ପ୍ରଥମେ ଇନ୍ଷ୍ଟାଗ୍ରାମ୍ରେ ଆରମ୍ଭ ହେଲା ପ୍ରେମ । ପରେ ପ୍ରେମକୁ ଲିଭ୍-ଇନ୍ର ରୂପ ଦେଇଥିଲେ ପ୍ରେମୀ ଯୁଗଳ , ସମ୍ପର୍କରେ ତିକ୍ତତା ଆସିବା ପରେ ହତ୍ୟାକାଣ୍ଡ ରଚିଥିଲା ଜଲ୍ହାଦ ପ୍ରେମିକ ।ଏମିତି ଘଟଣା ବେଙ୍ଗାଲୁରୁରେ ଘଟିଛି । ମଲ୍ଲେଶ୍ବରମ ଅଞ୍ଚଳରେ ୨୭ ବର୍ଷୀୟ ଯୁବକ ନିଜର ୨୦ ବର୍ଷୀୟ ଲିଭ-ଇନ ପାର୍ଟନରକୁ ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।ପୋଲିସ ଅନୁଯାୟୀ, ୨୭ ବର୍ଷୀୟ ଶରତଙ୍କ ପରିଚୟ ୨୦ ବର୍ଷୀୟ ଅନୁଷା ସହିତ […]
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆହ୍ୱାନ କରାଯାଇଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ।ଆବେଦନକାରୀମାନେ ଆଜିଠୁ ବୋର୍ଡ ୱେବ୍ସାଇଟ୍ରୁ ସେମାନଙ୍କ ଆଡ୍ମିଟ୍କାର୍ଡ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।ଆବେଦନକାରୀ ଫର୍ମପୂରଣ ସମୟରେ ଦେଇଥିବା ମୋବାଇଲ୍ ନମ୍ବର ଓ ପାସ୍ୱାର୍ଡ ବ୍ୟବହାର କରି ଆଡ୍ମିଟ୍ କାର୍ଡ ପାଇପାରିବେ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩୦ଟି ଜିଲ୍ଲାରେ ମୋଟ ୩୧୧ଟି ସେଣ୍ଟର୍ ଚୟନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର […]
୧୯ରେ ମାଟ୍ରିକ ସଂଶୋଧିତ ଫଳ ପ୍ରକାଶ ହେବ | ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ପୁନଃ ଯାଞ୍ଚ୍ ବା ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି।ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ୍ ଲାଗି ଆବେଦନ କରିଥିଲେ । ଜଣେ ଲେଖାଏ ଏକାଧିକ ବିଷୟର ଖାତା ଯଞ୍ଚ୍ ପାଇଁ ଆବେଦନ କରିଥିଲେ। ଆବେଦନ ଅନୁସାରେ ୯ ହଜାରରୁ ଅଧିକ ଖାତା ଚେକିଂ ଆଡିସନ୍ ପାଇଁ ବୋର୍ଡ […]
ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ । ରଥ ନିର୍ମାଣ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ । ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ ।ପ୍ରତ୍ୟେକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ। ବୁଧବାର ୫୮ତମ ଦିନରେ କାର୍ଯ୍ୟ ଏଯାବତ ଆରମ୍ଭ ହୋଇନାହିଁ। ଜିଦରେ ଅଟଳ ରହିଛନ୍ତି ତିନି ରଥର ମୁଖ୍ୟ ମହାରଣା। ସମାଧାନ ନହେବା ଯାଏଁ […]
କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଛତିଶଗଡ଼ର କେତେକ ପରିବାର ଏସପିଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ରାସ୍ତାକଡ଼ର ଏକ ସରକାରୀ ଜମିରେ ତମ୍ବୁ ପକାଇ ବସବାସ କରୁଛନ୍ତି। ସେମାନେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଝାଡ଼ୁ ବିକ୍ରି କରି ପରିବାର […]
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ। ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ […]
