ଚଇତି ୨୦୨୫ ପ୍ରସେସନ କମିଟି କୁ ସମ୍ମାନିତ

ରାୟଗଡ ଚଇତି ୨୦୨୫ ବହୁ ଆଡମ୍ବରରେ ପାଳିତ ହୋଇଯାଇଥିବା ବେଳେ ଆଜି ପ୍ରସେସନ କମିଟି ରେ ସାମିଲ ଥିବା ଅନୁଷ୍ଠାନ ମାନଂକୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି lପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଆଶୁତୋଷ କୁଲକରଣୀ ଙ୍କ ନିର୍ଧେଶ କ୍ରମେ ଆଜି ରାୟଗଡ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ତତ୍ୱାବଧନରେ ପୌର ସମ୍ମିଳନୀ କକ୍ଷରେ ଏକ ସମ୍ମାନିତ ସଭା ଅନୁଷ୍ଠିତ ହୋଇଯାଇଥିଲା l ସେଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନବୀନ ଚନ୍ଦ୍ର ନାୟକ , […]

ରାଜ୍ୟରେ ପୁଣି ଫେରିଲା ଶୀତ ଲହରୀ ;୭୨ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା

ପୁଣି ଫେରିଲା ଶୀତ ଲହରି । ଟ୍ବିନ୍ ସିଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ । ରାଜଧାନୀ ଭୁବନେଶ୍ବର ତୁଳନାରେ କଟକରେ ଅନୁଭୂତ ହୋଇଛି ପ୍ରବଳ ଥଣ୍ଡା । ତେବେ ଶୀତରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା ରାତି ତାପମାତ୍ରା । ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ରାତି ତାପମାତ୍ରା ୭୨ ବର୍ଷରେ ସବୁଠୁ କମ୍‌ । ୧୯୫୩ରୁ ରେକର୍ଡ ହୋଇଥିଲେ ବି କେବେ ଏତେ ତଳକୁ ଯାଇ ନଥିଲା ପାରଦ। ।ଅନ୍ୟପଟେ ବଙ୍ଗୋପସାଗରରେ […]

ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ୬ ମାସ ପାଇଁ ଏସମା ଲାଗୁ କଲେ ସରକାର

ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ରାଜ୍ୟରେ ଏସମା ଲାଗୁ କଲେ ସରକାର । ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜାରି ରହିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ବିଭିନ୍ନ ଦାବି ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତରମାନେ ଓପିଡି ସେବା ୨ ଘଣ୍ଟା ପାଇଁ ବନ୍ଦ କରିଛନ୍ତି। ଫଳରେ ରୋଗୀମାନେ ହଇରାଣ ହେଉଛନ୍ତି।୬ ମାସ ଯାଏଁ ଧର୍ମଘଟ ସରକାର ମନା କରଛନ୍ତି । ରାଜ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ […]

ମନ୍ତ୍ରୀ-ମିଲର୍ସ ଆଲୋଚନା ବିଫଳ: ଧାନ କିଣା ଅଚଳାବସ୍ଥା ଜାରି

ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ରାଇସ୍ ମିଲର ସଂଘର ବୈଠକ ପୁଣିଥରେ ବିଫଳ ହୋଇଛି। ଗତକାଲି ପରେ ଆଜିର ଆଲୋଚନା ମଧ୍ୟ ବିଫଳ ହେବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି।ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବା ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ମିଲରମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।ତେବେ ମିଲର ସଂଘର ଚେତାବନୀ ଦେଇଛନ୍ତି “ବିଧିବଦ୍ଧ ସରକାରୀ ଆଦେଶନାମା ଜାରି […]

PUCC ଦ୍ବନ୍ଦ୍ବ ପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମନା । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନରଙ୍କ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ । ସେହିପରି ପୁରୁଣା ଜରିମାନା ଭରଣା ନକଲେ ପଲ୍ୟୁସନ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତା ଉପରୁ ଦ୍ୱନ୍ଦ୍ୱ ହଟୁ ବୋଲି କହିଛନ୍ତି ହାଇକୋର୍ଟ । । ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନୋଟିସ ଦେବାକୁ କୁହାଯାଇଛି । ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ […]

PM Kisan Yojana: ଏହି ଦିନ ଚାଷୀଙ୍କ ଆକାଉଣ୍ଟଙ୍କୁ ଆସିବ କିସ୍ତି ଟଙ୍କା!

