ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି ।ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ୨୦୨୧ରେ ଟିଏମସିରେ ସାମିଲ ହୋଇଥିଲେ ସୁସ୍ମିତା ଦେବ । ଟିଏମସିରେ ଯୋଗ ଦେବା ପୂର୍ବରୁ ସୁସ୍ମିତା କଂଗ୍ରେସରେ ରହିଥିଲେ । ସୁସ୍ମିତାଙ୍କ ଇସ୍ତଫା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ସଙ୍କଟ ବଢିବାରେ ଲାଗିଛି । ଫଳାଫଳର ମାସକ ମଧ୍ୟରେ ଦଳ ଭାଙ୍ଗିବାଆରମ୍ଭକଲାଣି ।୨୦ରୁ ଅଧିକ ସାଂସଦ ଦଳ ଛାଡିବା ପାଇଁ ବସିଛନ୍ତି । ସେମାନେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିବାକୁ କହିସାରିଛନ୍ତି । ଏପରିକି ଟିଏମସିର ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି । କିଛି ଦିନ ତଳେ ମମତାଙ୍କ ବିଶ୍ୱସ୍ତ କାକୋଳି ଘୋଷ ଏବଂ ସୁଖେନ୍ଦୁ ଶେଖର ଦୂରେଇ ଯାଇଥିଲେ । ଏବେ ସୁସ୍ମିତା ଇସ୍ତଫା ଦେଲା ପରେ ଦଳର ସଙ୍କଟ ଅଧିକ ଘନେଇଛି ।
