ଓଡ଼ିଶାରେ ଅତ୍ୟାଧୁନିକ କାରା-ଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ

ଓଡ଼ିଶାରେ ଅତ୍ୟାଧୁନିକ କାରା-ଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି । ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟର ଏହା ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ୱାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ କାରାଭ୍ୟାନ । ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି । ହୀରାକୁଦ, ଡେବ୍ରିଗଡ, ଶିମିଳିପାଳ, ଚିଲିକା, ଭିତରକନିକାରେ ସେବା ମିଳିବ । ସାତକୋଶିଆ, ଦେଓମାଳି ଭଳି ପର୍ଯ୍ୟଟନ […]

ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ , ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ

ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ପୋଷାକ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ । ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ […]

ହ୍ଵାଟ୍ସ‌ଆପରେ ୨୪ ଘଣ୍ଟିଆ ରାଜସ୍ଵ ସେବା, ମନ୍ତ୍ରୀଙ୍କୁ କରିପାରିବେ ସିଧାସଳଖ ଅଭିଯୋଗ

ହ୍ବାଟସଆପରେ ମିଳିବ ରାଜସ୍ବ ସେବା । ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ହ୍ଵାଟସଆପରେ ରାଜସ୍ଵ ମନ୍ତ୍ରୀଙ୍କୁ ସିଧାସଳଖ କରିପାରିବେ ଅଭିଯୋଗ। ଦୁର୍ନୀତି ଅଭିଯୋଗ ଆସିଲେ ବଡ଼ ଆକ୍ସନ। ଆସନ୍ତାକାଲି ହ୍ୱାଟ୍ସଆପ୍ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାସହ ୫୫ ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ । ସେହିପରି ଜାତି ପ୍ରମାଣପତ୍ର ସହ ରାଜସ୍ୱ ସେବା ଗୁଡିକ […]

କୋରିଆନ୍ ଗେମ୍ ପାଇଁ ୩ ଭଉଣୀଙ୍କ ଆତ୍ମହତ୍ୟା

ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲେ ୩ ଭଉଣୀ । ଉତ୍ତର ପ୍ରଦେଶ ଗାଜିଆବାଦରେ ଜୀବନ ହାରିଲେ ୩ ନାବାଳିକା ଭଉଣୀ ।ସମସ୍ତଙ୍କ ବୟସ ୧୨, ୧୪ ଏବଂ ୧୬ ବର୍ଷ । କୋରିଆନ୍ ଲଭ୍ ଗେମ୍ ନାମକ ଅନଲାଇନ୍ ଟାସ୍କରେ ମାତିଥିଲେ ୩ ଭଉଣୀ । ଅନଲାଇନ୍ ଗେମ୍ ପାଇଁ ସବୁଦିନ ସ୍କୁଲ ମଧ୍ୟ ଯାଉ ନଥିଲେ । ଅନଲାଇନ୍ ଗେମ୍‌ରୁ ନିବୃତ୍ତ ରହିବାରୁ ବାପା ମା’ ଆକଟ କରିବାରୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି […]

ମାର୍ଚ୍ଚ ୯ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା

ଆସନ୍ତା ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା। ପ୍ରଥମରୁ ଚତୁର୍ଥ, ଷଷ୍ଠରୁ ସପ୍ତମ ଶ୍ରେଣୀ ଯାଏ ସମେଟିଭ୍‌ ଆସେସ୍‌ମେଣ୍ଟ-୨ ହେବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ବାର୍ଷିକ ପରୀକ୍ଷା ହେବ। ମାର୍ଚ୍ଚ ୬ରୁ ୭ ତାରିଖ ଯାଏ ମୌଖିକ ପରୀକ୍ଷା ହେବ। ୭ରୁ ୧୩ ତାରିଖ ଯାଏ ଲିଖିତ ପରୀକ୍ଷା ହେବ । ଏନେଇ କାର୍ଯ୍ୟସୂଚୀ ଜାରି କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)।

