ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି|ଇଟାଲୀର ପ୍ରସିଦ୍ଧ ‘ମାଉଣ୍ଟ ଏଟନା’ ଆଗ୍ନେୟଗିରି ପାହାଡ଼ରେ କିଛି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଚାରିଆଡ଼େ ଧଳା ବରଫର ଚାଦର ବିଛା ହୋଇଥିବା ବେଳେ ତା’ ଭିତରୁ ନିଆଁର ଲହରୀ ବାହାରୁଥିବା ଦେଖାଯାଇଛି । ଲୋକେ ଏହାକୁ ଏକ ‘ଚମତ୍କାର’ ବୋଲି କହୁଥିବା ବେଳେ ଏହା ପଛରେ ରହିଛି ବିଜ୍ଞାନର ଏକ ରହସ୍ୟ ।ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର ହୋଇଥିବା ଏହି ଦୃଶ୍ୟର […]
ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା ।ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଏହି ସପ୍ତାହରେ ଟଙ୍କା ମିଳିବ । ଏସଓପି ଅନୁସାରେ କରାଯିବ ।ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ । ପୂର୍ବରୁ ବାଦ ପଡିଥିବା […]
ଗତ ଡିସେମ୍ବର ୨୬ ତାରିଖରୁ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ । ଏନେଇ ଓମସା ପକ୍ଷରୁ ସୂଚନା ଦିଆଯାଇଛି । ଓମସା ପକ୍ଷରୁ କୁହାଯାଇଛି ଯେ, ଆଜି ସନ୍ଧ୍ୟା ସୁଦ୍ଧା ସରକାର ଦୁଇଟି ଦାବି ପୂରଣ ନେଇ ନୋଟିିଫିକେସନ ଜାରି କରିବେ । ଏହାଛଡା ଅନ୍ୟ ଦାବି ଗୁଡିକୁ ବି ସରକାର ପୂରଣ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ସରକାର ଏଥିରେ ଅବହେଳା କରନ୍ତି, ତେବେ ପୁଣି […]
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକଙ୍କ ପାଇଁ ଖୋଲିବ ଲୋକ ଭବନ । ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଭବନର ଉଦ୍ୟାନ ଖୋଲାଯିବା ନେଇ ଯୋଜନା ରହିଛି ।ଲୋକଭବନ ଉଦ୍ୟାନ ଏବଂ ଅଟଳ ବନ ଖୋଲିବା ଦ୍ୱାରା ବହୁ ଜନସମାଗମ ହେବ ବୋଲି ଆଶା କରାଯାଉଛି। ତେବେ ସାଧାରଣ ଜନତାଙ୍କ ପାଇଁ ପରିଦର୍ଶନ ସମୟ ପ୍ରତିଦିନ ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୬.୧୫ ପର୍ଯ୍ୟନ୍ତ ଖୋଲା ରହିବ। ପର୍ଯ୍ୟଟକ ମାଗଣାରେ ପ୍ରବେଶ […]
ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ । ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ ଏମ୍ଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ । ତିନି ଅଧିକାରୀ ହେଉଛନ୍ତି ଈଶ୍ୱର ମହାପାତ୍ର ଜିଲା ପରିଚାଳକ, ଜୟପୁର, କୋରାପୁଟ, ଜ୍ୟୋତି ପ୍ରକାଶ ବେହେରା, ଅତିରିକ୍ତ ପରିଚାଳକ ଜୟପୁର, କୋରାପୁଟ ଏବଂ ପ୍ରିତିଶ କୁମାର ନାୟକ, ଅତିରିକ୍ତ ପରିଚାଳକ ସୁନ୍ଦରଗଡ଼ର ବୋଲି ଜଣାପଡିଛି। ଏହି ତିନି ଅଧିକାରୀ ନିଜ […]
କୋର୍ଟକୁ ବୋମା ଧମକ । ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ମେଲରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରଖିଛି । ଇ-ମେଲ୍ ମାଧ୍ୟମରେ ଧମକ ଆସିବା ପରେ ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ବାଡ । ଘଟଣାସ୍ଥଳରେ ତନ୍ନ ତନ୍ନ କରି ଯାଞ୍ଚ କରୁଛି ଟିମ୍ । କଟକରେ ଜିଲ୍ଲା ଜଜ୍ କୋର୍ଟ ପରିସରକୁ ଖାଲି କରାଯାଇଛି […]
