ନାଇରା ରେ ରାଧାକାନ୍ତ ସଂକୀର୍ତନ ମଣ୍ଡଳୀ ଗଠିତହରି ନାମ ରେ ପ୍ରକମ୍ପିତ ହେଲା ଅଂଚଳ

ସନାତନ ଧର୍ମ ର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ବାଳ ଓ ଯୁବକ ମାନେ ମିଳିତ ଭାବେ ଏକ ନୂତନ ସଂକୀର୍ତନ ମଣ୍ଡଳୀ ଗଠନ କରି ସାଧାରଣ ରେ ଚର୍ଚ୍ଚା ଓ ବେଶ ପ୍ରଶଂସା ର ପlତ୍ର ହୋଇଛନ୍ତି lରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ର ଆଧ୍ୟତ୍ମିକ ବାର୍ତା ପାଇଁ ବେଶ ପରିଚିତ ନାଇରା ଗ୍ରାମରେ ନୂତନ ଭାବେ ଶ୍ରୀ ଶ୍ରୀ ଶ୍ରୀ ରାଧାକାନ୍ତ ସଂକୀର୍ତନ ମଣ୍ଡଳୀ ଗଠନ ହୋଇଯାଇଅଛି l ପୁରୁଣା ରାଧାକାନ୍ତ ମନ୍ଦିର […]

ହୋଟେଲରେ ଦୁଷ୍କର୍ମ ଅଭିଯୋଗ, ଯୁବ ନେତା ଗିରଫ

ରାଜଧାନୀରେ ପୁଣି ଲଭ୍-ସେକ୍ସ-ଧୋକ୍କା। ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବ ନେତାଙ୍କୁ ଗିରଫ କରିଛି।ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନିଆଳି ଅଞ୍ଚଳର ଶଶିକାନ୍ତ ଲେଙ୍କାଙ୍କୁ ଗିରଫ କରାଯାଇଛି। ଶଶିକାନ୍ତ ଲେଙ୍କା ଓରଫ ଆଲୋକଙ୍କ ବିରୋଧରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପୀଡିତା। ବମୀଖାଲ ଅଞ୍ଚଳରେ ଥିବା ହୋଟେଲରେ ଜୋରଜବରଦସ୍ତ ଦୁଷ୍କର୍ମ ନେଇ ଥାନାରେ ଏତଲା ଦେଇଥିଲେ ପୀଡିତାଜଣକ । ପୀଡିତାଙ୍କ ଡାକ୍ତରୀମାଇନା ପରେ ପୋଲିସ ଚଳାଇଥିଲା ପୁଙ୍ଖାନୁପୁଙ୍ଖ ତଦନ୍ତ […]

ଆଉ ନାହାନ୍ତି ‘କାଣ୍ଟେ’ ଓ ‘କାବିଲ୍‌’ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା

ବଲିଉଡ୍ ଜଗତରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଲେ ଚର୍ଚ୍ଚିତ ଫିଲ୍ମ ନିର୍ମାତା ସଞ୍ଜୟ ଗୁପ୍ତା । ଅକ୍ଟୋବର ୩୦ ତାରିଖରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ‘ଜଙ୍ଗ୍‌’, ‘କାଣ୍ଟେ’, ‘ସୁଟ୍‌ଆଉଟ୍‌ ଆଟ୍‌ ୱାଡାଲା’ ଓ ‘କାବିଲ୍‌’ ଭଳି ଲୋକପ୍ରିୟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏ ନେଇ ତାଙ୍କର ଜଣେ ନିକଟତମ ସହଯୋଗୀ ମିଲାପ ଜାଭେରୀ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି।ପ୍ରାଥମିକ ସୂଚନା ଅନୁସାରେ, […]

