ଆନ୍ଧ୍ର ପ୍ରଦେଶର ଜଣେ କ୍ରେତା ସମ୍ପ୍ରତି ୨.୦୮ କୋଟି ଟଙ୍କାରେ ‘DDC 001’ ନମ୍ବର ପ୍ଲେଟ୍ କିଣି ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଯାହା ଏହାକୁ ଭାରତୀୟ ଅଟୋମୋବାଇଲ୍ ଇତିହାସରେ ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ କରିଛି।ବିଗ୍ ବୟ ଟଏଡ୍ର ପ୍ରତିଷ୍ଠାତା ଓ ପ୍ରବନ୍ଧନ ନିର୍ଦ୍ଦେଶକ ଜତିନ ଆହୁଜାଙ୍କ ପାଖରେ ଏହି ନମ୍ବର ପ୍ଲେଟ୍ ଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଗ୍ରାହକ କିରଣ କୋଲପାକୁଲା ସର୍ବାଧିକ ୨,୦୮ କୋଟି ଟଙ୍କା ନିଲାମ […]
ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ଦାବି କରିଛନ୍ତି। ପୌର ଓ ଏନ୍ଏସି ନିର୍ବାଚନ ବାଲଟ୍ରେ ହେଉ କହଛନ୍ତି ଭକ୍ତ । ନିର୍ବାଚନ ବାଲାଟ୍ରେ […]
ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ତାଲିମପ୍ରାପ୍ତ ଗୃପ୍ ଏହି ବିଭିନ୍ନ ଉପାୟରେ ଏହି ଗଣନା କରୁଛନ୍ତି । ଚଳିତ ଥର ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଶିମିଳିପାଳ କର୍ତ୍ତୃପକ୍ଷ । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଯିବା ଆସିବା କରୁଥିବା ରାସ୍ତାରେ ଏହି କ୍ୟାମେରାକୁ ଲଗାଯାଉ ଥିବା ବେଳେ ପାଖାପାଖି ୭ ଶହରୁ ଅଧିକ […]
କଳାହାଣ୍ଡିର ଭିନ୍ନକ୍ଷମ ସ୍କୁଲରେ ସାଂଘାତିକ କାଣ୍ଡ । ୱାର୍ଡେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଭିନ୍ନକ୍ଷମ ଛାତ୍ରୀଙ୍କୁ ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆସିଛି । ପରମାନନ୍ଦ ପୁରସ୍ଥିତ ଭିନ୍ନକ୍ଷମ ସ୍କୁଲରେ ସାମ୍ନାକୁ ଆସିଛି ଅତି ଅମାନବୀୟ ଘଟଣା । ଏହି ସ୍କୁଲର ପୁରୁଷ ୱାର୍ଡେନ ସନ୍ଧ୍ୟା ଦର୍ଶନ ମହାପାତ୍ରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଅନେକ ଛାତ୍ରୀଙ୍କୁ ୱାର୍ଡେନ୍ ଶାରୀରିକ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । […]
ପ୍ରିମକୋର୍ଟ ହ୍ୱାଟସ ଆପ୍ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡା ଚେତାବନୀ ଦେଇ କହିଛନ୍ତି ଯେ ତଥ୍ୟ ସେୟାରିଂ ବାହାନାରେ ନାଗରିକଙ୍କ ଗୋପନୀୟତାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। ମଙ୍ଗଳବାର ସୁପ୍ରିମକୋର୍ଟରେ ହ୍ୱାଟସଆପ୍ର ୨୦୨୧ ଗୋପନୀୟତା ନୀତି ଉପରେ ଏକ ଶୁଣାଣି ହୋଇଥିଲା। ଆରମ୍ଭରେ, କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେତା ଯୁକ୍ତି ଦେଇଥିଲେ ଯେ ହ୍ୱାଟ୍ସଆପର ଗୋପନୀୟତା ନୀତି “ଶୋଷଣକାରୀ” କାରଣ ଏହା କେବଳ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରେ […]
ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ମାଲକାନଗିରି ଟିପିଏସଓଡିଏଲ ଜେଇ ପ୍ରଦେଶ ପ୍ରସାଦ ନାୟକ । ଜେଇଙ୍କ ସହଯୋଗୀ ଭଞ୍ଜକିଶୋର ସ୍ବାଇଁଙ୍କୁ ଅଟକ ରଖିଛି ଭିଜିଲାନ୍ସ । ଏକ ଇଟା ଫ୍ୟାକ୍ଟ୍ରିକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ନେଉଥିଲେ ଲାଞ୍ଚ ।ଜୁନିଅର ଇଞ୍ଜିନିୟରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ତେବେ କୋରାପୁଟ ଭିଜିଲାନ୍ସ ତାଙ୍କ ବିରୋଧରେ ପିଏସ […]
ଖଣିଜ ବହୁଳ ତାଳଚେର ଓ ଅନୁଗୁଳରୁ ଶିଳ୍ପ ହବ୍ କଳିଙ୍ଗନଗର ଏବଂ ବନ୍ଦର ନଗରୀ ପାରାଦୀପ ଏବଂ ଧାମରାକୁ ସଂଯୋଗ କରିବ ଏନଡବ୍ଲ୍ୟୁ-୫ (ଜାତୀୟ ଜଳପଥ-୫) । ଏହି ଜଳପଥ ସଂଯୋଗ ହେଲେ ରାଜ୍ୟରେ ଶିଳ୍ପ ଓ ଖଣିଜ ଜନିତ ପରିବହନ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ପରିବହନ ଖର୍ଚ୍ଚ ଶସ୍ତା ହେବା ସହ ପ୍ରଦୂଷଣ କମିବ । ସଡ଼କରେ ଟ୍ରାଫିକ ଭିଡ଼ କମିବା ସହ ଦୁର୍ଘଟଣା ହ୍ରାସ ପାଇବ । ଏଥିପାଇଁ ତଳମୁଣ୍ଡରେ ବିଭିନ୍ନ […]
ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ପାଣ୍ଡୁରଙ୍ଗ ରୋଣ୍ଡମଙ୍ଗଲେ ନାନ୍ଦେଡ଼ର କେରୁର ଗାଁରେ ‘ବିରାଟ ସେଲୁନ’ ନାମକ ଏକ ଦୋକାନ ଚଳାନ୍ତି। ପାଣ୍ଡୁରଙ୍ଗଙ୍କ ସ୍ବପ୍ନ ଥିଲା ସରପଞ୍ଚ ନିର୍ବାଚନ ଲଢ଼ିବା। ଜୁନ ୨୦୨୬ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କୁ ଏହି ସୁଯୋଗ ମିଳିବାକୁ ସ୍ଥିର ହୋଇଥିଲା। କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ଏକ ନିୟମ ତାଙ୍କ ସ୍ବପ୍ନକୁ ବାଧା ଦେଇଥିଲା। ଫଳରେ ସେ ଏକ ଭୟଙ୍କର ପଦକ୍ଷେପ ନେବାକୁ ବାଧ୍ୟ […]
ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ଏମଏସପି ଧାର୍ଯ୍ୟ କରିବେ ସରକାର। ଖଣି ମାଫିଆଙ୍କ ଉପରେ ଅଙ୍କୁଶ। ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର […]
ପୁଣି ଥରେ ଖସିଲା ସୁନା, ରୂପା ଦର । ଲଗାତାର ପଞ୍ଚମ ଦିନରେ ଖସିଛି ସୁନା, ରୂପା ଦର । ୨୪କ୍ୟାରେଟ୍ ସୁନା ୧୪୨୦ଟଙ୍କା ହ୍ରାସ,୧୦ଗ୍ରାମ ପିଛା ୧,୫୧,୯୦୦ ହୋଇଛି । ଗତକାଲି ୨୪କ୍ୟାରେଟର ଦାମ ୧ଲକ୍ଷ ୫୩ହଜାର ୩୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୦ହଜାର ୫୫୦ ଟଙ୍କା ରହିଥିଲା […]
ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଯାଜପୁର ପହଞ୍ଚିବା ପରେ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କରୁଛନ୍ତି । କୁସୁମାଠାରୁ ମାଆ ବିରଜାଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସୁରକ୍ଷା ବଳୟରେ ରହିଛି ସଂପୂର୍ଣ୍ଣ ସହର । ମୁତୟନ ହୋଇଛନ୍ତି ୨୦ ପ୍ଲାଟୁନ୍ ଫୋର୍ସ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଯାଜପୁର ପୌରାଞ୍ଚଳର ସବୁ ସ୍କୁଲ […]
ଭାରତ ଉପରେ ଟାରିଫ୍ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା […]
