୨୦୨୬ ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ

୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି।ଚଳିତ ବର୍ଷ ମୋଟ ୫୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ରାଜ୍ୟରେ ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ ।ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତର ଜାଡ ଅସମ୍ଭାଳ କରିଦେଇଛି ।ତେବେ ୨୦୧୪ରୁ ଶିମିଳିପାଳରେ ଶିମିଳିପାଳରେ ୧୩ବର୍ଷ ମଧ୍ୟରେ ତାପମାତ୍ରା ମାଇନାସକୁ ଆସିନଥିବା ବେଳେ ଚଳିତ ବର୍ଷ ପାରଦ କମିଥିବାରୁ ଉପରବାରହାକାମୁଡା ଅଂଚଳରେ ତୁହିନର ଆସ୍ତରଣ ପଡିଛି ।ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା ।  ସକାଳ […]

ଏପ୍ରିଲ ପହିଲା ଯାଏ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ

ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଜରିମାନା ନଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଟୋଲ୍‌ ଗେଟ୍‌ରେ ପ୍ରଚଳିତ ଇ-ଡିଟେକ୍ସନ୍ ଜରିଆରେ ଚାଲାଣ କାଟିବା ସ୍ଥଗିତ ରଖାଯାଇଥିବା ଗୁରୁବାର ରାତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ […]

ଅଲିଭ ରିଡଲେ କଇଁଛଙ୍କୁ ଜଗିବ ୱାଚ୍‌ ଟାୱାର

ଓଡି଼ିଶା ଉପକୂଳ ମୁହାଁ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ । ହଜାର ହଜାର ମାଇଲ୍‌ ଅତିକ୍ରମ କରି ରାଜ୍ୟର ବିଭିନ୍ନ ବେଳାଭୂମିକୁ ଆସିଥାନ୍ତି ଏହି ବିରଳ ପ୍ରଜାତିର କଇଁଛ । ସାଧାରଣ ଭାବରେ ନଭେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି କଇଁଛଙ୍କ ମିଳନ ପର୍ବ ଜାରି ରହେ । ତେବେ ଏହା ପରେ ପାଖାପାଖି ମେ’ ମାସ ପର୍ଯ୍ୟନ୍ତ ବେଳାଭୂମିରେ ଆରମ୍ଭ ହୋଇଥାଏ ଗଣ ଅଣ୍ଡାଦାନ ପ୍ରକ୍ରିୟା । ତେବେ ଅଲିଭ […]

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ  ସୁରେନ୍ଦ୍ର ଦାଶ

ସୁରେନ୍ଦ୍ର କୁମାର ଦାଶ ନାମକ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।ଏହି ଘଟଣା ଅନୁଗୁଳର ବୋଲି ଜଣାପଡ଼ିଛି। ସେ ଜମିର ସୀମା ନିର୍ଦ୍ଧାରଣ କରିବା ପାଇଁ ୬୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଅଭିଯୁକ୍ତ ଜଣକ ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସାର ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ଭାବରେ ନିଯୁକ୍ତ ଥିଲେ।ଏକ ଜମି ଡିମାର୍କେସନ ପାଇଁ ମାଗିଥିଲେ ଲାଞ୍ଚ । ଏଥିପାଇଁ ୧୦ […]

ଇପିଏଫ୍ ପେନସନଭୋଗିଙ୍କ ପେନସନ୍ ବୃଦ୍ଧି ଲାଗି ରାୟଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ରାୟଗଡ଼ – ୦୮/୦୧ ଅଲ୍ ଓଡ଼ିଶା ଇପିଏଫ୍ ପେନସନର ରାଜ୍ୟ ମହାସଂଘର ଡାକରାରେ ଆଜି ରାୟଗଡ଼ ଜିଲ୍ଲ। ଇପିଏଫ୍ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଇପିଏଫ୍ ପେସେନଭୋଗୀ ମାନଙ୍କୁ ସର୍ବନିମ୍ନ ମାସିକ ଟ. ୯୦୦୦/-ଙ୍କା ସହିତ ମହଙ୍ଗାଭତ୍ତା ଲାଗୁ କରିବା ଏବ ସମସ୍ତ ଇପିଏଫ୍ ପେନସନ ଭୋଗୀଙ୍କୁ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରିବା ଦାବୀ ନେଇ ଶୋଭାଯାତ୍ରା ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ […]

ଯାତ୍ରା କଳାକାର କାହ୍ନୁ ଚରଣ ସ୍ବାଇଁଙ୍କ ମୃତଦେହ ଉଦ୍ଧାର

ଯାତ୍ରା କଳାକାର କାହ୍ନୁ ଚରଣ ସ୍ବାଇଁଙ୍କ ମୃତଦେହ ଉଦ୍ଧାର । ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରୁ ଉଦ୍ଧାର କରିଛି ନନ୍ଦିପଦା ପୋଲିସ୍ ।ଗୁରୁବାର ରାତିରେ ସେ ଆବୁଲପୁରା ଗାଁର କିଛି ଲୋକଙ୍କ ସହ ଯାତ୍ରା ପରିବେଷଣ ପାଇଁ ଏକ ଯାତ୍ରାପାଟି ସହ କଥାବାର୍ତ୍ତା ହେବାକୁ ଭଦ୍ରକ ଜିଲ୍ଲା ରାନ୍ଧିଆକୁ ଯାଇଥିଲେ । ରାତି ୩ଟା ସମୟରେ ସମୟରେ କ୍ଷତାକ୍ତ ଅବସ୍ତାରେ ତାଙ୍କର ମୃତଦେହ ରାସ୍ତାକଡରେ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ୍ । ହେଲେ କାହ୍ନୁଙ୍କୁ ହତ୍ୟା […]