ଭୂସ୍ଖଳନ ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ: ଏସଆରସି

ଗଞ୍ଜାମରେ ବନ୍ୟା ସ୍ଥିତି ସୁଧୁରୁଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ୩ ଜଣ ଓ ଗଜପତି ଜିଲ୍ଲାରୁ ଜଣଙ୍କ ଜୀବନ ଯାଇଛି । । ଜଣେ ବୃଦ୍ଧା ଜୀବିତ ଉଦ୍ଧାର ହୋଇଛନ୍ତି ।  ଛତ୍ରପୁର ସର ଭୀମପୁର ଗାଁରେ ଖାଦ୍ୟ ଏୟାର ଡ୍ରପ୍ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି ।ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି । ଜିଲ୍ଲାରେ ମୋଟ […]

MBA ପଢ଼ିବାକୁ ଲଣ୍ଡନ ଯାଇଥିଲେ କିନ୍ତୁ ପୁଣେ ଫ୍ଲାଟରୁ ମିଳିଲା ମୃତଦେହ

MBA ପଢ଼ିବାକୁ ଯାଇଥିଲେ ଲଣ୍ଡନ। ପରିବାର ଭାବୁଥିଲେ ଝିଅ ବିଦେଶରେ ପାଠପଢ଼ା କରୁଛି। ହେଲେ ଅଗଷ୍ଟ ମାସରୁ ସେ ଭାରତ ଫେରି ଆସି ପୁଣେରେ ରହୁଥିଲେ। ଏକଥା ପରିବାରକୁ ଜଣାଇନଥିଲେ।ମୃତ ମହିଳା ହେଉଛନ୍ତି ୩୪ ବର୍ଷୀୟା ମୁଗ୍ଧା ଅବିନାଶ ଦେଶମୁଖ। ପିମ୍ପ୍ରି ଚିଞ୍ଚୱାଡ଼ର ଗହୁଞ୍ଜେ ସ୍ଥିତ ଏକ ଆପାର୍ଟମେଣ୍ଟର ଏକ ବନ୍ଦ ଫ୍ଲାଟରୁ ମିଳିଛି ତାଙ୍କ ମୃତଦେହ ।୨୦୨୫ରେ ସେ ଲଣ୍ଡନ ଯାଇଥିଲେ ଏମବିଏ ପଢ଼ିବାକୁ । ପରିବାର ଲୋକେ ଭାବୁଥିଲେ ସେ ଲଣ୍ଡନରେ ରହି MBA […]

ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ନେବ ଅବପାତର ରୂପ

ଦକ୍ଷିଣ ଆଣ୍ଡାମାନ ସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଲଘୁଚାପ । ଲଘୁଚାପ କ୍ଷେତ୍ର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାଦଲ ଆସ୍ତରଣ ବଢ଼ିବାରେ ଲାଗିଛି । ଗତକାଲି ତୁଳନାରେ ଆଜି ଅଧିକ ବାଦଲ ଦେଖିବାକୁ ମିଳିଛି ।ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରଟି ଆହୁରି ଘନୀଭୂତ ହୋଇ ଆଜି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ।ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା […]

ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା, ସକାଳ ୯ଟାରୁ ପ୍ରଥମ ସିଟିଂ

ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା । ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଓଡ଼ିଶା ଲୋକସେବା ଆୟୋଗ ବା OPSC ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଆୟୋଜନ କରାଯାଉଛି । ପ୍ରଥମ ଦିନ ଅର୍ଥାତ୍ ଆଜି ଦିନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡ଼ିଆ ଭାଷା ପରୀକ୍ଷା ହେବ । ସେହିପରି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଇଂରାଜୀ ଭାଷା ପରୀକ୍ଷା ଅନୁଷ୍ଠିତ ହେବ ।ନଭେମ୍ବର ୨ରେ ସାଧାରଣ ଅଧ୍ୟୟନର ପ୍ରଥମ […]

