ଆଉ ବଢିବନି ପାଚିକାଙ୍କ ଦରମା: ଗଣଶିକ୍ଷା ମନ୍ତ୍ରୀ

ପାଚିକାଙ୍କ ଦରମା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି , ପାଚିକାଙ୍କ ଦରମା ୨୦୦୦ ଟଙ୍କା ଥିଲା । ବିଜେପି ସରକାର ୧୦୦୦ ଟଙ୍କା ବୃଦ୍ଧି କରିଛି । ବର୍ତ୍ତମାନ ପାଚିକାଙ୍କ ଦରମା ୩୦୦୦ ଟଙ୍କା ହୋଇଛି । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ। କିଛି ଦିନ କାମ କରନ୍ତୁ। ସବୁବେଳେ ଆନ୍ଦୋଳନ କରିବା […]

ବ୍ୟାଙ୍କ ନଥିବା ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟଲେଟ୍ ଖୋଲୁଛୁ : ଆଇନ ମନ୍ତ୍ରୀ     

ସମବାୟ ବ୍ୟାଙ୍କ ଜରିଆରେ ମଣ୍ଡିରେ ଧାନ ବିକି ଟଙ୍କା ଦିଆଯାଉ। ଫଳରେ ଚାଷୀମାନେ ଉପକୃତ ହେବା ସହିତ ସମବାୟ ବ୍ୟାଙ୍କର କଳେବର ବୃଦ୍ଧି ଇବ ବୋଲି ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଶ୍ନକାଳରେ ଭାଗ ନେଇ ଦାବି କରିଛନ୍ତି। ସୋମବାର ପ୍ରଶ୍ନକାଳ ବେଳେ ମୂଳ ପ୍ରଶ୍ନକର୍ତ୍ତା ପ୍ରଶାନ୍ତ ବେହେରା, ରାଜ୍ୟରେ କେଉଁ ବ୍ୟାଙ୍କର କେତୋଟି ଶାଖା ଖୋଲାଯାଇଛି। ଏହି ବ୍ୟାଙ୍କ ଗତ ୫ ବର୍ଷରେ କେତେ ଜମା ରାଶି ସଂଗ୍ରହ ହୋଇଛି। କେତେ କୃଷି ଋଣ ଦିଆଯାଇଛି। […]

ବଢିଲା ବିଧାନସଭା ଜନପ୍ରତିନିଧିଙ୍କ ଦରମା

ବଢିଲା ବିଧାନସଭା ଜନପ୍ରତିନିଧିଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ରୁ ୯୮ ହଜାରକୁ ବୃଦ୍ଧି– ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କାକୁ ବୃଦ୍ଧି– କାର ଭତ୍ତା ମାସିକ ୧୭ ହଜାର ବଢି […]

ନୟାଗଡ଼,ବାଇକ୍ ଦୁର୍ଘଟଣାରେ ବ୍ରିଜ ତଳକୁ ଖସି ଦୁଇ ଜଣଙ୍କ ମୃତ୍ୟୁ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ା ଝୋଲା ଫାଣ୍ଡି ନିକଟସ୍ଥ ବେରୁଆବାରୀ ପଂଚାୟତର ତୋରିଗାଡିଆ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଧଝୋଲା ଗ୍ରାମର ଫକିର ନାୟକ ଏବଂ ରାଜେନ୍ଦ୍ର ନାୟକ। ଗତ ରାତିରେ ୨ ଜଣ ଯୁବକ ବାଇକ ଯୋଗେ ଓଡଗାଁ ଅଭିମୁଖେ ଆସୁଥିଲେ । ନିଶାସକ୍ତରେ ଥିବାରୁ ବ୍ରିଜରେ ବାଇକ ଦୁର୍ଘଟଣା ଘଟାଇ ବ୍ରିଜ ତଳେ ପଡି ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଯୁବକ ପୋଲ ତଳେ ପଡିଥିବା […]

ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି

ରାଜ୍ୟ ବିଜେପିରେ ବିଭିନ୍ନ ମୋର୍ଚ୍ଚାର ନବକଳେବର । ମନମୋହନ ଗଢ଼ିଲେ ନୂଆ ଯୁବ ଟିମ୍ । କେବଳ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ସଭାପତି ରିପିଟ୍ । ବାକି ସବୁ ପରିବର୍ତ୍ତନ ହୋଇଛି । । ଅଭିଳାଷ ପଣ୍ଡା ହେଉଛନ୍ତି ଭାରତୀୟ ଯୁବ ମୋର୍ଚ୍ଚା ସଭାପତି । ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ହେଲେ ମହିଳା ମୋର୍ଚ୍ଚା ସଭାପତି । ଶୁଭାଂଶୁ ମୋହନ ପାଢୀ ହେଲେ କୃଷକ ମୋର୍ଚ୍ଚା ସଭାପତି । ସେହିପରି କାନ୍ଦେରା ସୋରେନ ହେଉଛନ୍ତି […]

ବିଧାନସଭାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, cbi ତଦନ୍ତ ଦାବି କଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ସରକାର ସିବିଆଇ ତଦନ୍ତ କରିବା ଉଚିତ। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସିବିଆଇ ତଦନ୍ତ କରାଯିବ। ତାମିଲ ନେଇଗଲା ତାମିଲକୁ ଧର ଧର.. ଭଳି କଥା ବି କହିଥିଲେ ବିଜେଡି ବିଧାୟକ।ତା ସହ “ଆମ ସରକାର କାହାରିକୁ ରାଜନୈତିକ ସୁରକ୍ଷା […]

ଆଜି ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ

ଦୁର୍ନୀତି ସମାଜର ବିକାଶରେ ଏକ ପ୍ରମୁଖ ପ୍ରତିବନ୍ଧକ କହିଲେ କିଛି ଭୁଲ୍ ହେବନି। ଅକ୍ଟୋବର ୩୧, ୨୦୦୩ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହି ଦିନ ଡିସେମ୍ବର ୯ କୁ ଦୁର୍ନୀତି ନିବାରଣ ଦିବସ ରୂପେ ପାଳନ କରାଯିବାକୁ ନିର୍ଣ୍ଣୟ ନିଆ ଯାଇଥିଲା।ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ଉପରେ ଦୁର୍ନୀତିକୁ ରୋକିବା ଲାଗି ବ୍ୟବସ୍ଥା ମଧ୍ୟ ରହିଛି । ସରକାରୀ କ୍ଷେତ୍ରରେ କର୍ମଚାରୀମାନେ ବୃତ୍ତିଗତ […]

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହେବ ପେନସନ

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହେବ ପେନସନ । ଆଜି ଗୃହରେ ସଂସଦୀୟ ବ୍ୟପାର ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ । ପୂର୍ବରୁ ଏହାରି ଉପରେ କେତେ ଆଲୋଚନା ଓ ଦାବି ହୋଇ ଆସୁଥିଲା । କିନ୍ତୁ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ବର୍ତ୍ତମାନ ବିଧାୟକଙ୍କ ଦରମା ୯୯ ହଜାର ଟଙ୍କା ରହିଛି । ଦରମା ଏବଂ ଭତ୍ତା ବାବଦକୁ ନେଇ ବିଧାୟକମାନେ ୯୯ ହଜାର […]

ପୁରୀରେ ଟିମ ଇଣ୍ଡିଆର ୪ ଖେଳାଳି

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି। ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଖେଳାଳି ମଙ୍ଗଳବାର ସକାଳୁ ପୁରୀ ଯାଇଛନ୍ତି।କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ। ତିଲକ ବର୍ମା, ୱାଶିଂଟନ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ପୁରୀ ଗସ୍ତରେ ଜଗା ଦର୍ଶନ ପାଇଁ ଯାଇଛନ୍ତି । ଶ୍ରୀମନ୍ଦିରରେ ମହାପପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଆଜି […]

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା । ରାତି ପାହିଲେ ସୂର୍ଯ୍ୟ କିରଣ ସଞ୍ଜ ନଇଁଲେ ନିଆଁ ଭରସାରେ ଚାଲିଛି ଜୀବନ । ଦିନକୁ ଦିନ ତାପମାତ୍ରା ଖସିବା ସହ ଶୀତ ବଢୁଛି । ଏଥିସହ ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡ଼ା ୯ଦଶମିକ ୬ ଡିଗ୍ରି ସହ ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି […]

ଆଜି ବାରବାଟୀରେ ବଡ଼ ଲଢ଼େଇ! ଭାରତ ଭାଙ୍ଗିବ ପରାଜୟର ରେକର୍ଡ !

ଆଜି ବାରବାଟୀରେ ବିଗ ଫାଇଟ…ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ କହିଥିବା ବେଳେ, ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ସେମାନେ ବି ଭାରତକୁ କଡ଼ା ଟକ୍କର ଦେବେ। ଘରୋଇ ବାରବାଟୀରେ କିନ୍ତୁ ଦକ୍ଷିଣ […]

ମୁନିଗୁଡାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ।

ମୁନିଗୁଡା:୮-୧୨ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁଣ୍ଡ୍ରୁକାଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡ,ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଳକର୍ଣି, ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ କୁମାର,ଉପ ଜିଲ୍ଲାପାଳ ଦୁଧାଲ […]