ଜାନୁଆରୀ ୧୦ରୁ ଆରମ୍ଭ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ। ଏଥିପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଆରମ୍ଭ ହୋଇଛି ୪ ଦିନିଆ ମାଷ୍ଟର ଟ୍ରେନର୍ ପ୍ରଶିକ୍ଷଣ ଶିବିର। ଏଥର ପ୍ରଥମ ଥର ପାଇଁ ଡିଜିଟାଲ୍ ମାଧ୍ୟମରେ ହେବ ଜନଗଣନା। ଏଥିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪୦ଟି ପ୍ରଶ୍ନ ପଚରାଯିବ।ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରର ତଥ୍ୟ ସହ ଜାତି ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ ହେବ। […]
ଉତ୍କଳ ବିଶ୍ବବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଜଣ୍ଡିସ ପଜିଟିଭ ବାହାରିବା ପରେ ଲାଗିଲା କଟକଣା। ଉତ୍କଳ ବିଶ୍ୱବିଦ୍ୟାଳୟରେ ବାହାର ଖାଦ୍ୟ ଉପରେ ଲାଗିଲା କଟକଣା। ଗୁପ୍ ଚୁପ୍, ଚାଟ୍ ଓ ଫାଷ୍ଟଫୁଡ୍ ଭଳି ବାହାର ଖାଦ୍ୟ ଖାଇବା ଉପରେ ବିଶ୍ବବିଦ୍ୟାଳୟ ପକ୍ଷରୁ କଟକଣା ଲଗାଯାଇଛି। ଗୋବିନ୍ଦ ସାହୁ ମାର୍କେଟ୍ ସମେତ ଆଖପାଖ ଅଞ୍ଚଳର ଖାଦ୍ୟ ଦୋକାନର ଯାଞ୍ଚ ହେବ। ଖାଦ୍ୟ ଗୁଣବତ୍ତାରେ ଅବହେଳା ଦେଖାଗଲେ ତୁରନ୍ତ ଦୋକାନ ବନ୍ଦ କରାଯିବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ସୂଚନା ମୁତାବକ […]
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE), ୨୦୨୬-୨୭ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ଶେଷ ସୁଯୋଗ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ବନ୍ଧୀୟ ରେକର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ବୋର୍ଡ ପକ୍ଷରୁ ଲିଷ୍ଟ ଅଫ୍ କ୍ୟାଣ୍ଡିଡେଟ୍ସ (LOC) ସଂଶୋଧନ ୱିଣ୍ଡୋ ଖୋଲାଯାଇଛି। ଏଥିପାଇଁ ନଭେମ୍ବର ୭ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।ଏହି ସମୟ ମଧ୍ୟରେ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ନାମ, ବାପା ଓ ମାଆଙ୍କ ନାମ, ଜନ୍ମ […]
ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ମିଳିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ସଦସ୍ୟ ହ୍ୟାରି ବକ୍ସର ପରିଚୟ ଦେଇ ଜଣେ ବ୍ୟକ୍ତି ତୁଷାରଙ୍କୁ ଫୋନ୍ କରି ୫ କୋଟି ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ ହୋଇଛି ।ଘଟଣାକୁ ନେଇ ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ଯାଞ୍ଚରୁ ଏହି ଧମକ ପଛରେ ଗ୍ୟାଙ୍ଗର ପ୍ରକୃତ ସମ୍ପୃକ୍ତି ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ପୁଲିସ ସୂତ୍ର ଅନୁସାରେ, ଫୋନ୍ […]
ଓଡ଼ିଶାର ଗଣମାଧ୍ୟମ ଓ ସାହିତ୍ୟ ଜଗତରେ ଶୋକର ଛାୟା। ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ, କବି, ଲେଖକ ତଥା ଶିକ୍ଷାବିତ୍ ଡ. ଦୀପକ ସାମନ୍ତରାୟଙ୍କ ପରଲୋକ ଘଟିଛି। ୬୯ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। କଟକ ରୋଭର୍ସ ଷ୍ଟ୍ରିଟ ସ୍ଥିତ ବାସ ଭବନରେ ତାଙ୍କର ପରଲୋକ ଘଟିଛି। ଆକାଶବାଣୀ ଓ ଦୂରଦର୍ଶନ ସହ ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ଜଡ଼ିତ ରହି ସେ ଗଣମାଧ୍ୟମ ଓ ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ଡ. […]
ବନ୍ୟାରେ ପ୍ରଭାବିତ ତିନି ଜିଲ୍ଲା ପାଇଁ ୪ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ । ଗଜପତି ଜିଲ୍ଲା ପାଇଁ ରୀନା ପ୍ରଧାନ, ଅଜିତ କୁମାର ଓ ତେଜସ୍ୱିନୀ ବେହେରାଙ୍କୁ ଗଞ୍ଜାମ ଜିଲ୍ଲା ଏବଂ ଶିବ ମାଲବ୍ୟଙ୍କୁ କନ୍ଧମାଳ ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମରେ ୨ ଜଣ,ଗଜପତିରେ ଜଣେ ଓ କନ୍ଧମାଳରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ତ IAS ଅଧିକାରୀଙ୍କୁଅତିରିକ୍ତ ସ୍ୱତନ୍ତ୍ର ରିଲିଫ […]