ଆନ୍ଧ୍ରର ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ

ନାଭିଗେସନ୍ କ୍ଷେତ୍ରରେ ଭାରତ ଲମ୍ବା ଉଡ଼ାଣ ଭରିଛି । ବିଦେଶୀ ଜିପିଏସ୍ ଉପରୁ କମିବ ନିର୍ଭରତା । ସେନାକୁ ମିଳିବ ଉନ୍ନତ ନାଭିଗେସନ୍ ସୁବିଧା । ମହାକାଶରେ ଭାରତ ବଡ଼ ସଫଳତା ହାସଲ କରିଛି । ଭାରତକୁ ତାର ନିଜସ୍ୱ ଜିପିଏସ୍ ସିଷ୍ଟମ ମିଳିଛି । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଶୁକ୍ରବାର ରାତିରେ ପରବର୍ତ୍ତୀ ପିଢ଼ିର ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ […]

ଭୁବନେଶ୍ୱରରେ ଶୀତ ଋତୁର ପ୍ରଥମ ଘନ କୁହୁଡ଼ି

ଶୀତ ଋତୁ ଆସିନି, ହେଲେ ରାଜଧାନୀରେ ଦେଖିବାକୁ ମିଳିଲାଣି ଘନ କୁହୁଡ଼ି। ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ କୁହୁଡ଼ିର ମୋଟା ଆସ୍ତରଣ ଦେଖିବାକୁ ମିଳିଛି। ଆଜି ସକାଳୁ ସହରର ସର୍ବନିମ୍ନ ଦୃଶ୍ୟମାନ ଦୂରତା ପ୍ରାୟ ୧୫୦ ମିଟରକୁ ଖସିଆସିଛି । କେବଳ ଭୁବନେଶ୍ୱର ନୁହେଁ, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଆଜି ସକାଳୁ ଚଳିତ ବର୍ଷର ପ୍ରଥମ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଘନ କୁହୁଡ଼ି କାରଣରୁ ସକାଳୁ ସକାଳୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ […]

ପିଏମ୍-କିଷାନର ୨୪ତମ କିସ୍ତି ପ୍ରଦାନ ଅବସରରେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ

ନୟାଗଡ଼,(ଓଡିଶା ଦର୍ପଣ): ଗୁଜରାଟର ବନାସକାଣ୍ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୋଗ୍ୟ ହିତାଧିକାରୀମାନଙ୍କୁ ପିଏମ କିଷାନ ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ନୟାଗଡ଼ର ପଞ୍ଚାୟତ ସମିତି ସଭାଗୃହଠାରେ ଏକ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ଜିଲ୍ଲା […]

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ସ୍ଥିତ କେ.ସି. କ୍ଲବ୍‌ ପରିସରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପୋଷ୍ଟ ସୁପରିଟେଣ୍ଡେଣ୍ଟ ମନୋଜ କୁମାର ପଟ୍ଟନାୟକ, ସାଇବର କ୍ରାଇମ୍‌ ଡିଏସ୍‌ପି ଶ୍ରୀ ଭାବଗ୍ରାହୀ ରାଉତ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଭୁତି ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ରହି ମିତବ୍ୟୟିତା, ସଞ୍ଚୟ ଓ ଆର୍ଥିକ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ଦୈନନ୍ଦିନ ଜୀବନରେ ଅନାବଶ୍ୟକ ଖର୍ଚ୍ଚକୁ ଏଡ଼ାଇ ସଞ୍ଚୟ ଅଭ୍ୟାସ ଗଢ଼ି […]

ନୟାଗଡ଼ରେ ‘ବିକଶିତ ଭାରତ ଯୁବ ସଂସଦ’ ନଭେମ୍ବର ୬ରେ।ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଉପରେ ହେବ ଆଲୋଚନା, ଯୋଗଦେବେ ୧୫୦ ଯୁବ ପ୍ରତିଯୋଗୀ

ନୟାଗଡ଼,(ଓଡିଶା ଦର୍ପଣ): ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ରାଷ୍ଟ୍ରୀୟ ଚେତନା ଓ ସଂସଦୀୟ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ନୟାଗଡ଼ରେ ଆୟୋଜିତ ହେବ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ। ଆସନ୍ତା ନଭେମ୍ବର ୬ ତାରିଖରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ପ୍ରାୟ ୧୫୦ ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ରହିଛି ‘One […]