ବଙ୍ଗୋପସାଗରରେ ଆଜି ଲଘୁଚାପ, ୧୫ରେ ଅବପାତ!

ରାଜ୍ୟକୁ ପୁଣି ଘାରିଲା ବାତ୍ୟା ଭୟ ! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ସୃଷ୍ଟି ହୋଇପାରେ ଲଘୁଚାପ । ଆଉ ଏହି ଲଘୁଚାପ ଆଗକୁ ଅବପାତ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବା ନେଇ ଆଶଙ୍କା ବଢ଼ିଛି ।୧୫ ନଭେମ୍ବର ବେଳକୁ ଅବପାତରେ ପରିଣତ ହୋଇପାରେ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ସୁଦ୍ଧା କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ସଂଲଗ୍ନ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଉପରେ ସକ୍ରିୟ ରହିଥିଲା। ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ଅନୁକୂଳ ପରିସ୍ଥିତି ରହିଛି ।ତେବେ  ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ? ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଆସନ୍ତା କିଛି ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । ନଭେମ୍ବର ୧୯ ସକାଳ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ଧରଣର ବର୍ଷା ସମ୍ଭାବନା ଦର୍ଶାଯାଇନାହିଁ । ଲଘୁଚାପ ଘନୀଭୂତ ହେଲେ ମଧ୍ୟ ରାଜ୍ୟ ଉପରେ ତତ୍କାଳ କୌଣସି ବଡ଼ ପ୍ରଭାବ ଆଶଙ୍କା କରାଯାଉନାହିଁ । ଏହି ପାଣିପାଗ ବ୍ୟବସ୍ଥା ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