ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌। ଏନେଇ ସୂଚନା ଦେଲେ ସିଏମ୍‌ଓ। ସପ୍ତାହରେ ୩ ଦିନ ଚାଲିବା ନେଇ ଜଣାପଡିଛି। ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌ ଚାଲିବା ନେଇ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।ଏହି ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ । ଏହି ନୂଆ ଟ୍ରେନ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ପୁରୀକୁ ଅଧିକ ତୀର୍ଥଯାତ୍ରୀ ମଧ୍ୟ ଆସିପାରିବେ ।ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଦିନ ଟ୍ରେନ ଛାଡ଼ିବ। କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ବାହାରିବ।ଏହାର ଯାତ୍ରାପଥରେ ମୋଟ୍‌ ୧୯ଟି ଷ୍ଟପେଜ୍ ରହିବା ନେଇ ସୂଚନା ମିଳିଛି।

ଅଧିକ ପଢନ୍ତୁ