ପେପର ଲିକ୍ ରିପୋର୍ଟ ପରେ ଓଡ଼ିଶା ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (BJD) ସଭାପତି ନବୀନ ପଟ୍ଟନାୟକ ଆଜି NEET-UG 2026 ବାତିଲକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ଆମ ପରୀକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନଙ୍କ ବିଶ୍ୱାସ ପ୍ରତି ଏକ ଗଭୀର ଆଘାତ ବୋଲି କହିଛନ୍ତି । NEET ପ୍ରଶ୍ନପତ୍ର ଲିକ୍ ପ୍ରଥମ ଥର ନୁହେଁ, ପୂର୍ବରୁ ବି ହୋଇଛି । ଏହି ଲିକ୍ ପରିଶ୍ରମୀ ପରୀକ୍ଷାର୍ଥୀ ଯେଉଁମାନ ରାତାରାତି ଅନିଦ୍ରା ରହି ପାଠ ପଢୁଥିଲେ ସେମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛି । ଛାତ୍ରୀଛାତ୍ରଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯାଉ ।