ବିନା ଟିକେଟ୍ରେ ରେଳ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ ।ଅନଧିକୃତ ଯାତ୍ରା ରୋକିବା ସହ ରେଳ ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଜୋରଦାର ହୋଇଛି ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନ। ଅଭିଯାନ ଦିନ UTS ଟିକେଟ୍ ବୁକିଂରେ ୨୯ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି ପୂର୍ବତଟ ରେଳପଥ ।ପୂର୍ବତଟ ରେଳପଥର ଅଧିକାର କ୍ଷେତ୍ରରେ ଥିବା ଭୁବନେଶ୍ୱର, ସମ୍ବଲପୁର ସମେତ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକରେ ଏହି ଯାଞ୍ଚ ଅଭିଯାନ ଚାଲିଛି । ବାଣିଜ୍ୟ ବିଭାଗର କର୍ମଚାରୀମାନେ ମିଳିତ ଭାବେ […]
ଏହି ସମୟର ବଡ଼ ଖବର ନେପାଳରୁ ସାମ୍ନାକୁ ଆସିଛି । ନେପାଳର ସୋଲୁଖୁମ୍ବୁ ଜିଲ୍ଲାରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବାରୁ ବଡ଼ ଦୁର୍ଘଟଣା ଘଟିଛି । ଲ୍ୟାଣ୍ଡିଂ ସମୟରେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ମୃତକ ଜଣଙ୍କ ହେଲେ ବଳରାମରାମାଡୁର ବସନ୍ତ କୁମାର । ସେ ଫିସଟେଲ୍ ଏୟାର ହେଲିକପ୍ଟରରେ ସବାର ଥିଲେ । ସେହିପରି ଗୁରୁତର ଆହତ ଜଣଙ୍କ ହେଲେ ୪୯ ବର୍ଷୀୟ ଶୈଳେଶ କୃଷ୍ଣ […]
ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଏହି ବିଶେଷ ନୀତି ପାଇଁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ ।ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର […]
ଆଜି ଓଡ଼ିଶା ଫେରିବ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ମରଶରୀର। ଓଡ଼ିଶା ସରକାରଙ୍କ ଦ୍ବାରା ଦିଆଯିବ ଗାର୍ଡ ଅଫ୍ ଅନର୍ । ଏହାପରେ ପୁରୀରେ ହେବ ଅନ୍ତ୍ୟେଷ୍ଟି କ୍ରିୟା । ତେବେ ଦିଲ୍ଲୀ ଏମସରେ ତାଙ୍କ ଶେଷ ଦର୍ଶନ କରିଛନ୍ତି ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି।ଏହି ବିଶିଷ୍ଟ ଡାକ୍ତରଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇଛନ୍ତି ତାଙ୍କ ଶୁଭେଚ୍ଛୁ, ଛାତ୍ରଛାତ୍ରୀ ଏବଂ ଏମ୍ସର କର୍ମଚାରୀ।ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ରଙ୍କର ଗତକାଲି ରାତି ୯ଟା ୧୫ ମିନିଟରେ ପରଲୋକ ଘଟିଥିଲା। ବ୍ରେନ୍ ଷ୍ଟ୍ରୋକ୍ […]
ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ। ଗତ କାଲି ରାତି ୯ଟା ୧୫ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବ୍ରେନ୍ ଷ୍ଟ୍ରୋକ୍ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚିକିତ୍ସା, ଗବେଷଣା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡାକ୍ତର ମହାପାତ୍ର। ୧୯୫୨ ମସିହା ଡିସେମ୍ବର […]
ଇରାନର କେଶମ ଦ୍ୱୀପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ସେପଟେ ଯୁଦ୍ଧ ସମ୍ଭାବନାକୁ ଖାରଜ କଲେ ଟ୍ରମ୍ପ । ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଆମେରିକା ପକ୍ଷରୁ ଇରାନର ରଣନୈତିକ କେଶମ ଦ୍ୱୀପ ଉପରେ ସାମରିକ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଦୁଇ ଦିନ ତଳେ ୟୁଏସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ଧମକ ଦେଇଥିଲେ । ତେହେରାନର ଆଉ କିଛି ଜାଗା ଏବେ ଆମେରିକାର […]