ପ୍ରେମିକା ପାଇଁ ହାଇଡ୍ରାମା; ଟେଲିଫୋନ୍ ଟାୱାରରେ ଚଢ଼ିଗଲେ ଯୁବକ

ପ୍ରେମିକାକୁ ଡାକ, ମୋ ସହ ତାର କଥା କରାଅ । ନହେଲେ ଜମା ବି ତଳକୁ ଓହ୍ଲାଇବି ନାହିଁ । ପ୍ରେମ ପାଇଁ ଏମିତି ପାଗଳାମୀ କରିଛନ୍ତି ଜଣେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏହି ଘଟଣା ଦେଖିବାକୁ ମିଳିଛି । ତରଭା ସହର ମାରୱାଡି ଧର୍ମଶାଳା ପଛରେ ଥିବା ଟାୱାରରେ ଜଣେ ଯୁବକ ଚଢ଼ିଛନ୍ତି । ସୁମିତଙ୍କ ଏଭଳି ପାଗଳାମୀକୁ ନେଇ ତରଭାରେ ଚର୍ଚ୍ଚା ଜୋର୍ ଧରିଛି । ଦୀର୍ଘ ସମୟ ଧରି […]

‘ଯେଉଁ ମାନେ ଭୟ କରନ୍ତି, ସେମାନଙ୍କୁ ବୁଲା କୁକୁର କାମୁଡନ୍ତି’-ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ…

ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। କୋର୍ଟ କହିଛନ୍ତି, ” କୁକୁର ମାନେ ସର୍ବଦା ସେମାନଙ୍କୁ ଚିହ୍ନିଥାନ୍ତି, ଯେଉଁମାନେ ତାଙ୍କୁ ଭୟ କରନ୍ତି। ଆଉ ଯେତେବେଳେ କୁକୁର ମଣିଷ ବିଷୟରେ ଏପରି ଅନୁଭବ କରେ, ସେତେବେଳେ କୁକୁର ପ୍ରଥମେ ସେମାନଙ୍କୁ ଆକ୍ରମଣ କରେ। ଆମେ ବ୍ୟକ୍ତିଗତ ଅଭିଜ୍ଞତାରୁ ଏହା […]

କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ

କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ। ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ।ଏହି ବୁଝାମଣାପତ୍ର ମାଧ୍ୟମରେ ଉତ୍କଳିକା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଯୋଗ୍ୟ କନ୍ୟାମାନଙ୍କୁ ଉପହାର ସାମଗ୍ରୀ ଯଥା ଶାଢୀ, ଚୁଡ଼ି, ପାଉଁଜି,ଝୁଣ୍ଟିଆ,ଅଳତା, ସିନ୍ଦୂର ସମେତ ସମସ୍ତ ଶୃଙ୍ଗାର ସାମଗ୍ରୀ ସହ ବାସନ କୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ଭଳି ଉପଲବ୍ଧ କରାଇବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ […]

ବରଫରେ ଲାଗିଲା ଭୟଙ୍କର ନିଆଁ ! ‘ମାଉଣ୍ଟ ଏଟନା’ ଆଗ୍ନେୟଗିରି ପାହାଡ଼ରେ କିଛି ଓଲଟା ଦୃଶ୍ୟ

ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି|ଇଟାଲୀର ପ୍ରସିଦ୍ଧ ‘ମାଉଣ୍ଟ ଏଟନା’ ଆଗ୍ନେୟଗିରି ପାହାଡ଼ରେ କିଛି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଚାରିଆଡ଼େ ଧଳା ବରଫର ଚାଦର ବିଛା ହୋଇଥିବା ବେଳେ ତା’ ଭିତରୁ ନିଆଁର ଲହରୀ ବାହାରୁଥିବା ଦେଖାଯାଇଛି । ଲୋକେ ଏହାକୁ ଏକ ‘ଚମତ୍କାର’ ବୋଲି କହୁଥିବା ବେଳେ ଏହା ପଛରେ ରହିଛି ବିଜ୍ଞାନର ଏକ ରହସ୍ୟ ।ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର ହୋଇଥିବା ଏହି ଦୃଶ୍ୟର […]

ସୁଭଦ୍ରାକୁ ନେଇ ଆସିଲା ବଡ ଖବର: ଏହି ଦିନ ମିଳିବ ସୁଭଦ୍ରା ଟଙ୍କା

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା ।ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଏହି ସପ୍ତାହରେ ଟଙ୍କା ମିଳିବ । ଏସଓପି ଅନୁସାରେ କରାଯିବ ।ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ । ପୂର୍ବରୁ ବାଦ ପଡିଥିବା […]