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଟଙ୍କା ଫେବୃଆରୀ ୨୮ ସୁଦ୍ଧା ଜାରି ହେବାର ଆଶା କରାଯାଉଛି। ଏହି କିସ୍ତିରୁ ପ୍ରାୟ ଦଶ କୋଟି ଚାଷୀ ଉପକୃତ ହେବାର ସମ୍ଭାବନା ରହିଛି। ଚାଷୀମାନେ ପୂର୍ବରୁ ୨୧ଟି କିସ୍ତି ପାଇସାରିଛନ୍ତି କିନ୍ତୁ ସମସ୍ତେ ଏବେ ପରବର୍ତ୍ତୀ ଟଙ୍କା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ବର୍ତ୍ତମାନ, ପରବର୍ତ୍ତୀ ଇନଷ୍ଟଲମେଣ୍ଟର ରିଲିଜ୍ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ଫେବୃଆରୀ ଶେଷ ସପ୍ତାହ […]

ଉତ୍ତରପ୍ରଦେଶରେ ଡ୍ରାଫ୍ଟ ତାଲିକା ପ୍ରକାଶିତ ! କଟିଲା ୨ କୋଟି ୮୯ ଲକ୍ଷ ଭୋଟରଙ୍କ ନାମ

ଉତ୍ତରପ୍ରଦେଶର ଭୋଟର ତାଲିକା ପାଇଁ ଏସଆଇଆର ପ୍ରକ୍ରିୟା ରେ ରାଜ୍ୟର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାରେ ଉତ୍ତରପ୍ରଦେଶର ୨୮.୯ ନିୟୁତ ଭୋଟରଙ୍କ ନାମ ବାଦ ଦିଆଯାଇଛି । କମିସନଙ୍କ ଅନୁଯାୟୀ, ଏହି ତାଲିକା ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା SIR ପ୍ରକ୍ରିୟାର ଏକ ଅଂଶ ଭାବରେ ପ୍ରସ୍ତୁତ କରାଯାଇଥିଲା, ଯାହାକି ଅକ୍ଟୋବର ୨୭ ତାରିଖରୁ ଆରମ୍ଭ […]

ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଚଳିତବର୍ଷ ପକ୍ଷୀଙ୍କ ଗୋଡରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର । ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ଏନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ | ଏପରିକି ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡ଼େ ଯାଉଛନ୍ତି ତାହା ମଧ୍ୟ ଜଣାପଡ଼ିବ। ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲ। ଶୀତ ପରେ ଏହି ୨ ପ୍ରଜାତିର ପକ୍ଷୀ […]

ପୁଣି ଶ୍ରୀମନ୍ଦିର ଭିତରେ ମିଳିଲା ବାହାର ଘିଅ, ୨ ସୁଆରଙ୍କୁ ନୋଟିସ ଜାରି

ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର ପ୍ରଶାସନ । ସୂଚନାମୁତାବକ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ଘିଅ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନକରେ ସେଥିପ୍ରତି ପଦକ୍ଷେପ ନେବାକୁ ପୂର୍ବରୁ ମୁଖ୍ୟ […]

ଲାଞ୍ଚ ନେଉଥିଲେ ଫରେଷ୍ଟର, ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ। ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ।ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କୁ ଧରିଛନ୍ତି । ଫରେଷ୍ଟରଙ୍କ ଅଫିସ ଓ ଆଦର୍ଶ ପଡା ନେହେରୁ ନଗରରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଡିଏସପି ପୂଲସ୍ତି […]

ମାଆ ମୃତଦେହ ଦେଖି ହୃଦ୍‌ଘାତରେ ଚାଲିଗଲା ପୁଅର ଜୀବନ

କୋରାପୁଟ ଜିଲ୍ଲା ଜୟପୁରରୁ ଆସିଛି ଏକ ହୃଦୟବିଦାରକ ଖବର । ମାଆର ମୃତ୍ୟୁ ସହି ପାରିଲେନି ପୁଅ। ହୃଦ୍‌ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ। ଜୟପୁର ପରିଚ୍ଛା ସାହିରେ ରହୁଥିଲେ ମାଆ ଏବଂ ପୁଅ ।ସକାଳୁ ପୁଅ ନିଜ କାମ ସାରିବା ପାଇଁ ଜମିକୁ ଯାଇଥିଲା । କାମ ସାରି ଘରକୁ ଫେରିବା ପରେ ସେ ସବୁଦିନ ପରି ନିଜ ମାଆଙ୍କୁ ଖୋଜି ବହୁତ ଡାକ ପକାଇଲା । […]

ବାଲେଶ୍ବର ପରେ ଟ୍ବିନ ସିଟିରେ ଲାଗିଲା କଟକଣା! ସଂଧ୍ୟା ୬ରୁ ସକାଳ ୧୦ ଯାଏଁ ନିର୍ମାଣ କାମ ବନ୍ଦ

ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଗତକାଲି ବାଲେଶ୍ୱର ପୌରପାଳିକା ଓ ଅନ୍ୟ ଏଏନଏସି ମ୍ୟୁନିସିପାଲଟି ପାଇଁ ପ୍ରଦୂଷଣ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଲଗାତର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ ଗାଇଡ୍‌ଲାଇନ ଜାରି କରିଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ଟ୍ୱିନ୍‌ ସିଟିରେ ଲାଗିଲା କଟକଣା […]