ବିହାରରେ ନୂଆ ନିୟମ ।ହିଜାବ, ବୁର୍ଖା ପିନ୍ଧିଥିଲେ ସୁନା ଦୋକାନରେ ଏଣ୍ଟ୍ରି ମନା

ହିଜାବ, ବୁର୍ଖା ପିନ୍ଧି ଆସିଲେ କିଣି ପାରିବେନି ସୁନା । ଗହଣା ଦୋକାନରେ ମିଳିବନି ଏଣ୍ଟ୍ରି ।ବିହାରରେ ଲାଗୁ ହୋଇଛି ଏପରି ନିୟମ । ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନ ଏପରି ନିଷ୍ପତ୍ତି ନେଇଛି । କେବଳ ମହିଳା ନୁହେଁ ପୁରୁଷଙ୍କ କ୍ଷେତ୍ରରେ ବି ଲାଗୁ ହୋଇଛି ନିୟମ । ଗାମୁଛା, ହେଲମେଟ ଆଦି ପିନ୍ଧି ଚେହେରାକୁ କପଡାରେ ଘୋଡାଇ ଆସୁଥିଲେ କିଣିପାରିବେନି ସୁନା ଗହଣା । ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ […]

ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ଲେଖିପାରିବେ: ମୁଖ୍ୟମନ୍ତ୍ରୀ 

ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ଲେଖିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM)ର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେଉଁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସରାରଣ କରାଯିବ। ଡିଜିଟାଲ୍ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଙ୍ଗ୍, ରେଫରାଲ୍ ଓ […]

ଅବପାତର ରୂପ ନେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ ନେଇ କୌଣସି ସୂଚନା ମିଳିନାହିଁ।ସୂଚନାଥାଉକି, ପୂର୍ବରୁ ଲଘୁଚାପ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇ କହିଥିଲେ ଯେ, ୧୦ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା ରହିଛି । ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା ରହିଛି । […]

ପ୍ରେମସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣା । ଅଭିଯୁକ୍ତ ପ୍ରେମିକ ଗିରଫ

ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ । କାର୍ ଭିତରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଧମକ ଦେଉଛି ଦୁର୍ବୁତ୍ତ । ତ୍ରିକୋଣୀୟ ପ୍ରେମକୁ ନେଇ ଦୁର୍ବୁତ୍ତ ଜଣଙ୍କ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ ଦେଉଛନ୍ତି । ସାଙ୍ଗରେ ନରହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଅନ୍ୟ ଯୁବକ ସହ ବୁଲିଲେ ୨୪ ଘଣ୍ଟାରେ ମାରିଦେବ ବୋଲି କହୁଛି ଦୁର୍ବୁତ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଜପତି ଜିଲ୍ଲା […]

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ […]

ଇଣ୍ଟରନେଟ୍‌ରେ ଚାଇଲ୍ଡ ପର୍ଣ୍ଣ ଦେଖୁଛନ୍ତି କି ? ତାହେଲେ ସାବଧାନ୍

ଭାରତ ସରକାର ଶିଶୁ ସମ୍ପର୍କିତ ଓ ଶିଶୁ ଜଡ଼ିତ ଥିବା ଅଶ୍ଳୀଳ ଭିଡିଓର ସମସ୍ତ ୱେବ୍‌ସାଇଟ୍‌କୁ ନିଷେଧ କରିଛନ୍ତି । ସୁପ୍ରିମ୍‌କୋର୍ଟ ଏ ବିଷୟରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଶିଶୁ ସମ୍ପର୍କିତ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଦେଖିବା, ଇଣ୍ଟରନେଟ୍‌ରୁ ଡାଉନ୍‌ଲୋଡ୍‌ କରିବା ଏପରିକି ନିଜ ଫୋନ୍‌ରେ ରଖିବା ମଧ୍ୟ ସଙ୍ଗିନ ଅପରାଧ ବୋଲି କହିଛନ୍ତି । ଇଣ୍ଟରନେଟ୍‌ରେ କିଏ ଏହାକୁ ଦେଖୁଛି, କିଏ ଭିଡିଓ ଅପ୍‌ଲୋଡ୍‌ କରୁଛି, କିଏ ଡାଉନ୍‌ଲୋଡ୍‌ କରୁଛି, […]

ଆଜିଠୁ ସ୍ୱାଭାବିକ ହେଲା ଧାନ କିଣା:ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଆଜିଠୁ ସ୍ୱାଭାବିକ ହେଲା ଧାନ କିଣା। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ୧୯ଟି ଜିଲ୍ଲାରେ ଆଜି ସୁଦ୍ଧା ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି। ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ୧୩ ଲକ୍ଷ ୫୯ ହଜାର ୯୭୬ ମେଟ୍ରିକ ଟନ୍ ଧାନ ମିଲର୍ସ ଉଠାଇଛନ୍ତି। ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର। ଗତକାଲି ମିଲର୍ସଙ୍କ ସହ […]

