ଓଡଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ କ୍ରାଇମ୍ ସ୍ପଟରେ ସିନ୍ ରିକ୍ରିଏସନ କଲା ପୋଲିସ

ଓଡଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ କ୍ରାଇମ୍ ସ୍ପଟରେ ସିନ୍ ରିକ୍ରିଏସନ କଲା ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ । ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ମହନ୍ତ ନାୟକଙ୍କୁ ଘଟଣାସ୍ଥଳକୁ ଆଣି ସିନ୍ ରିକ୍ରିଏସନ କରାଯାଇଥିଲା । ହତ୍ୟାକାଣ୍ଡସ୍ଥଳ କଦଳୀବନ୍ଧ ଗାଁ ନିକଟସ୍ଥ ନୟାଗଡ଼ ଭଞ୍ଜନଗର ରାସ୍ତା ନିକଟରେ ଅଭିଯୁକ୍ତମାନେ କେମିତି ହତ୍ୟା କଲେ ଦେଖାଇଛନ୍ତି। ଏହି ହତ୍ୟାକାଣ୍ଡରେ ୭ ଜଣ ନିୟୋଜିତ ହୋଇଥିଲେ ହେଁ ୬ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏମାନଙ୍କ ମଧ୍ୟରୁ ଓଡ଼ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ, ରୋହିବାଙ୍କ ଧୋବାସାହିର ମହନ୍ତ ନାୟକ, ଓଡ଼ଗାଁ ମହାପୁରସାହିର ମାନସ ବେହେରା ଓ କୋମଣ୍ଡ ମକରପଦାର ଶ୍ରୀଧର ସାହୁଙ୍କ ସମେତ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ଖବର ଅନୁଯାୟୀ, ମାଙ୍କଡା ପଥର ଚୋରାଚାଲାଣକୁ ବିରୋଧ କରିବାରୁ ଗତ ରବିବାର ବିଳମ୍ବିତ ରାତିରେ ଅଜିତ ସାହୁଙ୍କୁ ୬ଜଣ ଦୁର୍ବୃତ୍ତ ଏକ କାରରେ ଆସି ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ଘଟଣା ଘଟିବାର ୨୪ଘଣ୍ଟା ଅଧ୍ୟରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏଥି ସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ପୋଲିସ ଜବତ କରିଛି । ଆଜି ୪ଜଣଙ୍କୁ କୋର୍ଟ ଚାଲାଣ କରାଯିବାର ଅଛି ।

ଅଧିକ ପଢନ୍ତୁ