କୋବିକୁ ଢାଲ କରି ଗଞ୍ଜେଇ ଚୋରାଚାଲାଣ

ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ। ରାତି ତମାମ ଗାଡିକୁ ଫଲୋ କରିବା ପରେ ଶେଷରେ ଏନସିବିର ସ୍ପେସିଆଲ ସ୍କ୍ବାର୍ଟ ମାଡି ବସିଛି। କେଉଁଝରରୁ ଏକ ପିକଅପ ଭ୍ୟାନରେ କୋବି ଭିତରେ ଗଞ୍ଜେଇ ବସ୍ତା ରଖି ବାରିପଦା ଆସୁଥିଲା । ଗଞ୍ଜେଇ ସହ ଗାଡିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓକୁ ମଧ୍ୟ ଏନସିବି ଜବତ କରିଛି […]

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଆହୁରି ବଢ଼ିପାରେ

ରାଜ୍ୟର ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ରାତି ତାପମାତ୍ରା କମିଛି। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି। ତେବେ ଏଭଳି ସ୍ଥିତି ଆହୁରି ୫ଦିନ ପର୍ଯ୍ୟନ୍ତ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପୁରୀରେ ରାତି ତାପମାତ୍ରା ୧୯ ଡିଗ୍ରୀ ଛୁଇଁବ । ଗୋପାଳପୁର ଓ ଛତ୍ରପୁରରେ ୧୮, ଚାନ୍ଦବାଲି, ନୟାଗଡ଼ ଓ ପାରାଦୀପରେ ୧୭ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ଘଣ୍ଟା […]

ଆଜି ବିଶ୍ବ କର୍କଟ ଦିବସ, ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ

ଆଜି ବିଶ୍ବ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ‘ବିଶ୍ୱ କର୍କଟ ଦିବସ’ ବା (World Cancer Day) ଭାବେ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ୟାନସର ଦିବସ । କର୍କଟ ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ […]

ସ୍କୁଲରେ ନବମ ଛାତ୍ରୀକୁ ଗଣବଳାତ୍କାର

ଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ସ୍କୁଲରେ ଟ୍ୟୁସନ୍ ସରିବା ପରେ ପୀଡ଼ିତାଙ୍କୁ ତାଙ୍କର ସହପାଠୀମାନେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଜଘନ୍ୟ କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା।ଏହି ଘଟଣାରେ ୫ ନାବାଳକ ସହପାଠୀ ଅଟକ ରଖିଛି ପୋଲିସ । ପୀଡିତାଙ୍କ ସମ୍ପର୍କୀୟ […]

ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଓଏମଆର ସିଟ ଓ ପ୍ରଶ୍ନପତ୍ର କଡା ସୁରକ୍ଷା ବଳୟରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଛି। ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ଏକା ସମୟରେ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ।ଗତବର୍ଷ ଭଳି ପ୍ରଶ୍ନପତ୍ରରେ କ୍ୟୁ ଆର କୋଡ଼ ଓ […]

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୁରୀ ଲୋକ ଭବନରେ କରିବେ ରାତ୍ରି ଯାପନ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ରାତ୍ରିଯାପନ କରିବେ। ବୁଧବାର ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ।ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ପୁରୀ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ […]

ମେଲୋଡି କଳାକାରଙ୍କୁ ରାସ୍ତାରେ ଅସଦାଚରଣ ଓ ଲୁଟ୍ ପାଟ ଅଭିଯୋଗ

କଟକ ଜିଲ୍ଲା ଆଠଗଡ଼ ତିଗିରିଆରେ ଡ୍ୟାନ୍ସରଙ୍କୁ ମାଡ଼ ପରେ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଏନେଇ ତିଗିରିଆ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ, ତିଗିରିଆ ଥାନା ଶୁଣ୍ଠିପାଳ ଗାଁକୁ ମେଲୋଡି ପାଇଁ କଳାକାର ଆସିଥିଲେ। ରାତିରେ ମେଲୋଡ଼ି ସାରି ଫେରୁଥିବା ବେଳେ ପାଳପୁଟ ଗାଁର କିଛି ଯୁବକ ସେମାନଙ୍କୁ ଅଟକାଇ ଅସଦାଚରଣ କରିବା ସହ ଟଙ୍କା, ସୁନା ଚେନ ଛଡ଼ାଇବା ଅଭିଯୋଗ ହୋଇଛି। ଏହା ସହ ସେମାନଙ୍କୁ ମାଡ଼ ମାରିଥିବା […]