ASI ଙ୍କୁ ନିଲମ୍ବିତ କଲେ ଏସପି

ମହଙ୍ଗା ପଡ଼ିଲା ଅସଦାଚରଣ । ନିଲମ୍ବିତ ହେଲେ ଏଏସଆଇ। ଅନୁଗୁଳ ଜିଲ୍ଲା କଣିହାଁ ASI ଏନ୍.ରାଜେନ୍ଦ୍ର ସସପେଣ୍ଡ । ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବନ କଲେ ଅନୁଗୁଳ ଏସପି ରାହୁଲ ଜୈନ ।ଗତ ୨୦ଦିନ ପୂର୍ବରୁ ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା। ଏନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅନୁଗୁଳ ଏସପି ।ନିଲମ୍ବନ ସମୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି ।ତେବେ ଏଭଳି ଅଭିଯୋଗ ଆସିବା ପରେ ବିଭାଗୀୟ ସ୍ତରରେ ନିଆଯାଇଥିବା ଏହି ପଦକ୍ଷେପକୁ ଗୁରୁତ୍ୱ […]

ଗଞ୍ଜାମ ବନ୍ୟା ପରିଚାଳନାକୁ ନେଇ ବିରୋଧୀଙ୍କୁ ସୁରେଶ ପୂଜାରୀଙ୍କ ଖୋଲା ଚ୍ୟାଲେଞ୍ଜ

ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ ।ଏଥିସହ ବିଧାନସଭାରେ ଖୋଲା ବିତର୍କ ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ।ମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ପ୍ରଶ୍ନ କରିବା ଓ ଅଭିଯୋଗ ଆଣିବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ କେବଳ ପ୍ରଶ୍ନ କଲେ ହେବନାହିଁ, ତାହାର ଉତ୍ତର ମଧ୍ୟ […]

ଭାରତର ଭିସା ବ୍ୟବସ୍ଥାରେ ବଡ଼ ସଂସ୍କାର,କମିବ ୭୦% କାଗଜପତ୍ର

ଭାରତର ଭିସା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ । ବିଦେଶୀ ନାଗରିକଙ୍କ ପାଇଁ ଭିସା ଆବେଦନ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁବିଧାଜନକ କରିବାକୁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ସଂସ୍କାର ।ଗୃହ ମନ୍ତ୍ରାଳୟ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଅନାବଶ୍ୟକ କାଗଜପତ୍ର କାମକୁ କମାଇବା ସହ ଭିସା ବର୍ଗଗୁଡ଼ିକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ବ୍ୟବସ୍ଥିତ କରିଛି। ଭିସା ବ୍ୟବସ୍ଥାରେ ହୋଇଥିବା ମୁଖ୍ୟ ପରିବର୍ତ୍ତନ ଗୁଡିକ ହେଉଛି, ଭିସା ବର୍ଗ ହ୍ରାସ। ଗୃହ ମନ୍ତ୍ରାଳୟ ମୁଖ୍ୟ ଭିସା ବର୍ଗ […]