ପରଲୋକରେ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲ । ମାତ୍ର ୪୯ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଆମେରିକାରେ ସ୍କିଇଂ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିଲେ । ତାଙ୍କୁ ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ହେଉଥିଲେ ଏବଂ ଭଲ ହୋଇ ଘରକୁ ଫେରିବା ଆଶା ଥିଲା […]
ଶ୍ରୀକ୍ଷେତ୍ର ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ ଫି ବଢିଲା। ଚାରି ଚକିଆ ଯାନ ପିଛା ୫ ଶହ ଟଙ୍କା ଆଦାୟ କରାଯିବ। ଏଥିରେ ୧୮ ପ୍ରତିଶତ ଜିଏସଟି ରହିଛି। କୌଣସି ଭକ୍ତ ଯଦି ନିଜ ଚାରି ଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତନିବାସରେ ପାର୍କ କରୁଛନ୍ତି ତେବେ ସେମାନଙ୍କୁ ୫ ଶହ ଟଙ୍କା […]
୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଫେବୃଆରୀ ୧ ତାରିଖରେ ଲୋକସଭାରେ ଉପସ୍ଥାପିତ ହେବ। ସେଦିନ ରବିବାର ପଡ଼ୁଛି। ସେହିପରି ଅର୍ଥନୈତିକ ସର୍ଭେ ଜାନୁଆରୀ ୨୯ ତାରିଖରେ ଉପସ୍ଥାପିତ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନବମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ରେକର୍ଡ କରିବାକୁ ଯାଉଛନ୍ତି।ମିଳିଥିବା ସୂଚନା ଅନୁସାରେ, ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି (CCPA) ସଂସଦର ବଜେଟ ଅଧିବେଶନ ପାଇଁ ଜାନୁଆରି ୨୮ ତାରିଖକୁ ପ୍ରସ୍ତାବ ଦେଇଛି। ଯାହାଫଳରେ ଦେଶର ସାଧାରଣ […]
ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜି ବି ସାରା ରାଜ୍ୟରେ ଜାରି ରହିଛି । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ ଘଣ୍ଟିଆ ଓିଡି ବନ୍ଦ ଏସମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଛି ।ସରକାର ଲଗାଇଥିବା ଏସମାକୁ ମାନୁନାହାଁନ୍ତି ଡାକ୍ତର ସଂଘ । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି […]
ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାଇଁ କୋହଲା ପବନ ଯୋଗୁ ଶୀତ ବଢ଼ିଛି। ହେଲେ ଆସନ୍ତା ୨ରୁ ୩ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଶିମିଳିପାଳରେ ଶୂନ ଡିଗ୍ରୀ। ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉପକୂଳରୁ ଉପାନ୍ତ ସବୁଠି ପାରଦ ତଳମୁହାଁ । ରାଜଧାନୀରେ ବାଘୁଆ ଜାଡ଼ । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୧୦ ଡିଗ୍ରୀ ଛୁଇଁଛି ପାରଦ । କନ୍ଧମାଳଜିଲ୍ଲା […]
ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଅଭିନେତା ପୀୟୂଷ ତ୍ରିପାଠୀ ମଞ୍ଚ ଚଢ଼ିପାରିବେ ନାହିଁ।ଦୀର୍ଘ ବର୍ଷେ ପରେ ଗତ ୫ରେ ମଞ୍ଚ ଚଢ଼ିଥିଲେ ପୀୟୁଷ । ସିଂହବାହିନୀର “ତୁ ମୋ ବଜରଂଗୀ”ରେ ଅଭିନୟ କରିଥିଲେ ପୀୟୁଷ ।
