ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜି ବି ସାରା ରାଜ୍ୟରେ ଜାରି ରହିଛି । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ ଘଣ୍ଟିଆ ଓିଡି ବନ୍ଦ ଏସମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଛି ।ସରକାର ଲଗାଇଥିବା ଏସମାକୁ ମାନୁନାହାଁନ୍ତି ଡାକ୍ତର ସଂଘ । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି […]
ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାଇଁ କୋହଲା ପବନ ଯୋଗୁ ଶୀତ ବଢ଼ିଛି। ହେଲେ ଆସନ୍ତା ୨ରୁ ୩ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଶିମିଳିପାଳରେ ଶୂନ ଡିଗ୍ରୀ। ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉପକୂଳରୁ ଉପାନ୍ତ ସବୁଠି ପାରଦ ତଳମୁହାଁ । ରାଜଧାନୀରେ ବାଘୁଆ ଜାଡ଼ । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୧୦ ଡିଗ୍ରୀ ଛୁଇଁଛି ପାରଦ । କନ୍ଧମାଳଜିଲ୍ଲା […]
ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଅଭିନେତା ପୀୟୂଷ ତ୍ରିପାଠୀ ମଞ୍ଚ ଚଢ଼ିପାରିବେ ନାହିଁ।ଦୀର୍ଘ ବର୍ଷେ ପରେ ଗତ ୫ରେ ମଞ୍ଚ ଚଢ଼ିଥିଲେ ପୀୟୁଷ । ସିଂହବାହିନୀର “ତୁ ମୋ ବଜରଂଗୀ”ରେ ଅଭିନୟ କରିଥିଲେ ପୀୟୁଷ ।
ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ । ଜଣେ ଜାପାନୀ ପର୍ଯ୍ୟଟକ ଭିତରକୁ ପଶିଥିବା ସୂଚନା ।ପୁଣି ସାମ୍ନାକୁ ଆସିଛି ଲିଙ୍ଗରାଜ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଘଟଣା । ଅଣହିନ୍ଦୁ ପ୍ରବେଶ ପରେ ସେବାୟତ ମହଲରେ ଅସନ୍ତୋଷ । ମନ୍ଦିରକୁ ନେଇଥିବା ଦୁଇ ଓଡ଼ିଆ ଲୋକ ଅଟକ । ସୂଚନା ଅନୁସାରେ ଜଣେ ଜାପାନୀ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପର୍ଯ୍ୟଟକଙ୍କୁ ଦେଖି ସନ୍ଦେହ କରିଥିଲେ ସେବାୟତ । ପରେ ସେବାୟତ ତାଙ୍କୁ […]
ହୀରାକୁଦ ଜଳଭଣ୍ଡାର ଏବଂ ଅନ୍ୟାନ୍ୟ ପ୍ରମୁଖ ଆର୍ଦ୍ରଭୂମି ସ୍ଥାନରେ ପକ୍ଷୀ ଗଣନା ଚାଲିଛି। ଯେଉଁଥିରେ ରାଜ୍ୟକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ସମ୍ପର୍କରେ ଜଣାପଡ଼ିବ।ହୀରାକୁଦ ବ୍ୟତୀତ ଚିଲିକା, ନଳବଣ, ମଙ୍ଗଳାଯୋଡି, ଭିତରକନିକା ଏବଂ ନନ୍ଦନକାନନ ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ମଙ୍ଗଳବାର ଦିନ ପକ୍ଷୀ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି।ବିସ୍ତୃତ ମୂଲ୍ୟାଙ୍କନ ଏବଂ ଗଣନା ପରେ ଜାନୁଆରୀ ୧୮ରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଆକଳନ କରାଯିବା ନେଇ ସ୍ଥିର କରାଯାଇଛି।ହୀରାକୁଦରେ ପକ୍ଷୀ ଗଣନା କାର୍ଯ୍ୟ ପରିଚାଳନା ପାଇଁ ୩୨ରୁ […]
ରାୟଗଡ଼ା : ପ୍ରେସକ୍ଲବ ରାୟଗଡ଼ା ପକ୍ଷରୁ ଚଳିତ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କମିଟି ସଦସ୍ୟ ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀଭାବେ କ୍ଲବର ଆଇନ ପରାମର୍ଶଦାତା ମଦନମୋହନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପ୍ରକ୍ରିୟା କରାଯାଇ ସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତା ଚୟନ କରାଯାଇଥିଲା । ପ୍ରସ୍ତାବକ ଓ ସମର୍ଥକଙ୍କ ଅନୁସାରେ ଏବଂ ସର୍ବସମ୍ମତି କ୍ରମେ ସଭାପତି ଭାବେ ସଂଗ୍ରାମ କେଶର ପଟନାୟକ, […]
ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ । ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ରହିଛନ୍ତି । ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି । ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି ।ଅକ୍ଟୋବର ମାସରୁ ଦରମା ମିଳିନି। ଏପରିକି କମ୍ପାନି ଖାଇବା ପିଇବା ମଧ୍ୟ ଦେଉ ନାହିଁ। ବହୁତ ହଇରାଣରେ ସେମାନେ ଅଛନ୍ତି ବୋଲି ଭିଡିଓରେ ଦର୍ଶାଇଛନ୍ତି । ଏହା ସହିତ ଉଦ୍ଧାର ପାଇଁ ଉଭୟ […]
ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ତେବେ କାଲିଠାରୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ । ଏନେଇ ସୂଚନା ଦେଲେ ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ଏନେଇ ସୂଚନା ଦେଇଛନ୍ତି ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ସୂଚନା ଦେଇ ସେ କହିଛନ୍ତି ଯେ ଯୋଗାଣ ନିଗମ, ଯୋଗାଣ ବିଭାଗ ଓ ମନ୍ତ୍ରୀଙ୍କୁ ଧନ୍ୟବାଦ । ୪ଟି ଦାବିରୁ ଗୋଟିଏ ଦାବି ମାନିଥିବାରୁ […]
ହରିୟାଣାର ଜିନ୍ଦ ଜିଲ୍ଲାରୁ ଏକ ଖବର ଆସିଛି ଯାହା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅ ପାଇଁ ଆଗ୍ରହୀ ଜଣେ ମହିଳା ୧୧ତମ ଥର ପାଇଁ ମାତୃତ୍ୱ ଲାଭ କରିଛନ୍ତି ଏବଂ ଏଥର ତାଙ୍କର ଇଚ୍ଛା ପୂରଣ ହେଲା । ଦଶଟି ଝିଅ ପରେ ପୁଅ ଜନ୍ମ ହେବା ପରିବାରରେ ଏତେ ଖୁସିର ମାହୋଲ ଥିଲା ଯେ ପୁରା ହସ୍ପିଟାଲକୁ ବେଲୁନରେ ସଜାଯାଇଥିଲା ଏବଂ ଏକ ଉତ୍ସବ ପରି ପାଳନ କରାଯାଇଥିଲା । ତେବେ […]
କଟକ ଏସସିବିରେ ବଡ଼ ଅଘଟଣ । ମେଡିକାଲରେ ରୋଗୀ ଉପରେ ଖସିଲା ସିଲିଂ । ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ । ତାହା ପୁଣି ରୋଗୀଙ୍କ ମୁଣ୍ଡ ଉପରେ ।ଯାହାକୁ ନେଇ କଟକ ବଡ଼ ମେଡିକାଲ୍ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଲାଣି । ସୂଚନା ଅନୁସାରେ, ଏସ୍ସିବିର ପୁରୁଣା ମେଡିସିନ୍ ୱାର୍ଡରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ରୋଗୀଙ୍କ ଠାରେ ଭେଣ୍ଟିଲେଟର ମଧ୍ୟ ଲାଗିଥିଲା । ଅର୍ଥାତ୍ ରୋଗୀ ଜଣଙ୍କ […]
ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୨୩ ସହର । ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପ ବଢ଼ିବା ସହ ୩ ଦିନ ଯାଏ କୋଲ୍ଡ ୱେଭ ବା ଶୀତ ଲହରୀ ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରବଳ ଶୀତ ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, […]
ସାପକୁ ଧରି ବାହାଦୁରୀ ମାରୁଥିଲେ, ଦେଲା ଚୋଟେ । ବ୍ୟକ୍ତି ଜଣକ ସାପକୁ ଚୁମା ଦେବା ପାଇଁ ଚେଷ୍ଟା କରୁଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି ।ଭଦ୍ରକ ଜିଲ୍ଲା ବନ୍ତ ଅଧିନ ଚୟାଲଶିଂ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୁରୁତର ଯୁବକ ଜଣକ ସୁବଳ ସାହୁ ବୋଲି ଜଣାପଡିଛି। ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁବଳ ସାହୁ ନାମକ ଜଣେ ଯୁବକ ଜଙ୍ଗଲୀ ରଣା ସାପକୁ ଧରି ବେକରେ ପକାଇ ଖେଳୁଥିଲେ […]
