ରେଳବାଇ ସୁରକ୍ଷା ପାଇଁ ନୂଆ ରଣନୀତି । ଇନଭେଷ୍ଟିଗେସନ୍ ଏବଂ ଡିଟେକ୍ସନ ପାଇଁ ସ୍ବତନ୍ତ୍ର ଡଗ୍ ସ୍କ୍ବାଡ୍ ପ୍ରସ୍ତୁତ ।ତାଲିମପ୍ରାପ୍ତ କୁକୁରଙ୍କ ଦେହରେ ଲାଗିଲା ବଡ଼ି କ୍ୟାମେରା । ରେଳବାଇ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ଥିବା ଆର.ପି.ଏଫ କୁକୁର ବ୍ୟବାହର କରିବେ ବଡି କ୍ୟାମେରା । ରେଲୱେ ପ୍ଳାଟଫର୍ମର ବିଭିନ୍ନ ଅପହଞ୍ଚ ଓ ଅନ୍ଧାରିଆ ଜାଗା ମଧ୍ୟରେ ଯାଞ୍ଚ କରିବାରେ ସହାୟତା ହେବ ଏହି ଗୋ ପ୍ରୋ କ୍ୟାମେରା । ପ୍ରଥମ କରି ଖୋର୍ଦ୍ଧା ଡିଭିଜନ ପାଇଁ […]
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଇରାନକୁ ପରାସ୍ତ କରିବା ପରେ ସେ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ଅଞ୍ଚଳ ଭାବେ ଘୋଷଣା କରିବେ। ତାଙ୍କର ଏହି ମନ୍ତବ୍ୟ ଆନ୍ତର୍ଜାତୀୟ ଭୂରାଜନୈତିକ ଉତ୍ତେଜନାକୁ ବୃଦ୍ଧି କରିଛି।ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଇରାନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଘାରିବାବାଦି ସୋସିଆଲ ମିଡିଆରେ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ସର୍ବଦା […]
ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଭ୍ୟାଲି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା। ଏହି ସମୟ ଦୁଇଟି ସେଲ୍ଟର ହୋମ୍ ଭାସିଯିବା କାରଣରୁ ସେନାର ୫ ଯବାନ ନିଖୋଜ ହୋଇଯାଇଛନ୍ତି। ସେଭଳି ଉପର ସୁବାନସିରି ଜିଲ୍ଲାରେ ଏକ ରାସ୍ତା ନିର୍ମାଣ ସ୍ଥାନରେ ଭୂସ୍ଖଳନ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଖବର ମୁତାବକ, ଦିବାଙ୍ଗ ଘାଟି ଜିଲ୍ଲାର ପସୁ ପାନି ସେନା ଶିବିରରେ ଥିବା ୫ମ ଗ୍ରେନେଡିୟର୍ସର ଦୁଇଟି ଆଶ୍ରୟସ୍ଥଳୀ ବନ୍ୟାରେ ସମ୍ପୂର୍ଣ୍ଣ […]
ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ୧୭ ମନୋନୀତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । । ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯାଇଛି ।ସାହସିକତା ପାଇଁ ଡିଏସ୍ ପି ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କନଷ୍ଟେବଲ୍ ଘନଶ୍ୟାମ ସାହୁ ଓ ଥବୀର ମାଝୀଙ୍କୁ ରାଷ୍ଟ୍ରପତି ପଦକ […]
ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ।ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଅସୁସ୍ଥ ହୋଇ ପଡିଲେ ଜଣେ ଭକ୍ତ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଉଛନ୍ତି ଯାଜପୁର ଅଲାରପୁର ଅଞ୍ଚଳର ୭୫ ବର୍ଷର ନୀଳକଣ୍ଠ ଦାଶ ।ମୃତକଙ୍କ ପତ୍ନୀ ମିନତୀ ଦାଶ କହିଛନ୍ତି, ମୋ ସ୍ୱାମୀଙ୍କର ସେଭଳି କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲା ।” ସୂଚନାଯୋଗ୍ୟ ନୀଳକଣ୍ଠ ଶନିବାର ତାଙ୍କ […]
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାଣିପାଗ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ଦୁଇଟି ଡପଲର୍ ରାଡାର କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଆଉ ୩ଟି ନୂତନ ଡପଲର୍ ରାଡାର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ପାଣିପାଗର ପୂର୍ବାନୁମାନ କରିବା ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ […]
ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଗତ କିଛି ଦିନର ବର୍ଷା ପରେ ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ଏବେ ତାହା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।ଜଳକା ଯୋଗୁଁ ବସ୍ତା ଓ ବାଲେଶ୍ୱରରେ ଜଳ ନିଷ୍କାସନ ସମସ୍ୟା ହେଉଛି । ବୁଢାବଳଙ୍ଗରେ ପାଣି କମିଲାଣି, ସେଠି ବନ୍ୟା ନାହିଁ ଓ ବ୍ରାହ୍ମଣୀରେ ମଧ୍ୟ ନାହିଁ […]
ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଞ୍ଜୀକରଣରେ ଏଗ୍ରିଷ୍ଟେକ ଆଇଡିର କୌଣସି ସମ୍ପର୍କ ନାହିଁ । ଚାଷୀଙ୍କୁ ହଇରାଣ କରିବାକୁ ଚାହୁଁ ନାହାନ୍ତି ସରକାର ବୋଲି କହିଛନ୍ତି ମନ୍ତ୍ରୀ । ସମସ୍ତ ଚାଷୀଙ୍କ ଧାନ କିଣାଯିବ। ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ । ଏଗ୍ରିଷ୍ଟେକ ଆଇଡି ଚାଷୀଙ୍କ ପରିଚୟ ହେବ ।ଆଇଡି ଦ୍ୱାରା ବିଭିନ୍ନ ସରକାରୀ ଯୋଜନାର ଲାଭ ନେଇପାରିବେ ଚାଷୀ ବୋଲି କହିଛନ୍ତି […]
ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ ଅସୁସ୍ଥ ହୋଇ ପଡିଲେ ୬ ଜଣ ଛାତ୍ରୀ । ସମସ୍ତେ ତଳେ ଗଡ଼ିଯାଇ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି। କାହାକୁ କିଛି ସ୍ପଷ୍ଟ ଭାବେ କହିପାରିଲେ ନାହିଁ ଏବଂ ସେମାନଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅସ୍ବାଭାବିକ ଭାବେ ଥରିବାକୁ ଲାଗିଲା। ଏଭଳି ଦୃଶ୍ୟ ଦେଖି ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରୁଛନ୍ତି ଅଭିଭାବକ। ଦେବଗଡ଼ […]
ଦେଶ ଆଜି ପାଳୁଛି ୮୦ ତମ ସ୍ୱାଧୀନତା ଦିବସ। ୧୯୪୭ ମସିହାରେ ସ୍ୱାଧୀନତା ପାଇବା ପରଠାରୁ, ଦେଶର ମୁଖ୍ୟ ଉତ୍ସବ ପ୍ରତିବର୍ଷ ଲାଲକିଲ୍ଲାରେ ଅନୁଷ୍ଠିତ ହୋଇ ଆସୁଛି। ଲାଲକିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ ଅନେକ ଦୃଷ୍ଟିରୁ ଐତିହାସିକ। ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ “ବନ୍ଦେ ମାତରମ୍” ଗାନ ସହିତ ଏହି ସମାରୋହ ଆରମ୍ଭ ହୋଇଥିଲା। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ […]
ସାରା ଭାରତ ପାଳନ କରୁଛି ୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବଡ଼ ଘୋଷଣା କରିଥିଲେ, ଯାହା ଯୁବପିଢ଼ି ଏବଂ ଶକ୍ତି ସଙ୍କଟ ସହିତ ଜଡିତ ।ପ୍ରଧାନମନ୍ତ୍ରୀ ମୋଦି ଯୁବପିଢ଼ିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି । ସେ କହିଛନ୍ତି ଯେ, “ଆମେ ଏଆଇ ଇମ୍ପାକ୍ଟ […]
ଓପିଏସସି ସିଭିଲ ସର୍ଭିସ ପରୀକ୍ଷୀ ଆଶାୟୀଙ୍କ ପାଇଁ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ଓସିଏସ ପରୀକ୍ଷା ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସର୍ବାଧିକ ୬ଟି ସୁଯୋଗକୁ ଉଠାଇଦେବାକୁ ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ । ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୨କୁ ବୃଦ୍ଧି କରାଯାଇଛି । ଅନୁକମ୍ପାମୂଳକ ନିଯୁକ୍ତିରେ ଥିବା କଟକଣାକୁ କୋହଳ […]
