ଖଣ୍ଡଗିରି ମେଳାରେ ବାବା ବାଣ୍ଟୁଛନ୍ତି ମନ୍ତୁରା ବିଭୂତି, ଖାଇଲେ ହେବ ଛୁଆ !

ଧୁମଧାମରେ ଚାଲିଛି ଖଣ୍ଡଗିରି ମେଳା | କିନ୍ତୁ ଚଳିତ ବର୍ଷ ଯେଉଁମାନେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି ବୋଲି ନିୟମ କରିଥିଲେ, ସେମାନେ ଏବେ ଚୁପ୍ ବସିଛନ୍ତି । ଖଣ୍ଡଗିରି ମେଳାରେ ଲାଗିଛି ବାବାଙ୍କ ଦରବାର ଆଉ ଭୁବନେଶ୍ୱର ସହ କଟକ, ପୁରୀ, ନୟାଗଡ଼, ଯାଜପୁର, ଗଞ୍ଜାମ, ଏପରିକି ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆସୁଛନ୍ତି ଭକ୍ତ । କିଏ ଆଗେ ଭେଟିବ, କିଏ ପ୍ରଥମେ ପରାମର୍ଶ ନେବ ଏଥିପାଇଁ ସକାଳୁ ଆସି ଜଗୁଛନ୍ତି । ସନ୍ଧ୍ୟା ଓ ରାତିକୁ ଆସୁଛନ୍ତି […]

ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ : ଆଇନ ମନ୍ତ୍ରୀ

ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ କହିଲେ ଆଇନ ମନ୍ତ୍ରୀ । ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି ଆଇନ ମନ୍ତ୍ରୀ। ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି ।ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ’ |ସୂଚନାମୁତାବକ ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା ବେହେରାମାଲ ସ୍ଥିତ ନବଦାସ […]

ନୟାଗଡ ଜିଲ୍ଲାର ଜଙ୍ଗଲରେ ପାଖାପାଖି ୭ଟି କଳାବାଘ ରହିଥିବା ଅନୁମାନ:ଡିଏଫଓ

ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ ଟ୍ରାପ କ୍ୟାମେରାରେ ଧରାପଡ଼ିଛି।ନୟାଗଡ ଜିଲ୍ଲାର ଜଙ୍ଗଲରେ ବାଘଗଣନା ଶେଷ ହୋଇନଥିଲେ ମଧ୍ୟ ଟ୍ରାପ୍ କ୍ୟାମେରା ଭିଜୁଆଲ୍ କୁ ଭିତ୍ତି କରି ଏବେ ପାଖାପାଖି ୭ଟି କଳାବାଘ ରହିଥିବା ଅନୁମାନ କରାଯାଉଥିବା ଡିଏଫଓ କହିଛନ୍ତି ।ସେହିପରି ବନ୍ୟଜନ୍ତୁଙ୍କ ବଂଶ ବୃଦ୍ଧି ଏବଂ ସେମାନଙ୍କ ସ୍ୱାସ୍ତ୍ୟ ସନ୍ତୁଳନ ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ସଲ୍ଟ ଲେକ୍ କରାଯାଇଛି ଯାହାକୁ ଖାଇବା ପାଇଁ ସମସ୍ତ […]

ଅନୁଭବ VS ବର୍ଷା ବିବାଦ:ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ

ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା ।ପୁରୀଘାଟ ଥାନାରେ ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟ ଯାଇଥିଲେ। ଆବେଦନ ଖାରଜ ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ […]

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ତଡୁଆ ବାହାଲରେ ଦୁର୍ଘଟଣା । ୫୨୦ ଜାତୀୟ ରାଜପଥ ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହେଲା ଟ୍ରକ ଡ୍ରାଇଭର । ଭାରସାମ୍ୟ ହରାଇ ବସଟି ଆଗରେ ଯାଇଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡିରେ ବସିଥିବା ଯାବାନ ଆହତ ହୋଇଛନ୍ତି । ୧୦ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଆହତମାନଙ୍କୁ ଚମ୍ପୁଆ […]

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର

କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ ପାଇଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୭୮,୮୫୦ ଥିଲା, ଯାହା ଆଜି ୧,୭୦,୬୨୦। ଏହା ୮,୨୩୦ ହ୍ରାସକୁ ପାଇଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୭୦,୬୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୬,୪୦୦ ଟଙ୍କା ଛୁଇଁଛି । ସେହିପରି […]