ଶିବସେନା (ୟୁବିଟି) ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ସାଂସଦମାନଙ୍କର ହୋଇଥିବା ବୈଠକରେ ସାଂସଦଙ୍କ ଅନୁପସ୍ଥିତି ସବୁ କଳ୍ପନା ଜଳ୍ପନା ଜନ୍ମ ଦେଇଛି । ଉଦ୍ଧବଙ୍କ ଦଳର ଏମପି ଏବଂ ଏମଏଲଏମାନେ ଫୋନ୍ ରିସିଭ୍ କରୁନାହାଁନ୍ତି । ଦଳର ୬ ଜଣ ସାଂସଦ ବିଦ୍ରୋହ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି । ଯାହାକୁ ନେଇ ୟୁବିଟି ବା ଉଦ୍ଧବ ଶିବସେନାର ସାଂସଦ ସଞ୍ଜୟ ରାଓ୍ୱତ ବଡ ଦାବି କରିଛନ୍ତି । ସଞ୍ଜୟ କହିଛନ୍ତି ଯେ, […]
ଏମ୍ସର ଏମଡି ବିଭାଗରେ ପଢୁଥିବା ଡାକ୍ତରୀ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଡାକ୍ତର ଛାତ୍ରୀଙ୍କ ନାମ ଦିବ୍ୟା ଓ ତାଙ୍କ ଘର କର୍ଣ୍ଣାଟକରେ ବୋଲି ଜଣାପଡ଼ିଛି । ପୁରୁଷ ବନ୍ଧୁଙ୍କ ସହ ପୂର୍ବରୁ ଭଡା ଘରେ ରହୁଥିଲେ ମୃତ ଡାକ୍ତର ଛାତ୍ରୀ । ଗତକାଲି ଅପରାହ୍ନରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।ସୂଚନା ମୁତବକ, ଦିବ୍ୟାଙ୍କ ସହ ଅନ୍ୟ ଜଣେ […]
ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବୌଦ୍ଧ, ସମ୍ବଲପୁର ଏବଂ ସୁନ୍ଦରଗଡ଼ର ଅଳ୍ପ ଅଂଶ, କୋରାପୁଟର କିଛି ଅଂଶ, ରାୟଗଡ଼ା, କନ୍ଧମାଳ, ଅନୁଗୋଳ ଏବଂ ଦେବଗଡ଼ର ଅଧିକାଂଶ ଅଞ୍ଚଳକୁ ଛୁଇଁବା ପରେ ଆଗକୁ ବଢ଼ୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଜୁନ୍ ପହିଲାରୁ ଏବେ ଯାଏ ୪୪% ବର୍ଷା ନିଅଣ୍ଟିଆ ରହିଛି । […]
ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବବ୍ୟହାର ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣାରେ ମହାକାଳପଡ଼ା ପୁଲିସ୍ ଯାହାକୁ ଗିରଫ କରିଛି, ତାଙ୍କ ନାମ ଏଫ୍ଆଇଆର୍ରେ ନଥିଲା ବୋଲି ଦାବି କରିଛନ୍ତି ଚାମେଲି ଓଝା ।ପୁଲିସ ନିର୍ଦ୍ଦୋଷଙ୍କୁ ଛାଡ଼ି ଯେଉଁମାନେ ମୁଖ୍ୟ ଅଭିଯୁକ୍ତି ସେମାନଙ୍କୁ ଗରିଫ କରିବାକୁ ଚାମେଲି ଦାବି କରିଛନ୍ତି। ଏବେ ବି ଚାମେଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ମେଡିକାଲ୍ରେ ଯାଇ ଭେଟିଛନ୍ତି ବିଜେପି ନେତ୍ରୀ ଅର୍ଚ୍ଚନା […]
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ପୁସ୍ତକରେ ମାଳ ମାଳ ଭୁଲ୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି । ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି । ଯାହାକି ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି ବୋଲି କହି ଅଭିଯୋଗ ଆଣିଲା ବିଜେଡି । ଶଙ୍ଖ ଭବନରେ ଆୟୋଜିତ […]
ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଉପ ନିର୍ବାଚନ କମିଶନର ଜ୍ଞାନେଶ ଭାରତୀ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ପରେ ସିଂହଦ୍ୱାର ନିକଟରେ, ଲାଗି ଖଣ୍ଡୁଆ ଓ ଜଗନ୍ନାଥଙ୍କ ଫୋଟୋ ଚିତ୍ର ଦେଇ ସ୍ୱାଗତ କରିଥିଲେ ଜିଲ୍ଲାପାଳ। ସେପଟେ ଆଜି ପୁରୀ ଜିଲ୍ଲା ଗସ୍ତ କରି ନିର୍ବାଚନୀ ପ୍ରକ୍ରିୟା ଏବଂ ଭୋଟର ତାଲିକା ପ୍ରସ୍ତୁତି କାର୍ୟ୍ୟର ସମୀକ୍ଷା କରିଛନ୍ତି ।ଏହି ଅବସରରେ ସେ ପ୍ରଥମେ ପିପିଲି ବ୍ଲକ କାର୍ୟ୍ୟାଳୟ ପରିଦର୍ଶନ […]