ବାଂଲାଦେଶ ଦାବିକୁ ପ୍ରତ୍ୟାଖ୍ୟାନ କଲା ICC , ଭାରତରେ T-୨୦ ବିଶ୍ୱକପ୍ ମ୍ୟାଚ୍ ନଖେଳିଲେ କଟିବ ପଏଣ୍ଟ

ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା କ୍ରିକେଟର ପ୍ରଶାସକ ସଂସ୍ଥା ICC । ବାଂଲାଦେଶ ICC କୁ ଭାରତରୁ T20 ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ଟି-୨୦ ବିଶ୍ୱକପ୍ ପାଇଁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ବାଂଲାଦେଶର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି | ଆଇସିସି ସ୍ପଷ୍ଟ ଭାବରେ କହିଛି ଯେ, ବାଂଲାଦେଶକୁ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ପଡିବ । ବାଂଲାଦେଶ ନ ଖେଳିଲେ ପଏଣ୍ଟ ହରାଇବାକୁ ପଡିବ । […]

ଅପରେସନ୍ ଚାଲିଥିଲା, ଲାଇନ୍ କଟିଗଲା; ଏମ୍‌କେସିଜିରେ ଅନ୍ଧାରରେ ରୋଗୀସେବା

ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଯିବା କାରଣରୁ ଅନ୍ଧାରରେ ରୋଗୀ ସେବା କରାଯାଇଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସପିଟାଲ୍‌ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପ୍ରତିଦିନ କିଛି ନା କିଛି ସମସ୍ୟା ଲାଗି ରହୁଛି। ମଙ୍ଗଳବାର ଅପରେସନ ପାଇଁ ଡାକ୍ତରମାନେ ତାରିଖ ଦେଇଥିଲେ। ମଙ୍ଗଳବାର ସକାଳୁ ଅପରେସନ ପାଇଁ ତାଙ୍କୁ ଅପରେସନ ଗୃହକୁ ନିଆଯାଇଥିଲା । ହେଲେ ଅପରେସନ ଚାଲୁଥିବା ବେଳେ ଏମକେସିଜିରେ ବିଦ୍ୟୁତ କାଟ ହୋଇଥିଲା। ଏହାପରେ ସର୍ଜରୀ କୋଠାକୁ ଜେନେରେଟରରୁ […]

ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ

ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ପାଇଁ ଭିତରକନିକା ବନ୍ଦ ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ ଭିତରକନିକା ସଂଲଗ୍ନ ନଦୀ ନାଳରେ ଗଣନା ହେବ। ସେହିପରି ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଚାଲିଛି ଗଣନା । ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । ଏଥିପାଇଁ ସାତକୋଶିଆ […]

ଆହୁରି ୩ ଦିନ ଯାଏଁ କଲବଲ କରିବ ଶୀତ

ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ ।ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ଓ ବାଲେଶ୍ୱରରେ ୫.୬ ଡିଗ୍ରୀ ରହିଛି ତାପମାତ୍ରା। ସେହିପରି କେନ୍ଦୁଝର ୬.୪, ଚାନ୍ଦବାଲି ୫.୬ ଓ ପାରାଦୀପରେ ୬.୨ ଡିଗ୍ରୀ ରହିଛି ତାପମାତ୍ରା।ଆହୁରି ୩ ଦିନ ରାଜ୍ୟରେ କଲବଲ କରିବ ଶୀତ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ଆକଳନ କରିଛି ପାଣିପାଗ ବିଭାଗ । ଖାଲି ଶୀତ […]

ଡାକ୍ତରଙ୍କ ଆନ୍ଦୋଳନ: ସରକାର ଲଗାଇଲେ ‘ଏସ୍‌ମା’

ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ ସେବା ପରିଚାଳନା ଆଇନ(ଏସ୍‌ମା) ଲାଗୁ କରାଯାଇଛି।ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିବ । ପୂର୍ବ ଭଳି ଦୁଇ ଘଣ୍ଟା ଓପିଡି ବନ୍ଦ କରିବେ ଡାକ୍ତର । ସରକାରଙ୍କ ଏସମାଙ୍କୁ ବେଖାତିର । ଓଡ଼ିଶା ସରକାର ଏସମା ଲଗାଇବା ପରେ ଡାକ୍ତର ସଂଘ ତୁରନ୍ତ ଅନଲାଇନ ଜରୁରୀ ବୈଠକ ଡାକି ଥିଲା । ଆନ୍ଦୋଳନ ଜାରି […]