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୮ ତମ ଶ୍ରାଦ୍ଧ ବାର୍ଷିକୀ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୮ ତମ ଶ୍ରାଦ୍ଧ ବାର୍ଷିକୀ । ମହାତ୍ମା ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ। ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଥିଲେ ଦେଶର ମହାନତମ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରୁ ଜଣେ। ଜଣେ ମହାନୁଭବ, କ୍ରାନ୍ତିକାରୀ ସମାଜ ସୁଧାରକ ବ୍ୟତୀତ ସେ ଜଣେ ଭଲ ବକ୍ତା ବି ଥିଲେ। ତାଙ୍କର ସିଦ୍ଧାନ୍ତଗୁଡ଼ିକ କେବଳ ଆଦର୍ଶବାଦୀ ଥିଲା ତାହା ନୁହେଁ ସେଗୁଡ଼ିକୁ […]

ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ

ମାଲକାନଗିରି ଜିଲା ଛତିଶଗଡ ସିମାନ୍ତ ବିଜାପୁର ଜିଲାରେ ଏନକାଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, କାଭରଗଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଟପ୍ […]

H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଥିଲେ ସରକାର।ଏହାରି ଭିତରେ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ୨୧.୦୧.୨୦୨୬ ତାରିଖର ବିଜ୍ଞପ୍ତି ସଂଖ୍ୟା ୨୦୬୫ ଅନୁଯାୟୀ ଲାଗୁ କରାଯାଇଥିବା ନିଷେଧାଦେଶ ଅଧୀନରେ ଆସୁନାହିଁ । ପ୍ରତିବନ୍ଧକ କେବଳ ତମାଖୁ ବା ନିକୋଟିନ୍ ମିଶ୍ରିତ ପାନ ମସଲା ପାଇଁ […]

ଉତ୍ତର ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗ ଗଣନା ଆରମ୍ଭ

ବିରଳ କୃଷ୍ଣସାର ମୃଗ ଗଣନା ଜାରି । ଗଞ୍ଜାମ ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳ ବିରଳ କୃଷ୍ଣସାର ମୃଗଙ୍କ ଗଣନା କରାଯାଉଛି  ।ବିଭାଗୀୟ କର୍ମଚାରୀଙ୍କଠୁ ଆରମ୍ଭ କରି ସ୍ବେଛାସେବୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ, ଗଣନା କାର୍ଯ୍ୟରେ ସାମିଲ୍ ହୋଇଛନ୍ତି ।୨୦୧୧ ଏହି ଅଞ୍ଚଳର ଏହି ବିରଳ କୃଷ୍ଣ ସାର ମୃଗ ଗଣନା କାର୍ୟ୍ୟ ଆରମ୍ଭ ହୋଇଥିଲା । ପୂର୍ବ ଦୁଇ ବର୍ଷକୁ ଥରେ […]

ମା’ ଲକ୍ଷ୍ମୀଙ୍କ ଝୋଟି ଆଙ୍କିଲେ ମୁସଲିମ ମହିଳା

ମୁସଲିମ ମହିଳାଙ୍କ ଝୋଟି ପ୍ରୀତି । ରାସ୍ତାରେ ଆଙ୍କି ଦେଲେ ମା’ ଲକ୍ଷ୍ମୀଙ୍କ ଝୋଟି ।ବାଲେଶ୍ୱରର ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷରୁ ଆଜି(ଗୁରୁବାର) ଆୟୋଜିତ ହୋଇଛି ଝୋଟି ମହୋତ୍ସବ । ସେ ପୁଣି କେଉଁ ଘରେ କିମ୍ବା କାନ୍ଥରେ ନୁହେଁ ବରଂ ସହରର ଓଟି ରୋଡ଼ରେ ପ୍ରାୟ ଏକ କିଲୋମିଟର ଯାଏ ଯୁବତୀ ଓ ମହିଳା ମାନଙ୍କ ମଧ୍ୟରେ ଝୋଟି ଅଙ୍କନ ପ୍ରତିଯୋଗିତା କରାଯାଇଛି । ଯେଉଁଥିରେ ଶତାଧିକ ପ୍ରତିଯୋଗୀ ଭାଗ ନେଇ ସେମାନଙ୍କ କଳା ପ୍ରଦର୍ଶନ […]

ଭିଜିଲାନ୍ସ ଜାଲରେ ଏସସିବି ଆସୋସିଏଟ୍ ପ୍ରଫେସର

ଭିଜିଲାନ୍ସ ଜାଲରେ ଏସସିବି ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରା । ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ସନାତନ ବେହେରା । ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡିବସିଲା ଭିଜିଲାନ୍ସ । ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସରକାରୀ କ୍ୱାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଗଲା ବେଳେ ଧରାପଡିଲେ । କାଠଗୋଲାସାହି – ମୋଡିକାଲ ରୋଡ୍‌ରେ କାବୁ କଲା ଭିଜିଲାନ୍ସ […]