ବିଶ୍ୱର ଅନ୍ୟତମ କିମ୍ବଦନ୍ତୀ ଟେକ୍ କମ୍ପାନୀ Nvidia ବର୍ତ୍ତମାନ ବଡ଼ ଅସୁବିଧାରେ ଅଛି । ଏହାର କାରଣ ହେଉଛି କମ୍ପାନୀର ସିଇଓଙ୍କ ଗୋଟିଏ ପରେ ଗୋଟିଏ ସମ୍ପର୍କର ଖୁଲାସା ।ବିଭିନ୍ନ ରିପୋର୍ଟରେ ତିନି ଜଣ ମହିଳାଙ୍କ ସହ ତାଙ୍କର କଥିତ ସମ୍ପର୍କ ନେଇ ଦାବି କରାଯାଇଛି। ଏହାରି ମଧ୍ୟରେ ନଭେମ୍ବର ୧୨ରେ ହୁଆଙ୍ଗ NVIDIAର President, CEO ଏବଂ Board Member ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ Colette Kressଙ୍କୁ ଅନ୍ତରୀଣ CEO ଭାବେ ନିଯୁକ୍ତ କରିଛି।ରିପୋର୍ଟ ଅନୁସାରେ, ଏଲିସ୍ଙ୍କ ଜନ୍ମ ୧୯୭୭ରେ ଚୀନ୍ର ହୁନାନ୍ ପ୍ରଦେଶରେ ହୋଇଥିଲା। ସେ ନର୍ସିଂ ପଢ଼ିବା ପରେ Hunan TV ଓ CCTV ସହ କାମ କରିଥିବା କୁହାଯାଉଛି। ପରେ ନିବେଶକ କାଙ୍ଗ୍ ୱେଇଙ୍କ ମାଧ୍ୟମରେ ଜେନସେନ୍ ହୁଆଙ୍ଗଙ୍କ ସହ ତାଙ୍କ ପରିଚୟ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ୨୦୨୩ ସୁଦ୍ଧା ସେ ସିଙ୍ଗାପୁରର Megaspeed କମ୍ପାନୀରେ ଏକ ବରିଷ୍ଠ ପଦରେ ଥିଲେ। ଏହି କମ୍ପାନୀ NVIDIAର ଡାଟା ସେଣ୍ଟର ଚିପ୍ ବ୍ୟବସାୟ ସହ ଜଡ଼ିତ ଥିବା କୁହାଯାଇଛି।
ଦ୍ୱିତୀୟ ନାମ ହେଉଛି କିମ୍ବର୍ଲି ପାୱେଲ୍। ସେ NVIDIAର ଦୀର୍ଘଦିନର ବରିଷ୍ଠ ଅଧିକାରୀ ଏବଂ କମ୍ପାନୀର Healthcare ବିଭାଗର Vice President ଭାବେ କାମ କରିଛନ୍ତି। ୨୦୦୮ରେ ସେ NVIDIAରେ Director ଭାବେ ଯୋଗଦେଇଥିଲେ। Aaj Tak ଉଲ୍ଲେଖ କରିଥିବା ଏକ ରିପୋର୍ଟରେ ଦାବି କରାଯାଇଛି ଯେ କମ୍ପାନୀର developer conference ସମୟରେ କ୍ୟାଲିଫର୍ଣ୍ଣିଆର San Joseର ଏକ ହୋଟେଲରେ ହୁଆଙ୍ଗ ଓ ପାୱେଲ୍ଙ୍କୁ ଅତ୍ୟନ୍ତ ନିକଟରେ ଦେଖାଯାଇଥିଲା। ତେବେ ଏହି ଦାବିଗୁଡ଼ିକ ସମ୍ପର୍କରେ ସ୍ୱତନ୍ତ୍ର ଭାବେ ସାର୍ବଜନୀନ ପ୍ରମାଣ ଉପଲବ୍ଧ ନାହିଁ।ତୃତୀୟ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। ରିପୋର୍ଟରେ ସେ NVIDIAର ଅନ୍ୟ ଜଣେ ମହିଳା କର୍ମଚାରୀ ବୋଲି କୁହାଯାଇଛି। ଗୁରୁବାର ବିଶ୍ୱର ବୃହତ୍ତମ କମ୍ପାନୀ ଏନଭିଡିଆର ସିଇଓ ପଦରୁ ଇସ୍ତଫା ଦେବା ପରେ ଏନଭିଡିଆକୁ ଆଉ ଏକ ବଡ଼ ଝଟକା । ତାଙ୍କ ସମ୍ପତ୍ତିରେ ସାଢ଼େ ୬ ହଜାର କୋଟି ଟଙ୍କାରୁ ଅଧିକ ହ୍ରାସ ଘଟିଛି । ଆମେରିକା ବଜାରରେ ଏନଭିଡିଆର ସେୟାରରେ ଏକ ବଡ଼ ହ୍ରାସ ଘଟିଛି । ଯାହାର ପ୍ରଭାବ ତାଙ୍କ ସମ୍ପତ୍ତିରେ ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ, ସେ ଏନଭିଡିଆର ସର୍ବବୃହତ ବ୍ୟକ୍ତିଗତ ଅଂଶୀଦାର ଅଟନ୍ତି । ଫୋର୍ବସ ଅନୁସାରେ,, ଜେନସେନ ହୁଆଙ୍ଗଙ୍କ ସମ୍ପତ୍ତି ୬.୪ ବିଲିୟନ ଡଲାର (୬୦,୦୦୦ କୋଟି ଟଙ୍କା) ହ୍ରାସ ପାଇଛି । ତାଙ୍କ ସମ୍ପତ୍ତି ୪.୨୫ ପ୍ରତିଶତ ହ୍ରାସ ପାଇଛି । ଯାହା ପରେ ତାଙ୍କର ମୋଟ ସମ୍ପତ୍ତି ୧୪୪.୭ ବିଲିୟନ ଡଲାରକୁ ଖସି ଆସିଛି ।
