ଜୁଲାଇ ୧୮ରେ ହେବ ଶ୍ରୀମନ୍ଦିରର ବୈଷୟିକ ଯାଞ୍ଚ । ରତ୍ନଭଣ୍ଡାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସଂରଚନାର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ)ର ମିଳିତ ଟିମ୍ ପୁରୀରେ ପହଞ୍ଚି ବିସ୍ତୃତ ବୈଷୟିକ ଯାଞ୍ଚ କରିବେ । ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭ ଗୃହ,କାନ୍ଥ, ରତ୍ନ ବେଦୀ ସହ ବିଭିନ୍ନ ମନ୍ଦିର ଗୁଡିକର ମଧ୍ୟ ଯାଞ୍ଚ କରାଯାଇଥାଏ । ଏହା ଶ୍ରୀମନ୍ଦିର ଗର୍ଭଗୃହର କାନ୍ଥର କଳା ଆସ୍ତରଣର […]
କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଖରାପ ପାଗ ଓ ଆବହାଅବସ୍ଥାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବାତିଲ ।ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ ହୋଇଥିବା ନେଇ ବରଗଡ଼ ଏମପି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ପୂର୍ବର କାର୍ଯ୍ୟସୂଚୀ ଅନୁସାରେ, ଶାହା ଜୁଲାଇ ୪ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଗସ୍ତ କରିଥାନ୍ତେ । ସେଠାରେ ୧୭୫୦ କୋଟି ଟଙ୍କାର ଇଥାନଲ ପ୍ଲାଣ୍ଟ ଉଦଘାଟନ […]
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପାନାମା କେନାଲ୍ ଏବଂ ଚୀନକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି କେନାଲର ନିୟନ୍ତ୍ରଣ ଛାଡିବା ଉଚିତ୍ ନ ଥିଲା। ନିୟନ୍ତ୍ରଣ ହାସଲ କରିବା ପରେ, ପାନାମା ଜାହାଜଗୁଡ଼ିକ ପାଇଁ ଆଦାୟ କରାଯାଉଥିବା ପରିବହନ ଶୁଳ୍କ ବହୁଗୁଣ ବୃଦ୍ଧି କରିଛି, ଏବଂ ବର୍ତ୍ତମାନ ଚାଇନା ଏହି ରଣନୈତିକ ଜଳପଥ ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି। ଆମେରିକା ଏହା ହେବାକୁ […]
ଝାରପଡା ଜେଲରେ ଏଡ୍ସ ଆତଙ୍କ। ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା । HIV ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ ଭୟରେ ଅନ୍ୟ ଅନ୍ତେବାସୀ । ଏନେଇ HIV ରୋଗୀଙ୍କ ଚିକିତ୍ସା ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଓ ଭୁବନେଶ୍ବର ଡିସିପି ଓ ଜେଲ କତୃପକ୍ଷଙ୍କୁ ଅବଗତ କରାଇଛନ୍ତି ଜଣେ କଏଦୀଙ୍କ ଆଡଭୋକେଟ୍ । ଚିଠି ଲେଖି HIV ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ଜେଲ ପରିସରରେ ଧ୍ୟାନ ଦେବାକୁ ଉଲ୍ଲେଖ କରାଯାଇଛି । […]
ନୂଆ ଫିଚର ଆସିବା ପୂର୍ବରୁ ହ୍ବାଟ୍ସଆପ୍କୁ ବଡ଼ ଝଟ୍କା । ନୂଆ ଫିଚର ଲଞ୍ଚ୍ ନକରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମେଟାକୁ ନିର୍ଦ୍ଦେଶ ଦେଇଛି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ । ଏହି ସେବା ଅଧୀନରେ ସାଇବର ଅପରାଧୀମାନେ ପରିଚୟ ଲୁଚାଇ ଲୋକମାନଙ୍କୁ ଠକିବାର ଆଶଙ୍କା ଥିବାରୁ ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।। ତେବେ ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା […]
ନିଟ୍ -ପିଜି ୨୦୨୬ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅଗଷ୍ଟ ୩୦ରେ ହେବ ପରୀକ୍ଷା। ଏହି ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ଜୁଲାଇ ୧ ଅପରାହ୍ନ ୫ଟାରୁ ପଞ୍ଜୀକରଣ ଓ୍ୱିଣ୍ଡୋ ଜୁଲାଇ ୨୧ ରାତି ୧୧ଟା ୫୫ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ। ପରୀକ୍ଷା କମ୍ପ୍ୟୁଟର ମୋଡ୍ରେ ହେବ ବୋଲି ଘୋଷଣା କରାଯାଇଛି। ଯୋଗ୍ୟ ପ୍ରାର୍ଥୀମାନେ ବୋର୍ଡର ଅଫିସିଆଲ ଓ୍ୱେବ୍ସାଇଟ natboard.edu.inକୁ ଯାଇ ଏନ୍ଇଇଟି-ପିଜି ୨୦୨୬ ଆବେଦନପତ୍ର ପୂରଣ କରି ଦାଖଲ […]
ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇଜଣ ଅଭିଯୁକ୍ତ ଗୁଜୁରାଟର ସରୋଜ ପଣ୍ଡା ଓ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଛି ଗୋପାଳପୁର ଥାନା ପୁଲିସ । ବ୍ରହ୍ମପୁର ଜେଲ୍ରୁ ସ୍ୱତନ୍ତ୍ର ସୁରକ୍ଷା ଭିତରେ ଅଣାଯାଇ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଥାନାକୁ ଆଣି ଜେରା କରିଛି ପୁଲିସ ।ଆଜି ଅଭିଯୁକ୍ତଙ୍କୁ ନେଇ କରାଯାଇପାରେ ସିନ ରିକ୍ରିଏସନ । ତଦନ୍ତରୁ କିଛି ନୂଆ ତଥ୍ୟ ଖୁଲାସା ହୋଇପାରେ ।ଥାନାରେ ସୁଧୀର ପାତ୍ରକୁ […]
ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା। ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । କାଲି ଲୋପ୍ରେସର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ବାକି ସ୍ଥାନରେ ବି ଭୀଷଣ ବର୍ଷିବ। ଗୁରୁବାରଠାରୁ ଲଗାଣ ବର୍ଷା ଚାଲିବ । ମୟୂରଭଞ୍ଜ ଓ କୋରାପୁଟରେ ପ୍ରବଳରୁ […]
ତାମିଲନାଡୁରେ ନୂଆ ସରକାର ଗଠନ ହେଉ ହେଉ ପତନ ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ରାଜ୍ୟ ଗୁଇନ୍ଦା ବିଭାଗ ଏକ ବଡ଼ ରାଜନୈତିକ ଚକ୍ରାନ୍ତର ପର୍ଦ୍ଦାଫାଶ କରିଛି । ୧୫ ଜଣ ଟିଭିକେ ବିଧାୟକଙ୍କ ଇସ୍ତଫା ମଞ୍ଜୁର କରାଇ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ହୋଇଥିବା ରାଜ୍ୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ମାମଲାରେ ତନାଘନା ଆରମ୍ଭ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ତନାଘନା ପରେ ସ୍ପଷ୍ଟ ହୋଇଛି ଯେ ଏହି […]
ପଶ୍ଚିମବଙ୍ଗରେ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ଉପରକୁ ଅଣ୍ଡାମାଡ଼ । ନଦୀଆର କାଲିଗଞ୍ଜ ସ୍ଥିତି ପାର୍ଟି କାର୍ଯ୍ୟାଳୟ ଉପରକୁ ବିଜେପିର କର୍ମୀ ମାନେ ଅଣ୍ଡା ମାଡ଼ କରିଥିବା ଅଭିଯୋଗ କରିଛି ମହୁଆ ମୈତ୍ରା । ପାର୍ଟି କାର୍ଯ୍ୟାଳୟର ୩ ମହଲା ଉପରେ ଥିଲେ ମୋହୁଆ ।ସୋସିଆଲ ମିଡିଆରେ ଏ ସମ୍ପର୍କରେ ପୋଷ୍ଟ କରି କହିଛନ୍ତି କି, ପୁଲିସକୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ବହୁ ବିଳମ୍ବରେ ପହଞ୍ଚିଥିଲେ ।ଘଟଣାକୁ ନେଇ ରାଜ୍ୟର ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି […]
ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ୧୨ଟି ପ୍ରସ୍ତାବରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକରେ ପ୍ରସ୍ତାବ ଅନୁମୋଦିତ । ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତାବରେ ମୋହର। ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ପଡ଼ିବ ନାହିଁ କହିଲେ ମୁଖ୍ୟମନ୍ତ୍ରୀ । ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ । କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ । ନବମରୁ […]
ଆମେରିକା ସରକାର ନିଜର Sanctions ତାଲିକାରୁ ୪ଟି ଭାରତୀୟ କମ୍ପାନୀକୁ ବାଦ୍ ଦେଇଛନ୍ତି। ପ୍ରାୟ ଦୁଇ ବର୍ଷ ପୂର୍ବେ ରୁଷର ସାମରିକ-ଶିଳ୍ପ ନେଟୱାର୍କକୁ ସହାୟତା କରୁଥିବା ଅଭିଯୋଗରେ ଆମେରିକା ଏହି କମ୍ପାନୀଗୁଡ଼ିକ ଉପରେ କଟକଣା ଲଗାଇଥିଲା।ଆମେରିକାର ଟ୍ରେଜେରୀ ବିଭାଗ ଯେଉଁ କମ୍ପାନିଗୁଡ଼ିକ ଉପରୁ ପ୍ରତିବନ୍ଧକ ଉଠାଇଛନ୍ତି ସେମାନଙ୍କ ମଧ୍ୟରେ ହାଇଦ୍ରାବାଦସ୍ଥିତ ଆରଆରଜି ଇଞ୍ଜିନିୟରିଂ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଲୋକେଶ ମେସିନ୍ସ ଲିମିଟେଡ୍,ଅହମଦାବାଦସ୍ଥିତ ଗାଲାକ୍ସି ବିୟରିଂସ୍ ଲିମିଟେଡ୍ ଏବଂ ଦିଲ୍ଲୀସ୍ଥିତ ଶୌର୍ଯ୍ୟ ଏରୋନଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଅନ୍ତର୍ଭୁକ୍ତ […]
